ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କକଡାଗୁଡା ରେ ଗଣ୍ଡଗୋଳ, ଫାର୍ସା ଚୋଟରେ ଜଣେ ଗୁରୁତ୍ତର 

କକଡାଗୁଡା ରେ ଗଣ୍ଡଗୋଳ, ଫାର୍ସା ଚୋଟରେ ଜଣେ ଗୁରୁତ୍ତର 

ଡାବୁଗାଁ, ୧୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଞ୍ଚଳା ପଞ୍ଚାୟତ ଅଧିନ କକଡାଗୁଡା ଗ୍ରାମରେ ଦୁଇ ଦିନ ହେବ ଠାକୁରାଣୀ ଯାତ୍ରା ଚାଲିଥିଲା | ଏହି ଅବସରରେ ବୁଧବାର ରାତିରେ ଚିଚିବାଇ ଗ୍ରାମର ଡମୁ ଜାନି (୩୫) ତାର ସାଙ୍ଗ ମାନଙ୍କ ସହ ରାତିରେ ଯାତ୍ରା ଦେଖୁବାକୁ ଆସିଥିଲେ ଏବଂ ସେହି ଗ୍ରାମରେ ରାତ୍ରି ରେ ଯାତ୍ରା ଦେଖି ଗୁରୁବାର ସକାଳ ପ୍ରାୟ ୫ ଘ. ସମୟରେ ନିଜ ଗ୍ରାମକୁ ଫେରୁଥିବା ବେଳେ କକଡାଗୁଡା ଗ୍ରାମର ପ୍ରଫୁଲ୍ଲ ଗୌଡ଼ (୧୬) ଆସି ପାଟିତୁଣ୍ଡ କରିଥିଲା | ଏହି ସମୟରେ ହଠାତ ପ୍ରଫୁଲ୍ଲ ଗୌଡ଼ ଏକ ଫାର୍ସା ସହିତ ଡମୁ ଜାନିକୁ ଆକ୍ରମଣ କରି ରକ୍ତାକ୍ତ କରିଥିଲା । ଏହାପରେ ସେହି ସ୍ଥାନରେ ଥିବା ଡମୁର ସାଙ୍ଗ ମାନେ ଏବଂ ଚଚରାଗୁଡା ଗ୍ରାମର କିଛି ଯୁବକ ତାଙ୍କୁ ଡାବୁଗାଁ ମେଡିକାଲ କୁ ଆଣିଥିଲେ । ଡମୁ ଜାନି ର ଅବସ୍ଥା ବହୁତ ଗୁରୁତ୍ୱର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଉନ୍ନତ ଚିକିତ୍ସା ନିମନ୍ତେ କୋରାପୁଟ ସହିଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା | ବର୍ତ୍ତମାନ ସେଠାରେ ଡମୁ ଜାନୀ ଚିକିତ୍ସିତ ଅଛନ୍ତି | ଏନେଇ ଆହତ ଙ୍କ ଭାଇ ମନବୋଧ ଜାନୀ ଡାବୁଗାଁ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୭୮/୨୬ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି | ଏ ସଂକ୍ରାନ୍ତରେ କାକଡଗୁଡା ଗ୍ରାମର ୨ ଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଆଇଆଇସି ରଘୁନାଥ ମାଝି ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଚିଟ୍ ଫଣ୍ଡ ଠକେଇ ମାମଲାରେ ବନ୍ଧୁଗାଁ ପୋଲିସ ଦ୍ବାରା ପରିବାରର ପାଞ୍ଚ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ 

Sunil Chandra Nayak

ଥୁଆଙ୍ଗପଦର ଗାଁର ଛାତ୍ରଙ୍କ ଶବ ପୁରୁଣା ଅମ୍ବାଦଳା ରେଳ ଧାରଣାରୁ ଉଦ୍ଧାର, ରେଳବାଇ ପୁଲିସ ପକ୍ଷରୁ ତଦନ୍ତ ଜାରି

Sunil Chandra Nayak

ଓଡ଼ିଶା ଆନ୍ଧ୍ର ମିଳିତ ଅବକାରୀ ଚଢାଉ  ନଷ୍ଟ କଲେ ଲକ୍ଷାଧିକ ଟଙ୍କାର ଦେଶୀ ମଦ 

masiha

Leave a Comment

error: Content is protected !!