ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୬ ଦିନରେ ପ୍ରାଥମିକ ଶିକ୍ଷକ ମହାସଂଘ , ଓଡ଼ିଶା ଷ୍ଟିଅରିଂ କମିଟିର ଗଣଧାରଣା

୩୬ ଦିନରେ ପ୍ରାଥମିକ ଶିକ୍ଷକ ମହାସଂଘ , ଓଡ଼ିଶା ଷ୍ଟିଅରିଂ କମିଟିର ଗଣଧାରଣା

ଦୁଇଟି ମୁଖ୍ୟ ଦାବୀ :  ୧. ମୂଳ ଗ୍ରେଡ ପେ’ ୪୨୦୦ କୁ ବୃଦ୍ଧି / ୨. ୬ ବର୍ଷର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା ସହିତ ୬ ଟି ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ

ଭୁବନେଶ୍ୱର : ଅଦ୍ୟ ତା ୧୩ ମେ’ (ଗୁରୁବାର) ପ୍ରାଥମିକ ଶିକ୍ଷକ ମହାସଂଘ, ଓଡ଼ିଶାର ଆବାହକ ରାମଲାଲ ପଟେଲଙ୍କ ନେତୃତ୍ୱରେ , ଷ୍ଟିଅରିଂ କମିଟି ସଦସ୍ୟ ମାନଙ୍କ ସହିତ ଗଣଧାରଣା ସ୍ଥଳରେ ସୁଦୂର କନ୍ଧମାଳ ଜିଲ୍ଲାର ସମସ୍ତ ୧୨ଟି ଯାକ ବ୍ଲକର ଶିକ୍ଷକ ପ୍ରତିନିଧି ମାନଙ୍କ ସମେତ ପୁରୀ, ଖୋର୍ଦ୍ଧା , ବରଗଡ଼ , ରାୟଗଡ଼ା , ସୁନ୍ଦରଗଡ଼, ବଲାଙ୍ଗୀର, ଭଦ୍ରକ, କଟକ ଆଦି ଜିଲ୍ଲାର ଶିକ୍ଷକ ନେତୃତ୍ୱ ମାନେ ମଧ୍ୟ ଯୋଗ ଦେଇ ପ୍ରାଥମିକ ଶିକ୍ଷକ ମାନଙ୍କର ଦୁଇ ଦଫା ଦାବୀକୁ ତୁରନ୍ତ ସରକାର ପୂରଣ କରିବାକୁ ଦୃଢ ମତ ପ୍ରଦାନ ଦେଇଛନ୍ତି । ଯଥାଶୀଘ୍ର ରାଜ୍ୟ ସରକାର ଦାବୀ ପୂରଣ ନ କଲେ ଏହି ଗଣଧାରଣାକୁ ଗତ ଡିସେମ୍ବର ଆନ୍ଦୋଳନ ଭଳି ପୁଣି ଏକ ବିଶାଳ ଆନ୍ଦୋଳନ କରିବାକୁ ଆହ୍ଵାନ ଦେଇଥିଲେ ।

ଲିପିକା ରାଣୀ ରାଉତ ଙ୍କ ରିପୋର୍ଟ୍ 

 

 

Related posts

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଭାଷା ସାହିତ୍ୟ ସୃଜନଶୀଳତା ଉତ୍ସବ

masiha

ଧର୍ମଗଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ନବ ଯୌବନ ବେଶ ତଥା ନେତ୍ରୋତ୍ସବ ମହା ସମାରୋହରେ ଅନୁଷ୍ଠିତ

masiha

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!