ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍ଥିକ ସାକ୍ଷରତା କର୍ମଶାଳା

ମ.ରାମପୁର,୧୭/୦୭(ମସୀହା):ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ଼ ଦ୍ବାରା ମ.ରାମପୁର ବ୍ଲକ ର ସଂଚୟ ଶକ୍ତି ଭବନ ବୁରାଟ ଠାରେ ସ୍ଥାନୀୟ ସ୍ୱୟଂ ସହାୟିକା ଦଳର ସଭ୍ୟା, ଗୋଷ୍ଠୀ ସହାୟିକା, ଜମାକାରୀ ଓ କୃଷକ ମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବୀଣା ପାଣି ସାହୁ (ସରପଞ୍ଚ ମ.ରାମପୁର ଗ୍ରାମ ପଞ୍ଚାୟତ), ଆଇନଜୀବୀ ସତ୍ୟ ନାରାୟଣ ସାହୁ, ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ଡିଜିଟାଲ କାରବାର ଏବଂ ସୁରକ୍ଷିତ ବ୍ୟାଙ୍କିଙ୍ଗ ପାଇଁ ଉପସ୍ଥିତ ମହିଳା ମାନଙ୍କୁ ସଚେତନ କରିଥିଲେ l

ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟବଶତଃ ବ୍ୟାଙ୍କ୍ ଖାତାଦାର ଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତି ଙ୍କୁ ଜମା ଟଙ୍କା ମିଳିଥାଏ । କିନ୍ତୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ମୋଟ ତିରିଶ ହଜାର କୋଟି ଜମାଟଙ୍କା ର ବର୍ତମାନ ଯାଏଁ କୌଣସି ଦାବୀ ଦାର ନାହାନ୍ତି ।

ଏହି ପରିପ୍ରେକ୍ଷୀରେ ରେ ଜନସାଧାରଣ ଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ବ୍ୟାଙ୍କ୍ ଗୁଡ଼ିକର ର ସେବା ତଥା ଆର୍ଥିକ ସାକ୍ଷରତା ବିଷୟ ରେ ବ୍ୟାଙ୍କର ଗ୍ରାହକ ମାନଙ୍କୁ ସଚେତନ ଅଭିଯାନ ଆରମ୍ଭ ହୋଇଛି। ତାଲିମ ଦାତା ଭାବରେ ପ୍ରକାଶ ଚନ୍ଦ୍ର ସାହୁ ଏବଂ ସୁଶ୍ରୀ ମାମିତା ପୁଝାରୀ ସମସ୍ତଙ୍କୁ ବିଭିନ୍ନ ସରକାରୀ ବୀମା ଯୋଜନା, ଜମା ଯୋଜନା, ପେନସନ ଯୋଜନା ଆଦି ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରି ଥିଲେ। ଏହି କାର୍ଯ୍ୟକ୍ରମ ରେ ନର୍ଲା ବ୍ଲକର ବିଭିନ୍ନ ଗ୍ରାମ ରୁ ୬୦ ଜଣ ମହିଳା ଓ କୃଷକ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମମତା ପୂଜାରୀ, ପ୍ରଗତୀ ଚାଷୀ , ସବିତା ସ୍ୱାଇଁ, ପୂର୍ଣ୍ଣିମା ବଗର୍ତ୍ତୀ ଭଗବାନ ରଣା, ଉତ୍କଳ , ଗୁନବନ୍ତ ବାରିକ, ଜନକ ଦୀପ, ବଂଶୀ ଧର ରଣା, ଓ ବ୍ୟାଙ୍କ୍ ଷ୍ଟାଫ ପ୍ରମୁଖ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ସାମାଜିକ ସଂଗଠନ ସ୍ବର୍ଣ୍ଣଦେବୀ ଯୁବକ ସଂଘ ପକ୍ଷରୁ ଖାଦ୍ୟ ବଣ୍ଟନ 

Sunil Chandra Nayak

ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ଜିଲ୍ଲା ପରିଷଦ ଉପାଧକ୍ଷା  ଶ୍ରୀମତୀ ସୁଧିରା ମେହେର

Sunil Chandra Nayak

ହାବିଲଦାର-କନଷ୍ଟେବଳ ସଂଘ ନିର୍ବାଚନ, ନୟନଙ୍କ ୧୧ଜଣିଆ ଟିମ୍‌ର ନାମାଙ୍କନ ଦାଖଲ

Sunil Chandra Nayak

Leave a Comment

error: Content is protected !!