ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାସ୍ତା କଡରୁ ଜବର ଦଖଲ ଉଛେଦ , ହୋଟେଲରେ ଚଢାଉ, ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ 

ରାସ୍ତା କଡରୁ ଜବର ଦଖଲ ଉଛେଦ , ହୋଟେଲରେ ଚଢାଉ, ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ 

ଭଞ୍ଜନଗର, ତା ୧୯/୪ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ମୁଖ୍ୟ ରାସ୍ତା ସମେତ ଜନଗହଳି ସ୍ଥାନର ରାସ୍ତା କଡରେ ରହିଥିବା ଜବର ଦଖଲ ଉଚ୍ଛେଦ କରାଯାଇଛି। ପ୍ରଶାସନ,ପୁଲିସ ଓ ପୌରପରିଷଦ ପକ୍ଷରୁ ମିଳିତ ଭାବେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ଥାନା ଛକରୁ ଏଭଳି ଚଢାଉ ଆରମ୍ଭ କରାଯାଇଥିଲା। ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାରେ ବସି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କ ଅସ୍ଥାୟୀ ଦୋକାନ ଓ ଠେଲା ଗୁଡିକୁ ହଟାଇ ଦିଆଯାଇଛି। ଏଥିସହ ଦୋକାନ ଗୁଡିକ ରାସ୍ତା ଆଡକୁ ମାଡି ଆସିଥିବା ଉପକରଣ ଗୁଡିକୁ ମଧ୍ୟ ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି। ଅଗାମୀ ଦିନରେ ପୁଣି ଜବର ଦଖଲ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ମେନ୍‌ରୋଡ ସମେତ ପୁରୁଣା ବଜାର ସାହିରେ ମଧ୍ୟ ଏଭଳି ଅଭିଯାନ ହୋଇଥିଲା। ଏହି ସମୟରେ କିଛି ସ୍ଥାନରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ବାସି ଖାଦ୍ୟ ମିଳିଥିବା ହୋଟେଲ ଗୁଡିକରୁ ପ୍ରାୟ ୨୦ ହଜାର ଟଙ୍କା ଜୋରିମାନା କରାଯାଇଥିବା ବେଳେ ପଲିଥିନ ଜବତ କରିବା ସହ ୩୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛ। ଏଥିସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ଟ୍ରେଡ ଲାଇସେନ୍ସ୍ ମଧ୍ୟ ଯାଞ୍ଚ କରାଯାଛ। ଆଗାମୀ ଦିନରେ ଭଞ୍ଜନଗର ଠାକୁରାଣୀ ଯାତ୍ରା ଥିବାରୁ ସହରର ଟ୍ରାଫିକ ସମସ୍ୟାକୁ ଦୂର କରିବା ସହ ଯାତ୍ରା ସମୟରେ ଭିଡକୁ ଦୃଷ୍ଟିରେ ରଖି ଲୋକ ମାନଙ୍କୁ ଯେଭଳି ବ୍ୟବସାୟୀ ମାନେ ବାସିଖାଦ୍ୟ ନ ବିକ୍ରି କରନ୍ତି ସେଦିଗରେ ପଦ‌କ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏଭଳି ଚଢାଉ କରାଯାଇଥିବା ବେଳେ ଏଥିରେ ଅତିରିକ୍ତ ତହସିଲଦାର ଅବିନାଶ ମାହାର,ମୁନିସିପାଲିଟି ଇଓ ମୂରଲୀକୃଷ୍ଣ ପଣ୍ଡା,ଥାନା ଏସ୍‌ଆଇ ସମୀର କୁମାର ସେଠୀ,ଖାଦ୍ୟ ସୁରକ୍ଷା ଅଧିକାରୀ ଶୁଭରଞ୍ଜନ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଜୀବନ୍ତ ବ୍ରଜକାପ୍ତା ସହ ୨ଟି ମୋବାଇଲ, ୨ଟି ବାଇକ, ବ୍ରଜକାପ୍ତା କାତି ଜବତ୍ , ଶିକ୍ଷକ ଓ ସମ୍ପର୍କୀୟ ଭାଇ କୋଟ ଚାଲାଣ

masiha

ତିରିଂ ବ୍ଳକ ; ପୋଖାରିଆ ଡ୍ୟାମରୁ ଦୁଇ ଦିନ ପରେ ମୃତ ଦେହ ଉଦ୍ଧାର

masiha

ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ

Sunil Chandra Nayak

Leave a Comment

error: Content is protected !!