ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚଭୂତରେ ଲୀନ ହେଲେ ରାଇରଙ୍ଗପୁର ବିଶିଷ୍ଟ ଆଇନଜୀବୀ ବରୁଣ ଦେ 

ପଞ୍ଚଭୂତରେ ଲୀନ ହେଲେ ରାଇରଙ୍ଗପୁର ବିଶିଷ୍ଟ ଆଇନଜୀବୀ ବରୁଣ ଦେ 

ମୟୂରଭଂଜ – ୬/୮ — ରାଇରଙ୍ଗପୁର ର ବିଶିଷ୍ଟ ଓକିଲ ବରୁଣ ଦେ(୬୨) ଆଜି ସଂନ୍ଧ୍ୟାରେ ଜାମସେଦପୁରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ବରୁଣ ଦେ ଜଣେ ବିଜେପିର ଆଗ ଧାଡିର ନେତା ଥିଲେ ।ସେ ପ୍ରାକ୍ତନ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଵିଶେଶ୍ଵର ଟୁଡୁଙ୍କର ରାଇରଙ୍ଗପୁରରେ ପ୍ରତିନିଧି ଥିଲେ ।ପୂର୍ବରୁ ମଧ୍ୟ ଵିଜେଡି- ବିଜେପି ସରକାରରେ ସରକାରୀ ଓକିଲ ମଧ୍ୟ ଥିଲେ ।ସେ ଜଣେ ଅମାୟିକ,ମିଷ୍ଟଭାଷୀ, ମେଳାପି,ଭଦ୍ର ବ୍ୟକ୍ତି ଥିଲେ ।ଜଣେ ଆଜୀବନ ବିଜେପି କର୍ମୀ ଥିଲେ ।ତାଙ୍କର ମର ଶରୀର ଦିନବୁଧବାର ଯାମସେଦପୁରରୁ ତାଙ୍କ ପୈତୃକ ବାସଭବନ ରାଇରଙ୍ଗପୁର ପୌରାଞ୍ଚଳର ଇଚିଣ୍ଡା ଗ୍ରାମକୁ ଅଣାଯାଇଥିଲା ।ତାଙ୍କ ବାସ ଭବନରେ ବିଜେପି ରାଜ୍ୟ ସଂପାଦକ ନବୀନ ରାମ, ପ୍ରାକ୍ତନ ସାଂସଦ ବିଶେଶ୍ୱର ଟୁଡୁ ,ବାପି ଦାସ,ବିକାଶ ମହାନ୍ତ,ସୁରଥ ପଟନାୟକ,ବୁଲା ପଟନାୟକ, ନିଗମାନନ୍ଦ ପଟନାୟକ,ସଂଞ୍ଜୟ ନାୟକ ସମେତ ଅନ୍ୟ ଦଳୀୟ କର୍ମୀ ପହଞ୍ଚି ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ତାଙ୍କ ମୃତ ଶରୀର ରଖୁ ରାଇରଙ୍ଗପୁର ଓକିଲ ସଂଘ କାର୍ଯ୍ୟାଳୟକୁ ନିଆଯାଇଥିଲା ।ସେଠାରେ ଓକିଲଵଂଧୁମାନେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସେଠାରୁ ରାଇରଙ୍ଗପୁର ସ୍ଵର୍ଗଦ୍ଵାରକୁ ନିଆଯାଇଥିଲା ସେଠାରେ ତାଙ୍କର ଏକମାତ୍ର ପୁତ୍ର ମୁଖାଗ୍ନି ଦେବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।ତାଙ୍କ ଶେଷକୃତ୍ୟ ରେ ରାଇରଙ୍ଗପୁର ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

ମୟୂରଭଂଜରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ପଞଭୂତରେ ଲୀନ ହେଲେ ଆଦର୍ଶ ଶିକ୍ଷକ ଉଗ୍ରସେନ ଗିରି ; ରାଇରଙ୍ଗପୁରରେ ଶୋକରେ ଛାୟା

masiha

ରାଉରକେଲା ଅବସରପ୍ରାପ୍ତ କର୍ମଚାରୀ ସଂଘର ବାର୍ଷିକ ଉତ୍ସବ ସହ ବନ୍ଧୁମିଳନ

masiha

ଡାବୁଗାଁ ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ଓଡିଶା ଦିବସ ପାଳିତ 

masiha

Leave a Comment

error: Content is protected !!