ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁରରେ ଡିଜେଲ ମାଫିଆଙ୍କ ରାକେଟ ସକ୍ରିୟ; ୩ ଜଣଙ୍କୁ ବାନ୍ଧିଲା ପୋଲିସ

ମୟୂରଭଞ୍ଜ – (ମସିହା) ଦିନକୁ ଦିନ ଚୋରା ଡିଜେଲ ମାଫିଆଙ୍କ ବେଆଇନ କାର୍ଯ୍ୟକଳାପ ବୃଦ୍ଧି ପାଉଛି ।ଯାହାକୁ ନେଇ ରାସ୍ତାକଡ କିମ୍ବା ଜାତୀୟ ରାଜପଥ ପାର୍ଶ୍ବଢ଼ାବା ପାଖରେ ଅଟକୁ ଥିବା ଟ୍ରକ ମାଲିକ ଏବଂ ଡ଼୍ରାଇଭରଙ୍କ ନିଦ ହଜାଇ ଦେଇଛି ।ଏଭଳି ଘଟଣା ଦେଖିବାକୁ ମିଳୁଛି ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାପାଣି ନିକଟ ଜାତୀୟ ରାଜପଥ ୨୨୦ ନମ୍ବର ରାସ୍ତାକଡ଼ରେ ଏକ ଲୁହାପଥର ବୋଝେଇ ଟ୍ରକ ଗାଡ଼ି ଅଟକ ରଖି ବିଶ୍ରାମ ନେଉଥିବା ବେଳେ ଚୋରା ଡିଜେଲ ମାଫିଆମାନେ ଡିଜେଲ ଚୋରୀ କରି ନେଇ ଖସି ପଳାଉଥିବା ସମୟରେ ପିସିଆର ଗାଡି ସହ ମୁହାଁମୁହିଁ ହୋଇଥିଲେ ।ଗାଡିଟି ପୋଲିସ ଗାଡ଼ିକୁ ଚକମା ଦେଖାଇ ଦୃତ ଗତିରେ ଆସି ପଳାଇଥିଲେ । ଏହାକୁ ନେଇ ଟ୍ରକ ଟାଉନ‌ ଥାନାରେ ଲିଖିତ ଅଭିଯୋଗ କଲାପରେ ଏକ ମାମଲା ରୁଜୁ ହୋଇଥିଲା ।ପୋଲିସ ଘଟଣାକୁ ନେଇ ରାଇରଙ୍ଗପୁର ପୌରାଞ୍ଚଳ ଓ୍ବାର୍ଡ ନମ୍ବର ୧୦ ର ସେକ ସାହାବୁଦ୍ଦିନ ହୁସେନ, ମହମ୍ମଦ ଇନ୍ତେଜାର ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାୟଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ଓ ଅବୈଧ ମଦ ପ୍ରସ୍ତୁତି ସାମଗ୍ରୀ ନଷ୍ଟ

Sunil Chandra Nayak

ରାଇଘର ବ୍ଲକ୍ କାଉଡୋଳା ପଞ୍ଚାୟତରେ ବେଧଡକ୍ ଚାଲିଛି ଗଞ୍ଜେଇ ଚାଷ , ପୁଣି ୧୦୦୦୦ ରୁ ଉର୍ଧ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ବିଭାଗ       

masiha

ସମ୍ବାଦିକଙ୍କ ଉପରେ ଆକ୍ରମଣ କୁ ନେଇ ନବରଙ୍ଗପୁର ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!