ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

ବୃଦ୍ଧା ଙ୍କ ଅଭିଶପ୍ତ ଜୀବନ ହାଡ ଭଙ୍ଗା ଶୀତରେ ଛିଣ୍ଡା ଜରି ଭରସା

 ନବରଙ୍ଗପୁର,(୨୭/୧୨) -ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା ନରସିଂହଗୁଡା ଛକ ରେ ଜଣେ ବୃଦ୍ଧା ଖୋଲା ଆକାଶ ତଳେ ଅଭିଶପ୍ତ ଜୀବନ ବିତାଉଥିବା ଦେଖିବାକୁ ମିଳିଛି । ବୃଦ୍ଧା ଜଣଙ୍କ ବୟସ ପ୍ରାୟ ୭୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ତେବେ ଦୀର୍ଘ ୧ ବର୍ଷ ହେବ ବୃଦ୍ଧା ଜଣଙ୍କ ସେହି ରାସ୍ତା କଡରେ ପଡ଼ିରହିଛନ୍ତି । ଯେତେବେଳେ ଲୋକଙ୍କୁ ଘର ଭିତରେ ମୋଟା କମ୍ବଳ ଢାଙ୍କିଲେ ମଧ୍ୟ ହାଡ ଭଙ୍ଗା ଶୀତ ଦାଉରୁ ମୁକ୍ତି ମିଳୁନାହିଁ, ସେତେବେଳେ ଏହି ବୃଦ୍ଧା ଜଣଙ୍କୁ ଛିଣ୍ଡା ଜରି କିଭଳି ଥଣ୍ଡା ରୁ ମୁକ୍ତ କରୁଥିବ ତାହା ଅନୁମେୟ । ଭୋକ ଉପାସ ରେ ରାସ୍ତା କଡରେ ବୃଦ୍ଧା ଜଣଙ୍କ ପଡିଥିବା ବେଳେ ଗ୍ରାମବାସୀ ଙ୍କ ସମେତ ଜଣେ ମୁସଲମାନ ମହମ୍ମଦ ୟୁନୁସ , ସାରଦମ୍ବା ,କ୍ରୀଷ୍ଣା ରାଓ ,ଅନୱେର ଖାନ ପ୍ରମୁଖ କିଛି ହାତଟେକି ଦେଲେ ତାକୁ ଖାଇ ବଂଚିଛନ୍ତି ଏହି ବୃଦ୍ଧା । ପରିଣତ ବୟସ ରେ ଯେତେବେଳେ ଆତ୍ମୀୟ ଙ୍କ ପାଇଁ ମଣିଷ ପର ହୋଇଯାଏ, ତାହାହେଲେ କେତେଯେ ଯନ୍ତ୍ରଣା ଭୋଗିବାକୁ ପଡେ ତାହାର ଏକ ନିଛକ ଉଦାହରଣ ହେଉଛନ୍ତି ଏହି ବୃଦ୍ଧା । ନିର୍ବାଚିତ ଲୋକ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ସରକାରୀ ବାବୁ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ କେହି ମଧ୍ୟ ଏହି ବୃଦ୍ଧା ଙ୍କୁ ଆଡ ଆଖିରେ ନ ଦେଖିବା ପରିତାପର ବିଷୟ ହୋଇଛି । ସରକାର ବୃଦ୍ଧ ବୃଦ୍ଧା ଙ୍କ ପାଇଁ ବିଭିନ୍ନ ଯୋଜନା କରି ସମସ୍ତ ସୁବିଧା ଯୋଗାଇବା ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ସେଥିରୁ ବଞ୍ଚିତ ଅଛନ୍ତି ଏହି ବୃଦ୍ଧା । ଏହି ବୃଦ୍ଧା ଙ୍କ ଘର କେଉଁଠି ଏବଂ କାହିଁକି ଏଠାରେ ଏମିତି ପଡ଼ିରହିଛନ୍ତି ତାହା ଜଣାପଡୁନଥିବା ବେଳେ ତାଙ୍କ ମସ୍ତିଷ୍କ ଠିକ୍ ଥିବା ଏବଂ ସେ ଠିକ୍ ଠାକ୍ କଥାବାର୍ତ୍ତା କରୁଥିବା ଗ୍ରାମବାସୀ କହିଛନ୍ତି । ବୃଦ୍ଧା ଙ୍କୁ ତାଙ୍କ ନାମ ପଚାରିବାରୁ ସେ ବାସନ୍ତୀ ବୋଲି କହିଛନ୍ତି । ପ୍ରାୟ ଦେଢ ବର୍ଷ ଧରି ସେ ପ୍ରତ୍ୟେକ ଦିନ ବଡି ଭୋର ସମୟରେ ଉଠି ଛକ ରେ ଥିବା ଦୋକାନ ସମେତ ରାସ୍ତା କଡ଼ ସଫେଇ କରି ଅଞ୍ଚଳକୁ ସ୍ୱଛ ରଖିବାରେ ଯଥେଷ୍ଟ ସହାୟକ ହୋଇଥିବାରୁ ଗ୍ରାମବାସୀ ମାନେ ଶ୍ରଦ୍ଧାର ସହ କିଛି କିଛି ଖାଇବାକୁ ଦେଉଥିଲେ । କିନ୍ତୁ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନ ରହିବାରୁ ସେ ଆଉ କାର୍ଯ୍ୟ କରି ନ ପାରି ଏକ ପରିତ୍ୟକ୍ତ ନାଳ ଉପରେ ଦୁର୍ବିସହ ଅବସ୍ଥା ରେ ପଡ଼ିରହିଛନ୍ତି । ତାଙ୍କୁ ନେଇ ନରସିଂହଗୁଡା ଗ୍ରାମବାସୀ ଚିନ୍ତାପ୍ରକଟ କରିବା ସହ ବୃଦ୍ଧା ଙ୍କୁ ସେଠାରୁ ଉଦ୍ଧାର କରି ତାଙ୍କ ପରିଚୟ ଖୋଜିବା ସହ ତାଙ୍କ ପାଇଁ ସୁବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି । ଖବର ଲେଖିବା ମଧ୍ୟରେ ଜଣା ପଡ଼ିଲା ଯେ ବୃଦ୍ଧଙ୍କୁ ନନ୍ଦାହାଣ୍ଡି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ କ୍ଷିରୋଦ ଚନ୍ଦ୍ର ସାହୁ ଡଙ୍ଗରଭେଜା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କବି ପଲ୍ଲବୀ ଦାସଙ୍କୁ ବ୍ରହ୍ମପୁର ସାହିତ୍ଯ ଉତ୍ସବରେ ଯୁବକବି ସମ୍ମାନ

Sunil Chandra Nayak

ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ଶୁଭଶ୍ରୀ ମହାପାତ୍ର

Sunil Chandra Nayak

ନୀତି ଆୟୋଗ ତରଫରୁ କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ସଂପୂର୍ଣତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!