ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛଅ ମାସପୂର୍ବରୁ ପାଣିଟାଙ୍କି ଉଦ୍ଘାଟନ , କାର୍ଯ୍ୟକ୍ଷମ ଶୂନ୍ୟ

ତିର୍ତ୍ତୋଲ :- ଲୋକ ମାନଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଲକ୍ଷାଧିକ ଅର୍ଥ ବିନିମୟରେ ବସୁଧା ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି ! ପଞ୍ଚାୟତ ସ୍ତରୀୟ ସ୍ଥାନ ଚୟନ, କାର୍ଯ୍ୟାଦେଶ ପରେ କାର୍ଯ୍ୟରମ୍ଭ, ତାପରେ ପୂର୍ଣ୍ଣାଙ୍ଗ ପାଣିଟାଙ୍କି ର ଶୁଭ ଉଦ୍ଘାଟନ ! ତାପରେ ଠିକାଦାର ଆଉ ଯନ୍ତ୍ରୀ ମାନଙ୍କର ଭଗବଣ୍ଟନ ! ତାପରେ ପାଣିଟାଙ୍କି ଚାଲିବା ନ ଚାଲିବା ଉପରେ କାହାରି ନଜର ନଥାଏ ! ଯୋଉ ଜନସାଧାରଣଙ୍କ ହିତପାଇଁ ଏସବୁ ଯୋଜନା, ସେମାନେ ଉପକୃତ ହେଲେ କି ନାହିଁ, ସେଥିପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ ! ବ୍ଲକ ପ୍ରଶାସନ ଏଥିରେ ପୁରା ଖୁସ ! ହଁ ଆଜ୍ଞା ଏଇଟା ପୁରା ସତ କଥା ! ତେବେ କଥା ହେଉଛି କହିଲେ କୂଳ କୁଟୁମ୍ବକୁ ଲାଜ, ନ କହିଲେ କୂଳ ଭାଷି ଯାଉଛି ! ଏଭଳି ସଂଗୀନ ବିଷୟ ହେଉଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ଗୋପାଳପୁର ଶଙ୍ଖେଶ୍ୱର ପଞ୍ଚାୟତର ସରଳପୁର ଗ୍ରାମର ! ସରଳପୁର ଗ୍ରାମବାସୀଙ୍କ ସରଳତାର ସୁଯଗ ନେଇ ପାଣିଟାଙ୍କିକୁ ଉଦ୍ଘାଟନ କଲେ ସିନା ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ ! ଯଦିଓ ପାଣି ଯୋଗାଣ ଚାଲିଛି, ତାହା କେବଳ ସ୍ୱଳ୍ପ ସ୍ଥାନରେ ପହଁଚୁଛି ଯୋଉମାନେ ବାଡ଼ିବଗିଚାରେ ଶାଗ ଓ ପନିପରିବା କରିଛନ୍ତି ! ପାନୀୟ ଜଳ ଭାବେ ନୁହଁ କେବଳ ଫସଲରେ ପାଣି ଦିଆଯାଉଛି ! ଖବର ଅନୁସାରେ ଗତ 01/06/2018 ମସିହାରେ ତତ୍କାଳୀନ ବିଧାୟିକା ଡକ୍ଟର ରାଜଶ୍ରୀ ମଲ୍ଲିକ ସରଳପୁର ଠାରେ 50,000 ଲିଟର କ୍ଷମତାବିଶିଷ୍ଟ ଏକ ବିଶୁଦ୍ଧ ପାନୀୟ ପାଣିଟାଙ୍କିର ଶୁଭ ଦେଇଥିବା ବେଳେ, ଦୀର୍ଘ ଦିନର ବ୍ୟବଧାନରେ 23/09/2023 ରେ ଅତି ତରବରିଆ ଭାବେ ଅପୂର୍ଣ୍ଣାଙ୍ଗ ପାଣିଟାଙ୍କି କୁ ବର୍ତ୍ତମାନର ବଧାୟକ ବିଜୟ ଶଙ୍କର ଦାସଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି ! ଉଦ୍ଘାଟନ ସମୟରେ ଲାଗିଥିବା ଫଳକରେ ଯାହାଙ୍କର ନାମ ଉଲ୍ଲେଖ ଅଛି ସେମାନଙ୍କ ମଧ୍ୟରୁ ବହୁତ ବ୍ୟକ୍ତିଙ୍କ ଅନୁପସ୍ଥିତ ଥାଇ ଉଦ୍ଘାଟନ କରାଗଲା କିପରି ? ମୁଖ୍ୟ ବିଷୟ ହେଉଛି ଅପୂର୍ଣ୍ଣାଙ୍ଗ ପାଣିଟାଙ୍କିକୁ ବିଧାୟକ ଉଦ୍ଘାଟନ ପୂର୍ବରୁ ଜାଣିପାରିଲେ ନାହିଁ କିପରି ?? କେବଳ ବିଧାୟକ ମହୋଦୟ ଚମଚାଙ୍କ ବୋଲକରା ହୋଇ ତରବରିଆ ଭାବେ ଅନ୍ୟକାହାକୁ ନଡାକି ଉଦ୍ଘାଟନ କରିବା ପଛର ରହସ୍ୟ କଣ ???ଛଅ ମାସରୁ ଅଧିକ ହେବ ପାଣିଟାଙ୍କି କାର୍ଯ୍ୟକ୍ଷମ ନ ହୋଇ ପଡ଼ିରହିଛି କାହାସ୍ୱାର୍ଥରେ??? ସରକାରଙ୍କ ରାଜସ୍ବ ଅର୍ଥ ର ଦୁରୁପଯୋଗ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରହେଳିକା ପାଲଟିଛି ସରଳପୁର ପାଣିଟାଙ୍କି ! ଏକ୍ଷେତ୍ରରେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ନିରବ ! ଚର୍ଚ୍ଚା ହେଉଛି ଆର.ଡବ୍ଲୁ.ଏସ.ଏସ. ର କନିଷ୍ଠଯନ୍ତ୍ରୀ,ତିର୍ତ୍ତୋଲ ବିଡିଓ ତଥା ବିଭାଗୀୟ ଅଧିକାରୀମାନେ ମିଳିମିଶି ଆର୍ଥିକ ଦୁର୍ନୀତିର ସଦୁପଯୋଗ କରି ପାଣିଟାଙ୍କି କୁ ଅକ୍ଷମ ଘୋଷଣା କରିବାକୁ ଯୋଜନା କରିଛନ୍ତି ! ଏହା ଯେବେ ସତ ନୁହେଁ ତାହାହେଲେ ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପାଣିଟାଙ୍କିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ସହିତ ସମ୍ପୃକ୍ତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଭୁଲନ୍ତୁ ନାହିଁ ! ନଚେତ ଆଗାମୀ ଦିନରେ ଜନଆନ୍ଦୋଳନ ହେବାକୁ କେହି ରୋକିପରିବେ ନାହିଁ ବୋଲି ବୁଦ୍ଧିଜୀବୀ ମହଲ ରୁ ଜଣାଯାଇଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଖଇରପଦର ନିକଟରେ ଥିବା ଦଶ ଘର ସାପୁଆ ପଡ଼ାବାସୀ ଦେଶାନ୍ତର, ତାଙ୍କର ଦୁଃଖ ବୁଝିବ କିଏ

Sunil Chandra Nayak

ପଟ୍ଟା ଜାଗାରେ ଯୋର ଜବରଦସ୍ତ ବାଡ ଦେବା ଘଟଣା : ଉପଜିଲ୍ଲାପାଳ ଘଟଣା ର ତଦନ୍ତ ପାଇଁ ନିର୍ଦ୍ଦେଶ

ପ୍ରାଦେଶିକ ମେଧା ପରୀକ୍ଷା-୨୦୨୩-୨୪ ରେ ନବରଙ୍ଗପୁର ଜିଲାରେ ଟପ୍ପର ଓ ରାଜ୍ୟ ସ୍ତରରେ ତୃତୀୟ 

masiha

Leave a Comment

error: Content is protected !!