ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମପାହାଡ ସରସ୍ବତୀଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ବାଦାମପାହାଡ ସରସ୍ବତୀଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା 

ମୟୂରଭଂଜ – ୬/୦୮ — କୁସୁମୀ ବ୍ଲକ ବାଦାମ ପାହାଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରସାଦ ସୋରେନ୍ ଙ୍କ ଅଧ୍ୟକ୍ଷତାରେ ଉକ୍ତ ଜ୍ଞାନ ବିଜ୍ଞାନ ମେଳା ରେ ମୁଖ୍ୟ ଅତିଥି ଭାବେ କୁସୁମୀ ସହକାରୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଜଳେଶ୍ଵରୀ ମହାନ୍ତ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦ୍ ଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ମଧ୍ୟରେ ବିଦ୍ୟାଳୟ ର ସଭାପତି ଶ୍ରୀ ହେମନ୍ତ ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ସାହୁ, ସଦସ୍ୟା ଅମ୍ବିକା ମହାନ୍ତ ଯୋଗଦେଇ ଥିଲେ। ବିଜ୍ଞାନ ମେଳା ରେ ବିଚାରକ ଭାବେ ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଦାସ, ଶ୍ରୀ ଫୁଦାନ ହେମ୍ରମ, ବାଦାମ ପାହାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ଗିରି, ଯୋରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ପରୀକ୍ଷିତ ବେହେରା, ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ଗିରି ଏବଂ ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ ଶ୍ରୀ କିଶୋର କୁମାର ବାସ୍କେ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରସାଦ ସୋରେନ୍ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ବିଦ୍ୟା ମନ୍ଦିରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୫୫ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା, ଅପା ଏବଂ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହୋଜଗ କରିଥିଲେ। ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀମାନ ମୃତ୍ୟୁଞ୍ଜୟ ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

masiha

ପୋଲରେ ବାଡ଼ ନ ଥିବାରୁ ଅନେକ ଦୁର୍ଘଟଣା , ଦୁଇ ମାସରେ ତିନି ଦୁର୍ଘଟଣା ଜଣେ ମୃତ , ବିଭାଗୀୟ ଯନ୍ତ୍ରୀଙ୍କୁ ଜଣାଇଲେ ହଁ କହି ଚୁପ 

Sunil Chandra Nayak

ମଣ୍ଡି ଖୋଲିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!