ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

,୧- ଵହଳଦା ଥାନା !  ଆନ୍ତଃ ରାଜ୍ୟ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ସହ ଧଳା ରଙ୍ଗର ଟୟୋଟା ଫର୍ଟୁନର କାର,କଳାରଙ୍ଗର ହୁଣ୍ଡାଇ କାର, ୧,୮୫,୭୦୦ ଟଙ୍କା ସହ ମାରଣାସ୍ତ୍ର, ଓ ଅପରାଧୀ ସାମଗ୍ରୀ ଜବତ ନେଇ ଏସପିଙ୍କ ଖବରଦାତା ସମ୍ମିଳନୀ ,୨- ଵହଳଦା ଥାନା !   କାଦୁଆଣି ବଜାରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଵହଳଦା ଥାନା !
 ଆନ୍ତଃ ରାଜ୍ୟ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ସହ ଧଳା ରଙ୍ଗର ଟୟୋଟା ଫର୍ଟୁନର କାର,କଳାରଙ୍ଗର ହୁଣ୍ଡାଇ କାର, ୧,୮୫,୭୦୦ ଟଙ୍କା ସହ ମାରଣାସ୍ତ୍ର, ଓ ଅପରାଧୀ ସାମଗ୍ରୀ ଜବତ ନେଇ ଏସପିଙ୍କ ଖବରଦାତା ସମ୍ମିଳନୀ

ରାଇରଙ୍ଗପୁର – ୩୦/୦୯ ପାର୍ବଣ ଋତୁ ଆରମ୍ଭ ହୋଇଛି ।ପଲ୍ଲିରୁ ସହର ଚଞ୍ଚଳ ।ଏହି ସମୟରେ ଅସାମାଜିକ,ଲୁଟେରା,ଅପରାଧୀଙ୍କ ଅପରାଧ ମାତ୍ରା ବଢିଥାଏ ।ସରକାର ରିଜ୍ଯରେ ପାର୍ବଣ ଋତୁରେ ଅପରାଧୀ ଓ ଅସାମାଜିକ ବ୍ଯକ୍ତିମାନଘ୍କ ବିରୋଧରେ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଡ୍ରାଇଭ୍ “ଦାମନ” ର କାର୍ଯ୍ୟକ୍ରମକୁ ସବୁ ଥାନା ଗୁରୁତ୍ଵ ଦେଇଛନ୍ତି ।ଏହି ଦାମନ କାର୍ଯ୍ୟକ୍ରମରେ ଵହଳଦା ଥାନାକୁ ଏକ ସଫଳତା ମିଳିଛି ।ଏହାକୁ ନେଇ ଵହଳଦା ଥାନା ପରିସରରେ ରାଇରଙ୍ଗପୁର ପୋଲିସ ଜିଲ୍ଲା ଆରକ୍ଷୀ ସୁରେଶ ପାତ୍ର ଏକ ଖବରଦାତା ସମ୍ମିଳନୀରେ କହିଥିଲେ କି ଵହଳଦା ଥାନା ଅନ୍ତର୍ଗତ ଵାସିଙ୍ଗି – ଖିଜିରିତାଣ୍ଡି ଛକରେ ମଙ୍ଗଳବାର ସଂନ୍ଧ୍ଯା ୭ ଟା ସମୟରେ ଏକ ୫ ଜଣିଆ ଦୁର୍ଦାନ୍ତ ଅପରାଧୀ ଦୁଇଟି କାର ରେ ମାରଣାସ୍ତ୍ର, ଅପରାଧିକ ସାମଗ୍ରୀ ଧରି ଵହଳଦା, ଵାସିଙ୍ଗି ନିକଟଵର୍ତ୍ତି ଅଞ୍ଚଳରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା କୌଣସି ସୂତ୍ରରୁ ଖବର ପାଇ ବହଳଦା ଥାନାଧିକାରୀ ଭାସ୍କର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ ଅତର୍କିତ ଭାବେ ଘଟଣାସ୍ଥଳରେ ନାକାବନ୍ଦୀ କରି କାବୁ କରିଥିଲେ ।ସେମାନଙ୍କଠାରୁ ୧,୮୫,୭୦୦ ଟଙ୍କା କଳା ରଙ୍ଗରହୁଣ୍ଡାଇ ଭରନା କାର ( jH01CW5047),ଧଳା ରଙ୍ଗର ଠୟୋଟା ଫର୍ଚୁନର କାର (jH05AM1515), ଦୁଇଟି ଲଙ୍କା ଖଣ୍ଡ ପକେଟ୍, ଦୁଇଟି ମୋବାଇଲ, ୧୦ ଫୁଟ୍ ଦଉଡ଼ି, ୮ ଏମ୍ ଜୀବନ୍ତ ଗୁଳି,, ଲୁହାର ଖଣ୍ଡା ଜବତ କରିବା ସହ ସେମାନଙ୍କୁ ଗିରଫ କରିଛି । ପୋଲିସ କୁ ଦେଖି ୩ ଜଣ ଅନ୍ଧାରରେ ଲୁଚି କରି ଖସି ପଳାଇଗଲେ ।ଦୁର୍ଦାନ୍ତ ଅପରାଧୀ ହେଲେ ଝାଡଖଣ୍ଡ ରାଜ୍ୟର ଷଢେ଼ଇକଳା ଖରସୁଆଁଜିଲ୍ଲା ଅନ୍ତର୍ଗତଚାଣ୍ଡିଲ ଥାନା ଅଞ୍ଚଳର ତପଛକ ଗ୍ରାମର ସ୍ବର୍ଗତ ହାରୁନ୍ ରଶିଦଙ୍କ ପୁଅ ଫରହାନ ରଶିଦ(୨୪) ଏବଂ ଜାମସେଦପୁର ମାନଗୋ ଅଞ୍ଚଳର ହୁସେନ ମହଲା ଜାକିର ନଗରର ମହମ୍ମଦ ଆକଵରର ପୁଅ ମହମ୍ମଦ ହାଇଦର(୩୨) ।ଵହଳଦା ପୋଲିସ ଏକ ମାମଲା କେଶ ନମ୍ବର ୧୭୪/୨୬ ରୁଜୁ କରି ଘଟଣାର ତଦନ୍ତକୁ ଜୋରଦାର କରିଛି ।ଦୁର୍ଦାନ୍ତ ଅପରାଧୀ ଙ୍କ ନାମରେ ଝାଡ଼ଖଣ୍ଡରେ ଗୋତସ୍କର ସମେତ ବିଭିନ୍ନ ଅପରାଧିକ କାର୍ଯ୍ଯରେ ଲିପ୍ତ ଥିବା ଥାନାରେ ମାମଲା ଅଛି ବୋଲି ସୂଚନା ମିଳିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା, ଵହଳଦା ଥାନାଧିକାରୀ ଭାସ୍କର ପ୍ରଧାନ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲାବେଳେ ବିଭିନ୍ନ ଗଣମାଧ୍ଯ ପ୍ରତିନିଧି ସାମିଲ ହୋଇଥିଲେ ।

ଵହଳଦା ଥାନା ! 
 କାଦୁଆଣି ବଜାରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ରାଇରଙ୍ଗପୁର – ) ୩୦/୦୯ରାଇରଙ୍ଗପୁର ପୋଲିସ ଜିଲ୍ଲା ଅଧିନସ୍ଥ ବହଳଦା ଥାନା ଅଞ୍ଚଳର କାଦୁଆଣି ବଜାର ରୁ ଆଜି ସକାଳେ ଜନୈକ ଅଜଣା ମହିଳା ମୃତ ଦେହ ପଡ଼ିଥିବା ଖବର ପାଇ ବହଳଦା ଥାନାଧିକାରୀ ଭାସ୍କର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତ ମହିଳାକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ ୭/୨୬ କରି ଶବ ଵ୍ଯଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି ।ମହିଳାଙ୍କ ବୟସ ୪୫ ପାଖାପାଖି ହେବ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ଭବାନୀପାଟଣା ରାମନଗରପଡ଼ାରେ ସେକ୍ସ ରକେଟ ଠାବ:୨ବାଙ୍ଗୀୟ ଯୁବତୀ ସହ ଯୁବକ ଅଟକ , ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ଚାଲୁଥିଲା ସେକ୍ସ ରାକେଟ

masiha

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ 

masiha

ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ ,ଲକ୍ଷାଧିକ ଟଙ୍କାର ଚୋରି

masiha

Leave a Comment

error: Content is protected !!