ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ

ଶ୍ରୀମନ୍ଦିର ପ୍ରଶାସନର ସ୍ଵତନ୍ତ୍ର ପ୍ରତିନିଧି ଦଳଙ୍କୁ ମୟୂରଭଞ୍ଜ ପ୍ରଶାସନ ତରଫରୁ ସ୍ଵାଗତ ଓ ସମ୍ବର୍ଦ୍ଧନା

  ମୟୂରଭଞ୍ଜ – ( ମସିହା)ରାଜ୍ୟ ସରକାରଙ୍କର ମହତ୍ତ୍ୱାକାଂକ୍ଷୀ ଯୋଜନା ଆଧାରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଆସନ୍ତା ୨୦୨୪ ମସିହା ଜାନୁଆରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀଠାରେ ଅନୁଷ୍ଠିତ ହେବ। ଏହାର ଭବ୍ୟ ଆୟୋଜନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତିନିଧି ମଣ୍ଡଳ ମାନେ ଗସ୍ତ କରି ମହାପ୍ରଭୁଙ୍କର ଏହି ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ତା ୨୭.୧୨.୨୦୧୩ ରିଖ ବୁଧବାର ଦିନ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ଠାରେ ପୁରୀରୁ ଏକ ପ୍ରତିନିଧି ମଣ୍ଡଳ ବାରିପଦା ଗସ୍ତକରି ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ବାରିପଦା ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଏହାର ନିମନ୍ତ୍ରଣ ପତ୍ର ବଣ୍ଟନ ବାରିପଦା ସ୍ଥିତ ପ୍ରସିଦ୍ଧ ହରି ବଳଦେବ ଜୀଉ ମନ୍ଦିର (ଜଗନ୍ନାଥ ମନ୍ଦିର) ଏବଂ ପରେ ପରେ ମା ଅମ୍ବିକା ମନ୍ଦିର ରେ ସମ୍ପାଦନା ହୋଇଥିଲା। ଏଥିପାଇଁ ପୁରୀ ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିଶିଥ ଦାଶ, ଶ୍ରୀ ସଞ୍ଜୟ କୁମାର ଦତ୍ତ ମହାପାତ୍ର, ସେବାୟତ, ଏବଂ ଶ୍ରୀ ଧନେଶ୍ୱର ଦତ୍ତ ମହାପାତ୍ର, ସେବାୟତ, ଶ୍ରୀମନ୍ଦିର ଆଜି ସକାଳେ ବାରିପଦା ସହର ଅଭିମୁଖେ ଯାତ୍ରା କରି ପୂର୍ବାହ୍ନ ୧୧ ଘଟିକାରେ ଶ୍ରୀଶ୍ରୀ ହରି ବଳଦେବ ଜୀଉ ମନ୍ଦିର ଏବଂ ପରେ ପରେ ମା ଅମ୍ବିକା ମନ୍ଦିରରେ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନା କରିଥିଲେ। ବାରିଆପଡା ପୌରପାଳିକା ତରଫରୁ ସମସ୍ତ ପ୍ରାକ-ପ୍ରସ୍ତୁତି କାର୍ଯ୍ୟକ୍ରମ ସହିତ ଏହି ପ୍ରତିନିଧି ମଣ୍ଡଳଙ୍କୁ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀଶ୍ରୀ ହରି ବଳଦେବ ଜୀଉ ମନ୍ଦିର ସେବାୟତ ମାନେ ମହାପ୍ରଭୁଙ୍କ ଭବ୍ୟ ମନ୍ତ୍ର ଏବଂ ହୁଳହୁଳି ଧ୍ଵନିରେ ସ୍ୱାଗତ କରିଥିଲେ । ଏହାପରେ ମନ୍ଦିରରେ ନୀତି କାନ୍ତି ଶେଷ କରି ମହାପ୍ରଭୁ ଏବଂ ମା ଅମ୍ବିକାଙ୍କୁ ପ୍ରତିନିଧି ମଣ୍ଡଳ ନିମନ୍ତ୍ରଣ ଦେଇ ଆସିଥିଲେ। ସୂଚନା ଥାଉକି ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ (ଭା.ପ୍ର.ସେ.) ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଜିଲ୍ଲା ଅଧିକାରୀ ତଥା ପୋଲିସ ପ୍ରଶାସନ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ କାର୍ଯ୍ୟରତ ଥିଲେ। ବାରିପଦା ପୌରପାଳିକାର ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଉପ-ଅଧ୍ୟକ୍ଷା ଶ୍ରୀମତୀ ସୀମା ଦାସ ତଥା ବାରିପଦାର ବିଭିନ୍ନ କର୍ପୋରେଟର ମାନେ ପ୍ରମୁଖ ଉପସ୍ଥିତ ରହି ଏହି ନିମନ୍ତ୍ରଣ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଏଥି ସହିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ (ଭା.ପ୍ର.ସେ.), ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ଅଭିମନ୍ୟୁ ବେହେରା, ଓ.ପ୍ର.ସେ,(ବରିଷ୍ଠ), ବାରିପଦା ଉପାଜିଲ୍ଲପାଳ, ଶ୍ରୀ ଈଶ୍ବର ଚନ୍ଦ୍ର ନାୟକ,ଓ.ପ୍ର.ସେ,(ବରିଷ୍ଠ), ସହକାରୀ ଜିଲ୍ଲାପାଳ ଶ୍ରୀ ବିଶ୍ୱଜିତ ପଣ୍ଡା (ଓ.ପ୍ର.ସେ), ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି (ଓ.ସୂ.ସେ.), ଜିଲ୍ଲା ପର୍ଯ୍ୟଟନ ଅଧିକାରିଣୀ ଶ୍ରୀମତୀ ସତ୍ୟଭାମା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ, ଶ୍ରୀ ଅନନ୍ତ ସେଠୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉକି ଏହି ଉତ୍ସବକୁ ଜିଲ୍ଲାର ଦୁଇ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପୁରୀରୁ ୩ଜଣ ଲେଖାଏଁ ସେବାୟତ ଓ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନେଇ ଦଳମାନ ଗଠନ ହୋଇଛି, ଯେଉଁମାନେକି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବେ। ଜିଲ୍ଲା ସଦର ମହକୁମାରେ ସେମାନେ ଜିଲ୍ଲାପାଳ ବା ଜିଲ୍ଲାପାଳଙ୍କ ମନୋନୀତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ପ୍ରମୁଖ ଦୁଇ ଧର୍ମସ୍ଥଳୀର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ନିମନ୍ତ୍ରଣ ସାମଗ୍ରୀ ପ୍ରଦାନ କରିବେ।ଦେଶ ବାହାର, ଦେଶ ମଧ୍ୟରେ ଓ ରାଜ୍ୟ ମଧ୍ୟରେ ଥିବା ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟ ମାନଙ୍କୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି। 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

ଗୌରୀ ଶଙ୍କର ପଟ୍ଟନାୟକ ଙ୍କୁ ଗୋଲ୍ଡେନ୍ ଏଇମ୍ କନଫରେନ୍ସ ଏବଂ ଏୱାର୍ଡ ଫର୍ ଏକ୍ସଲେନ୍ସ ଏଣ୍ଡ ଲିଡରଶିପ – 2025” ପ୍ରଦାନ

Sunil Chandra Nayak

ଇସ୍ପାତ ନଗରୀରେ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!