ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚର କୋଏଲ ବିଦ୍ଯାପୀଠରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

ଓଡ଼ିଆ ଭାଷା ବିକାଶ ମଞ୍ଚର କୋଏଲ ବିଦ୍ଯାପୀଠରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳନ

ରାଉରକେଲା: କୋଏଲ ବିଦ୍ଯାପୀଠ ଓ ଓଡ଼ିଆ ଭାଷା ବିକାଶ ମଞ୍ଚର ମିଳିତ ଆନୁକୁଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ବିଦ୍ଯାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ରାଉତଙ୍କ ସଭାପତିତ୍ବ ଓ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ ହୋଇଯାଇଛି। ସଭାର ପ୍ରାରମ୍ଭରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରାଯିବା ପରେ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଲେ ପଣ୍ଡିତ ନୀଳକଣ୍ଠ ଦାସ ଅଗାଧ ଜ୍ଞାନର ଅଧିକାରୀ ଓ ପ୍ରଚଣ୍ଡ ପ୍ରତିଭାବାନ କବି। ପ୍ରବୀଣ ରାଜନୀତିଜ୍ଞ, ନିର୍ଭିକ ସମାଲୋଚକ, ପ୍ରାବନ୍ଧିକ, ସମାଜ ସଂସ୍କାରକ ଓ ବାଗ୍ମୀ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ। ତାଙ୍କର ସାହିତ୍ଯ ସାଧନା ଓଡ଼ିଆ ସାହିତ୍ୟକୁ ମହିମା ମଣ୍ଡିତ କରିଛି‌। ଓଡ଼ିଆ ଭାଷା, ସାହିତ୍ଯ ଓ ସଂସ୍କୃତି ରୁଦ୍ଧିମନ୍ତ ହୋଇପାରିଛି ନୀଳକଣ୍ଠଙ୍କ ଅମର ଲଳିତ ସ୍ପର୍ଶରେ । ଏ ଜାତି ଗୌରବାନ୍ବିତ କେବଳ ତାଙ୍କରି ପାଇଁ। କେବଳ ଓଡ଼ିଶା କାହିଁକି. ଭାରତୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷାର ଦୃଢ ପ୍ରବକ୍ତା ଥିଲେ ଏହି ଯଶସ୍ବୀ ସାହିତ୍ଯ ସାଧକ ବୋଲି ଶ୍ରୀ ମହାପାତ୍ର କହିଥିଲେ। ସଭାପତି ଶ୍ରୀ ରାଉତ ତାଙ୍କ ବକ୍ତବ୍ଯରେ କହିଲେ ଯେ ସତ୍ୟବାଦୀ ବନ ବିଦ୍ୟାଳୟ ଓ ଏହାର ପ୍ରାଣ ପ୍ରତିଷ୍ଠାତା ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ ଭାବଧାରା ନୀଳକଣ୍ଠଙ୍କୁ ଅଭିଭୂତ ଓ ଉଦବୁଦ୍ଧ କରିଥିଲା। ସତ୍ୟବାଦୀ ସାହିତ୍ଯର ମୁଖ୍ଯ ଆଭିମୁଖ୍ୟ ଥିଲା ଉଗ୍ର ଜାତୀୟ ଚେତନା ଭାବ ଓ ଏ ସଂପର୍କିତ ସାହିତ୍ଯ ସାଧନା ବୋଲି କହିଥିଲେ। ଏହି ସଭାରେ ବିଦ୍ୟାଳୟର ଛାତ୍ର ସୌମ୍ୟ ରଂଜନ ବଳ, ଶୁଭମ୍ ଲେଙ୍କା, ଅଂଶୁମାନ ହାତୀ, ସୁପ୍ରଭା ପରିଡା ପ୍ରମୁଖ ବକ୍ତବ୍ଯ ରଖିଥିଲା ବେଳେ ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ଦାସ, ଉପେନ୍ଦ୍ର ନାଥ ଷଡଙ୍ଗୀ ସଭାରେ ଉପସ୍ଥିତ ଥିଲେ । ଶେଷରେ ସରୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବ୍ଲକ ରାବଣାଗୁଡା ଓ ମେଦନା ଠାରେ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

masiha

ନିଆଁ ଲାଗି ୫ ଏକରଚାଷ ଜମି ର ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ 

Sunil Chandra Nayak

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

masiha

Leave a Comment

error: Content is protected !!