ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ ତମ ଜୟନ୍ତୀ ପାଳନ

ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ ତମ ଜୟନ୍ତୀ ପାଳନ 

ରାଉରକେଲା: ସହରର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ତରଫରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୪୨ ତମ ଜୟନ୍ତୀ ପାଳନ ସଂଘ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ସଂଘର ସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ସଭାପତିତ୍ବ ଓ ଡ ନଗେନ ଦାସଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ଉପସଭାପତି ଡ଼ଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ପଞ୍ଚସଖା ଅନ୍ୟତମ ପଣ୍ଡିତ ନୀଳକଣ୍ଠ ଦାସ ଙ୍କ ଜୀବନାଦର୍ଶ ଓ ତାଙ୍କର ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ଡ଼ଃ ମଲ୍ଲିକ ତାଙ୍କ ବକ୍ତବ୍ୟରେ ପଣ୍ଡିତଙ୍କୁ ଏକାଧାରରେ କବି,ଲେଖକ, ବାଗ୍ମୀ, ରାଜନୀତିଜ୍ଞ, ସାମ୍ବାଦିକ,ଦେଶସେବୀ, ଶିଶୁ ସାହିତ୍ୟିକ, ଦାର୍ଶନିକ,ବ୍ୟବସ୍ଥାପକ ଭାବେ ଅବହିତ କରି କହିଲେ ଯେ ତାଙ୍କର ଉନ୍ନତ ଲେଖା, କାବ୍ୟ, କବିତା ସମୁହ ଉତ୍କଳ ବାଣୀ ଭଣ୍ଡାରର ଆଦର୍ଶ ରତ୍ନ। ତାଙ୍କ ଶିଶୁ ସାହିତ୍ୟ ହୃଦୟସ୍ପର୍ଶୀ ଓ ସେ କୁସଂସ୍କାର କୁ ବିରୋଧ କରୁଥିବା ବ୍ୟକ୍ତି ଥିଲେ। ସଭାପତିତ୍ବ ଅଭିଭାଷଣରେ ଶ୍ରୀ ସ୍ବାଇଁ କହିଲେ ଯେ ନୀଳକଣ୍ଠ ଓଡ଼ିଆ ସାହିତ୍ୟ ଜଗତର ଯୋଗଜନ୍ମା ପୁରୁଷ। ସଂଘ ତାଙ୍କ ଜୟନ୍ତୀ ପାଳନ କରି ତାଙ୍କର ପାଣ୍ଡିତ୍ୟ ସମ୍ପର୍କରେ ଲୋକଲୋଚନକୁ ଆଣିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଦେଇଥିଲେ। ସଂଯୋଜକ ଡ ଦାସ ତାଙ୍କୁ ସୃଷ୍ଟି ସମ୍ପର୍କରେ ସୂଚନା ପ୍ରଦାନ କରି କହିଲେ ଯେ ତାଙ୍କର କାବ୍ୟ ଗୁଡ଼ିକର ଭାଷା ସରଳ, ସାବଲୀଳ ଓ ଭାବଦ୍ବୋତକ। ଶେଷରେ ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଭାରତ ଭୁଷଣ ମହାନ୍ତି, ରଶ୍ମିରଞ୍ଜନ ବୋଇତାଇ,ଡା କୃପାସିନ୍ଧୁ ନାୟକ, କୁଞ୍ଜବିହାରୀ ରାଉତ, ରାଧାମୋହନ ନାୟକ,ଶ୍ରୀଧର ସୁନା, ଅରବିନ୍ଦ ପାତ୍ର, ଲକ୍ଷ୍ମଣନାଥ ଦାସ, ବିପିନ ବିହାରୀ ପଟ୍ଟନାୟକ,ଅଜୟ ମହାନ୍ତି, କରୁଣାକର ପାଟ୍ଟଶାଣୀ, କାଶୀନାଥ ନନ୍ଦୀ, ବ୍ରଜେନ୍ଦ୍ର ଦାଶ, ବିଜୟିନୀ ଜେନା, ପ୍ରସନ୍ନ ମହାନ୍ତି, ଇନ୍ଦ୍ରମଣି ମହାପାତ୍ର, ଅକ୍ଷୟ ସାମଲ,ସତ୍ୟନାରାୟଣ ଦାଶ,ଅଶୋକ ପଟ୍ଟନାୟକ, ସୁନିଲ୍ ଦାସ, ପ୍ରଦୀପ ପଟ୍ଟନାୟକ, ଧରଣୀଧର ସାମଲ, ପ୍ରମୋଦ ପତି, ସଂଜୀବ ଭୋଇ, ପରିକ୍ଷିତ ଗୁରୁ, ଚାରୁଲତା ପ୍ରଧାନ, ରାଜୀବ ପାଣି, ଦିଲିପ କୁମାର, କୈଳାଶ ଚନ୍ଦ୍ର ମହାଳି, କାଶୀନାଥ ପାତ୍ର, କିଶୋରୀ ମୋହନ କର, ମୁରଲୀଧର ଜୟପୁରିଆ, ଗୀତାରାଣୀ ବେହେରା, ପ୍ରବୀର କୁମାର ଦୁବେ, ତ୍ରିଲୋଚନ ସ୍ବାଇଁ,ଗୈ।ତମ ଦାସ,ଆଶିଷ ଦାସ, ଶୁଭ୍ରାଂଶୁ ଶେଖର ମହାପାତ୍ର, ଅଯୋଧ୍ୟାନାଥ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ

masiha

ପୋଖରୀ ରେ ବୁଡି ୫ ବର୍ଷର ଶିଶୁ ମୃତ, ଆଉ ଜଣେ ୫ ବର୍ଷର ଶିଶୁ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!