ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ଚମ୍ପିଆ ବିଦ୍ୟାଳୟରେ ଶିକ୍ଷକ ଅଭାବ , ୨୩ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷୟତ୍ରୀ

କୋଲନାର : ୧୭/୦୭ – ରାଜ୍ୟ ର ଶିକ୍ଷା ବ୍ୟବସ୍ଥା ୨୪ ସ୍ଥାନ କୁ ଖସି ଥିବା ବେଳେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକର ଶିକ୍ଷା ବ୍ୟବସ୍ଥା ଜଳନ୍ତା ଉଦାହରଣ ଭାବେ ଦେଖା ଦେଉଛି । ବଡ ଚମ୍ପିଆ ପ୍ରାଥମିକ ବିଦ୍ୟାଳୟର ଜଣେ ମାତ୍ର ଶିକ୍ଷୟତ୍ରୀ ଏକ ଠୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟରେ ଗତ ୨୦୨୨ ଡିସେମ୍ବର ମାସରେ ଉକ୍ତ ବିଦ୍ୟାଳୟର ଶିକ୍ଷକ କୋଲନରାର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦାଖଲ କରି ଛୁଟିରେ ଯାଇଥିଲେ କୋଲନରାର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅବହେଳା ଯୋଗୁଁ ତିନିଦିନ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡ଼ିଥିଲେ। ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟର ମୁଖ୍ୟ ଫାଟକ ନିକଟରେ ଶିକ୍ଷକ ମାନଙ୍କୁ ଅପେକ୍ଷା କରି ଘରକୁ ଫେରି ଯାଇଥିଲେ। ଗଣମାଧ୍ୟମ ହସ୍ତକ୍ଷେପ କରିବା ପରେ ଉକ୍ତ ବିଦ୍ୟାଳୟକୁ ସ୍ଵତନ୍ତ୍ର ଅନୁକମ୍ପା ଦେଖାଇ ତିନୋଟି ଶିକ୍ଷକ ଙ୍କୁ ମାତ୍ର ଦୁଇ ବା ତିନି ଦିନ ପାଇଁ ପାଠ ପଢିଇବା ନିମନ୍ତେ ସ୍ଥାନାନ୍ତରିତ କରିଥିଲେ। ବର୍ତ୍ତମାନ ଉକ୍ତ ବିଦ୍ୟାଳୟ ପରିସ୍ଥିତି ଯେସାକୁ ତେସା। ଉକ୍ତ ବିଦ୍ୟାଳୟ ୩୨୬ ଜାତୀୟ ରାଜପଥ ଉପରେ ଅବସ୍ଥିତ ଥିବା ବେଳେ ୧ମ ରୁ ୫ମ ପର୍ଯ୍ୟନ୍ତ ୨୩ଜଣ ଛାତ୍ର ଛାତ୍ରୀ ମାନେ ଜଣେ ମାତ୍ର ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି । ଉକ୍ତ ବିଦ୍ୟାଳୟରରେ ଜଣେ ଶିକ୍ଷକ ସିଆରସିସି ଦାଇତ୍ୱ ଅଛନ୍ତି ନରେନ୍ଦ୍ର କୁମାର ଭୂୟାଁ ସେ ପନ୍ଦର ଦିନକୁ ଥରେ ଆସି ବ୍ୟସ୍ତତା ଦେଖାଇ ପଳାନ୍ତି। ଯଦି ଉକ୍ତ ବିଦ୍ୟାଳୟର ବର୍ତ୍ତମାନ ଶିକ୍ଷୟତ୍ରୀ କୌଣସି ଅସୁବିଧାରେ ପଡ଼ି ଛୁଟି ନେଇ ବିଦ୍ୟାଳୟକୁ ନଆସି ପାରିଲେ ଛାତ୍ର ଛାତ୍ରୀ ମାନଙ୍କୁ କିଏ ପାଠ ପଢାଇବେ। ସେଥିପାଇଁ ବଡ ଚମ୍ପିଆ ଗ୍ରାମର ବାସିନ୍ଦା ମାନେ ବାରମ୍ୱାର ପ୍ରଶାସନ ନିକଟରେ ଦାବି କରିଛନ୍ତି ବୋଲି ପ୍ରକାଶ କହିଥିଲେ। ପ୍ରଶାସନ ଓ ସରକାର ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷା ପାଇଁ କୋଟି କୋଟି ଟଙ୍କାର ଯୋଜନା କରିଛନ୍ତି ତାହା କାର୍ଯ୍ୟକାରୀ ହେଉନ ଥିବା ଦେଖା ଦେଇଛି। ଏହି ଭଳି ସମସ୍ୟା କାହିଁକି କୋଲନାର ଗୋଷ୍ଠୀ ଶିକ୍ଷା କେନ୍ଦ୍ର ରେ ହିଁ ଦେଖିବାକୁ ମିଳୁଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବାଙ୍କିଲି ଗ୍ରାମ ପଞ୍ଚାୟତ ର ସମସ୍ତ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ଅଭାବ ଥିବା ବେଳେ କି ଭଳି ଭାବେ କଟିକୋଣା ପଞ୍ଚାତୟତ ର ପାଣିଛତ୍ର ପ୍ରାଥମିକ ବିଦ୍ୟାଳୟରେ ୨୭ ଜଣ ଛାତ୍ରଛାତ୍ରୀ ଙ୍କୁ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । କେଉଁ ରାଜନେତା ଙ୍କ ଇଙ୍ଗିତ ରେ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ଦେଇଛନ୍ତି । ନା କେଉଁ ପଦାଧିକାରୀ ଙ୍କ ବୁଝା ମଣା ରେ ପାଣିଛତ୍ର ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତି ହୋଇ ବିଦ୍ୟାଳୟ କୁ ଠିକ ଭାବେ ନ ଯାଇ ମାସିକ ଦରମା ନେବା ପାଇଁ ଅଧିକାରୀ ମାନଙ୍କ ସହ ସଲା ସୁତୁରା ହୋଇଛି ବୋଲି ସାଧାରଣରେ ଆଲୋଚନା ହୋଉଛି । ଯେଉଁ ବିଦ୍ୟାଳୟରେ ଶିକ୍ଷକ କମ୍ ଅଛନ୍ତି ପାଣିଛତ୍ର ରୁ ସ୍ଥାନାନ୍ତରିତ କରି ଅନ୍ୟ ଏକ ବିଦ୍ୟାଳୟ ନିଯୁକ୍ତି ଦେଲେ ଶିକ୍ଷା ପାଇବାରେ ନିରୀହ ଆଦିବାସୀ ଛାତ୍ରଛାତ୍ରୀମାନେ ବଞ୍ଚିତ ହେବେନାହିଁ ବୋଲି ବୁଦ୍ଧି ଜୀବୀ ମହଲରେ ରେ ଚର୍ଚ୍ଚା ହେଉଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସହୃଦ ସେବାସଂଘର ରଜତ ଜୟନ୍ତୀ ପାଳନ

masiha

ଜନସୁରକ୍ଷା ଯୋଜନା ଗୁଡିକର ପ୍ରଚାର ଓ ପ୍ରସାର ନିମନ୍ତେ ପଞ୍ଚାଯତ ସ୍ତରୀୟ ଅଭିଯାନ ପାଇଁ ଜିଲ୍ଲା ସ୍ତରୀୟ ପରାମର୍ଶ ସମିତି (ଡି.ଏଲ.ସି.ସି) ର ସ୍ବତନ୍ତ୍ର ବୈଠକ 

Sunil Chandra Nayak

ଦୀନକୃଷ୍ଣ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେଲେ ପ୍ରାଧ୍ୟାପକ ଡ଼. ହିମାଂଶୁ ଶେଖର ସାମଲ 

Leave a Comment

error: Content is protected !!