ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପାନ୍ତ ଅଞ୍ଚଳରେ ମିଳିଲା ପିଡ଼ିଏସ ସାମଗ୍ରୀ, ହିତାଧିକାରୀଙ୍କ ମଧ୍ୟରେ ଖୁସି

କୋକସରା,୧୬/୦୭ // ପିଡ଼ିଏସ ସାମଗ୍ରୀ ପାଇଁ ଜଙ୍ଗଲ ପାହାଡ଼ ଦେଇ ୭/୮ କିଲୋମିଟର ଯିବାକୁ ପଡୁଥିଲା । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତର ଉପାନ୍ତ ଖଲିଗଡ଼, ଜାନିପଡା, କଲୋନି ପଡା, ଟେମରିଆ ପଡା, ନୂଆପଡା, ସିନ୍ଧିଭଟାପଡା ଗ୍ରାମର ପିଡ଼ିଏସ ହିତାଧିକାରୀ ମାନଙ୍କୁ ସୁବିଧା ମିଲିଛି। ତ୍ରିସ୍ତରୀୟ ନିର୍ବାଚନ ସମୟରେ ଏନେଇ ସରପଞ୍ଚ ହରିପ୍ରିୟା ନାଗଙ୍କୁ ଏହି ଗ୍ରାମର ଜନସାଧାରଣ ମାନେ ଖଲିଗଡ଼ରେ ଏକ ଗୋଦାମ ଗୃହ ନିର୍ମାଣ କରି ପିଡ଼ିଏସ ସାମଗ୍ରୀ ବଣ୍ଟନ କରିବାକୁ ଦାବି କରିଥିଲେ। ୧ ବର୍ଷ ପରେ ସରପଞ୍ଚଙ୍କ ଉଦ୍ୟମରେ ଖଲିଗଡ଼ ଠାରେ ରବିବାର ପ୍ରଥମ ଥର ପିଡ଼ିଏସ ସାମଗ୍ରୀ।ପାଇଛନ୍ତି ବନବାସୀ ହିତାଧିକାରୀ। ଏହି ପିଡ଼ିଏସ ବଣ୍ଟନ ଶୁଭାରମ୍ଭ ଅବସରରେ ସରପଞ୍ଚ ହରିପ୍ରିୟା ନାଗଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଯୋଗଦେଇ ଉପାନ୍ତ ଅଞ୍ଚଳରେ ଗୋଦାମ ଗୃହ ନିର୍ମାଣ କରି ହିତାଧିକାରୀଙ୍କୁ ପିଡ଼ିଏସ ବଣ୍ଟନ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସମାଜସେବୀ ଖଗେଶ୍ବର ପାଣିଗ୍ରାହୀ, ମଣିରାମ ବାଣୁଆ, କମଳ ନାଏକ, ଦେବିସିଂ ନାଗ, ବିରେନ୍ଦ୍ର କନ୍ଧ, ଦୁର୍ଯ୍ୟନ ଧ.ମାଝୀ, ୱାର୍ଡ଼ ମେମ୍ବର ବନୁ ମାଝୀ, ତ୍ରିନାଥ ପୁଝାରି, ପଦ୍ମନ ଚଳାନ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ନିକଟରେ କୃତଜ୍ଞତା ଜଣାଇଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ଆସନ୍ତା ୧୮ ରେ…..

Sunil Chandra Nayak

ବିକାଶ ବାହନ ଡିଆପଡାରୁ ଆରମ୍ଭ ଗଙ୍ଗାରାମପୁରରେ ଶେଷ

masiha

କରୁଣାଶାନ୍ତି ବିଜ୍ଞାନ ମହାବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ 

masiha

Leave a Comment

error: Content is protected !!