ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୯ରେ କଳାହାଣ୍ଡି ଆସୁଛନ୍ତି ଫାଇଭ୍-ଟି ସଚିବ ଭି. କେ. ପାଣ୍ଡିୟାନ 

କଳାହାଣ୍ଡି,୧୭/୦୫-ଆସନ୍ତା ୧୯ ତାରିଖ ଶୁକ୍ରବାର ଦିନ ତିନିଦିନିଆ କଳାହାଣ୍ଡି ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ୍-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ ! ସେ ୧୯ ତାରିଖ ସକାଳୁ ହେଲିକେପ୍ଟର ଯୋଗେ ଆସିବା ସହିତ ଏଇ ନିକଟରେ କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ସାମିଲ ହୋଇଥିବା ଉତ୍କେଲା ଏୟାର ଷ୍ଟ୍ରିପରେ ଓହ୍ଲାଇ ଏୟାରଷ୍ଟ୍ରିପର ଲାଇସେନ୍ସିଂ ସଂପର୍କରେ ଆଲୋଚନା କରିବେ ! ସେଠାରୁ ବେଲଖଣ୍ଡି ଶିବ ମନ୍ଦିର ପରିଦର୍ଶନ ପରେ ସଡ଼କପଥରେ ମ.ରାମପୁର ଯିବା ସହିତ ଆମ ହସ୍ପିଟାଲ ଯୋଜନାରେ ସାମିଲ ହୋଇଥିବା ମ. ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ଓ ପ୍ରସ୍ତାବିତ ସାନ୍ଦୁଲ ଜଳସେଚନ ପ୍ରକଳ୍ପ ସଂପର୍କରେ ତଦାରଖ କରିବେ ! ସେଠାରୁ ନର୍ଲାସ୍ଥିତ ମିଶନ ଶକ୍ତି କାଫେ, ମିନି ଷ୍ଟାଡ଼ିୟମ୍ ପରିଦର୍ଶନ କରି ଭବାନୀପାଟଣା ଆସିବା ସହିତ ପୋଲିସ ହାଇସ୍କୁଲ, ଆଶା ସାଗର ପରିଦର୍ଶନ କରି ଜୁନାଗଡ଼ ଯିବେ ! ସେଠାରେ ବିଜୁ ପଟ୍ଟନାୟକ ଷ୍ଟାଡ଼ିୟମ, ଲଙ୍କେଶ୍ବରୀ ମନ୍ଦିର ପରିଦର୍ଶନ କରି ପୁଣି ଭବାନୀପାଟଣା ଫେରିଆସିବେ ! ଭବାନୀପାଟଣାରେ ନବନିର୍ମିତ ମେଡିକାଲ କଲେଜ ଓ ଟିଚିଂ କ୍ୟାମ୍ପସ, ଓୟୁଏଟି କ୍ୟାମ୍ପସ ପରିଦର୍ଶନ ପରେ ଭବାନୀପାଟଣା ଟାଉନ୍ ହଲ୍ ରେ ମିଶନଶକ୍ତିର ମହିଳାମାନଙ୍କ ସହିତ ଆଲୋଚନା କରିବେ ! ସେହିପରି ଭବାନୀପାଟଣା ସ୍ପୋର୍ଟ୍ସ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବେ ! ଏହାପରେ ଲାଞ୍ଜିଗଡ଼ ଭଟାଙ୍ଗପଦର ଇକୋ ଟୁରିଜିମ୍ କମ୍ପ୍ଲେକ୍ସରେ ରାତ୍ରିଯାପନ କରିବେ ! ତାଙ୍କ ଦ୍ବିତୀୟ ଦିନର ଗସ୍ତରେ ସେ ପିପଲ ନାଳା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଭଟାଙ୍ଗପଦର ହାଇସ୍କୁଲ ଓ ଖେଳପଡ଼ିଆ ପରିଦର୍ଶନ କରିବା ପରେ ଥୁଆମୂଳ ରାମପୁର ବ୍ଲକ ପରିଦର୍ଶନରେ ହେଲିକେପ୍ଟରରେ ବାହାରିବେ ! ସେଠାରେ ମାଁ ମାଣିକେଶ୍ବରୀ ମହାବିଦ୍ୟାଳୟ, ପ୍ରସ୍ତାବିତ ଡିଗ୍ରୀ କଲେଜ, ପିଡବ୍ଲ୍ୟୁଡି ବଙ୍ଗଳା ପରିଦର୍ଶନ ପରେ ହେଲିକେପ୍ଟରରେ କଲମପୁର ବ୍ଲକ ଗସ୍ତରେ ଯିବେ ! ସେଠାରେ କଲମପୁର ମିନି ଷ୍ଟାଡ଼ିୟମ ପରିଦର୍ଶନ ଓ ସ୍ଥାନୀୟ ଲୋକଙ୍କ ସହିତ ମତ ବିନିମୟ କରିବେ ! ସେଠାରୁ ଜୟପାଟଣା ମଙ୍ଗଳପୁର ବ୍ୟାରେଜରେ ପ୍ରସ୍ତାବିତ ଇନ୍ଦ୍ରାବତୀ ପାର୍କ ଓ ମ୍ୟୁଜିୟମ୍ ପରିଦର୍ଶନ କରିବେ ! ସେଠାରୁ ଆମପାଣି ବୁଢ଼ାରଜା ପୀଠ, ଗୁଡ଼ହାଣ୍ଡି- ଡୋକରିଚଞ୍ଚରା ପରିଦର୍ଶନ ପରେ ଧର୍ମଗଡ଼ ବ୍ଲକ ଗସ୍ତରେ ଯିବେ ! ସେଠାରେ ଆହାର କେନ୍ଦ୍ର, ଭଣ୍ଡାରଘରଣୀ ମନ୍ଦିର, ବିଜୁ ପଟ୍ଟନାୟକ ଇନ୍ ଡୋର ଷ୍ଟାଡ଼ିୟମ୍, ପଞ୍ଚାୟତ କଲେଜ, ବିଜୁ କଲ୍ୟାଣ ମଣ୍ଡପ, ଯଶୋଦା ଅନାଥାଶ୍ରମ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି ! ଏହାପରେ ସେ ଧର୍ମଗଡ଼ ପିଡବ୍ଲ୍ୟୁଡି ବଙ୍ଗଳାରେ ରାତ୍ରିଯାପନ କରିବେ ! ତାଙ୍କ ଗସ୍ତର ତ୍ରୁତୀୟ ଦିନରେ ସେ ଧର୍ମଗଡ଼ରୁ ବାହାରି ଗୋଲାମୁଣ୍ଡା ବ୍ଲକ ବ୍ରୁନ୍ଦାବାହାଲ ବିଦ୍ୟୁତ୍ ଗ୍ରୀଡ଼ ପରିଦର୍ଶନ କରିବେ ! ସେଠାରୁ ସେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯିବେ ! ପାଣ୍ଡିୟାନଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ବେଶ୍ ପ୍ରସ୍ତୁତିରେ ଲାଗି ପଡ଼ିଥିବାବେଳେ ନିଜ ଦଳର ମୁଖିଆଙ୍କ ବ୍ୟକ୍ତିଗତ ସଚିବ ଆସୁଥିବାରୁ ଜିଲ୍ଲାର ବିଜେଡି ମହଲ ମଧ୍ୟ ଉତ୍ସାହିତ ହୋଇ ପଡ଼ିଛନ୍ତି !

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

କୃଷକ ତାଲିମ୍ ଶିବିର ଅନୁଷ୍ଠିତ

masiha

ଅନ୍ତ ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ

masiha

Dalmia Cement’s Rajgangpur Plant Empowers Over 5400 Households with Sustainable Livelihoods Under Gram Parivartan

Sunil Chandra Nayak

Leave a Comment

error: Content is protected !!