ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ଥାନା ; ବିକାର ଗ୍ରସ୍ତ ଯୁବକର ଅତର୍କିତ ଶାବଳ ମାଡ଼ରେ ଦୁଇ ମୃତ;ଗାଁରେ ଶୋକାକୂଳର ପରିଵେଶ

ତିରିଂ ଥାନା ; ବିକାର ଗ୍ରସ୍ତ ଯୁବକର ଅତର୍କିତ ଶାବଳ ମାଡ଼ରେ ଦୁଇ ମୃତ;ଗାଁରେ ଶୋକାକୂଳର ପରିଵେଶ

ରାଇରଙ୍ଗପୁର- ୧୩/୦୫ —  ତିରିଂ ଥାନା ଅନ୍ତର୍ଗତ କୁଲୁଘୁଟୁ ଗ୍ରାମରେ ଏକ ଦୁଃଖଦ ଅଭାବନୀୟ ବିଭତ୍ସ ହତ୍ଯାକାଣ୍ଡ ଘଟଣା ଆଜି ପୂର୍ବାହ୍ନ ୮.୩୦ ରେ ଘଟିଯାଇଛି ।ସୂଚନାଯୋଗ୍ୟ କୁଲୁଘୁଟୁ ଗ୍ରାମର ଗୋପୀନାଥ ସର୍ଦାର ଏବଂ ବୁଦ୍ଧେଶ୍ଵର ରଣା ଗାଁରେ ସାଇକେଲରେ ଯାଉଥିଲେ ।ସେହି ଗ୍ରାମର ମାନସିକ ବିକାର ଗ୍ରସ୍ତ ଯୁବକ ମୋଚକା ଆଳଦା ଏକ ଶାବଳରେ ସେହି ଦୁଇ ଜଣଙ୍କୁପଛଆଡୁ ମୁଣ୍ଡକୁ ମାଡ଼ ଦେବାରୁ ଦୁଇ ଜଣ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ ।ଗାଁ ଲୋକେ ଏଭଳି ଲୋମଟାଙ୍କୁରା ଘଟଣା ଦେଖି ଯୁବକକୁ କାବୁ କରି ଉତ୍ତମ ମଧ୍ଯମ ଦେଇଛନ୍ତି ।ତିରିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।ଖବର ପାଇ ରାଇରଙ୍ଗପୁର ଅତିରିକ୍ତ ହାଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା,ଏସଡିପିଓ ବୀରେନ୍ଦ୍ର ସେନାପତି ,ତିରିଂ ଥାନାଧିକାରୀ ପ୍ରଶାନ୍ତ ଯେନା ପ୍ରମୁଖ ପହଞ୍ଚି ଛାନଭିନ୍ କରିବା ସହ ତଦନ୍ତକୁ ଜୋରଦାର କରିଛି ।ଗାଁରେ ଦୁଇ ଜଣ ଲୋକଙ୍କର ମୃତ୍ୟୁ ଘଟଣାରେ ଶୋକାକୂଳ ପରିବେଶ ହେବା କାନ୍ଦ ବୋବାଳି ରେ ଗାଁ ଦାଣ୍ଡ କମ୍ପୁଛି ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ସୁଧ କାରବାରର ପର୍ଦ୍ଦାଫାଶ: ଆସିକା ପୋଲିସ ଜାଲରେ ଅଭିଯୁକ୍ତ, ୨୦ ରୁ ଅଧୂକ ବାଇକ ସହ ନଗଦ ଟଙ୍କା, ମୋବାଇଲ ଓ ଦଲିଲ ଜବତ

Sunil Chandra Nayak

ଦିନ ଦ୍ୱିପ୍ରହରରେ ସଶସ୍ତ୍ର ଲୁଟ୍ ଉଦ୍ୟମ: ୫ ଲୁଟେରାଙ୍କୁ କାବୁ କରି ପୋଲିସକୁ ଜିମା ଦେଲେ ଗ୍ରାମବାସୀ

Sunil Chandra Nayak

ଯୌତୁକ ନିର୍ଯାତନା ସହିନପାରି ସ୍ତ୍ରୀ ଆତ୍ମହତ୍ୟା ମାମଲା: ଅଭିଯୁକ୍ତ ସ୍ୱାମୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Leave a Comment

error: Content is protected !!