ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧ – ଅବସରପ୍ରାପ୍ତ ବୀର ସୈନିକ ,ଆଗାମୀ ଦିନରେ ଡାକରା ଆସିଲେ ଯୁଦ୍ଧରେ ହେବେ ସାମିଲ୍। ଦେଶ ମାତୃକାର ସେବା ପାଇଁ ପ୍ରତିଶ୍ରୁତିବଦ୍ଧ , ୨ – ଗାଧୋଇବାକୁ ଯାଉଥିବା ବେଳେ ଗଛ ଡାଳ ପଡି ଯୁବକଙ୍କର ମୃତ୍ୟୁ , ୩ -ଟ୍ରକ ଧକ୍କାରେ ଜଣଙ୍କ ର ମୃତ୍ୟୁ 

ଅବସରପ୍ରାପ୍ତ ବୀର ସୈନିକ ,ଆଗାମୀ ଦିନରେ ଡାକରା ଆସିଲେ ଯୁଦ୍ଧରେ ହେବେ ସାମିଲ୍। ଦେଶ ମାତୃକାର ସେବା ପାଇଁ ପ୍ରତିଶ୍ରୁତିବଦ୍ଧ

କାମାକ୍ଷାନଗର (ମନିସ)10/5/25 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଵ୍ଲକ କାନପୁରା ଗ୍ରାମର ଭାରତୀୟ ସେନାରୁ ଅବସର ନେଇଥିବା ବୀର ସୈନିକ ଶୁଭେଦାର ସୁବାଷ ରାଉତ ଏଵଂ ତାଙ୍କର ଧର୍ମପତ୍ନୀ ନିହାରିକା ଦେଵୀ ଉଭୟ ଯେତେବେଳ ଦେଶରେ ଯୁଦ୍ଧ ଚାଲିଛି ପାକିସ୍ତାନ ସହିତ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସେବା ସମର୍ପଣ ମନୋଭାବ ନେଇ ଆଗେଇ ଆସିଛନ୍ତି। ଜିରିଡାମାଳି ସ୍ଥିତ ଜରାଶ୍ରମରେ ବୃଦ୍ଧ ବୃଦ୍ଧା ମାନଙ୍କୁ ଵେଡିସିଟ୍ ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି ତା ସହିତ ପଶୁ ପକ୍ଷୀ ମାନଙ୍କ ସେବାରେ ମଧ୍ୟ ଲାଗିଛନ୍ତି। 

ଉଭୟ ଦମ୍ପତି ମଧ୍ୟ କହିଛନ୍ତି ଯଦି ତାଙ୍କୁ ଭାରତୀୟ ସେନା ତରଫରୁ ଡ଼ାକରା ଆସେ ସେ ପୁଣି ମଧ୍ୟ ସେନାରେ ଯୋଗ ଦେଇ ଦେଶ ମାତୃକାର ସେଵାରେ ଲାଗିବେ ଏଵଂ ପାକିସ୍ତାନରେ ପଶି ଆତଙ୍କବାଦୀ ମାନଙ୍କୁ ନିପାତ କରିଵେ ।

ଗାଧୋଇବାକୁ ଯାଉଥିବା ବେଳେ ଗଛ ଡାଳ ପଡି ଯୁବକଙ୍କର ମୃତ୍ୟୁ

କାମାକ୍ଷାନଗର(ମନିସ)10/5/25 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଆଳତୁମା ଗାଁ ପାଖ ରାମିଆଳ ନଦୀକୁ ଗାଧୋଇବାକୁ ଯାଉଥିବା ବେଳେ ଆମ୍ବ ଗଛରୁ ଡାଳ ପଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଆଳତୁମା ଶବର ସାହିର ମୁନା ଦେହୁରୀ। ମୁନା ଗାଧୋଇବାକୁ ନଦୀକୁ ଯାଉଥିବା ବେଳେ ଆମ୍ବ ଗଛରୁ ଏକ ବଡ଼ ଡାଳ ତାଙ୍କ ଉପରେ ଖସି ପଡିଥିଲା। ତେବେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

ଟ୍ରକ ଧକ୍କାରେ ଜଣଙ୍କ ର ମୃତ୍ୟୁ 

କାମାକ୍ଷାନଗର (ମନିସ)10/5/25 // କମକ୍ଷାନାଗାର ଥାନା ଅନ୍ତର୍ଗତ ମଥାକରଗୋଳା ଠାରେ ଏକ ଟ୍ରକ ଧକ୍କାରେ ଜଣଙ୍କ ର ମୃତ୍ୟୁ ହୋଇଛି l ମୃତକ ଜଣଙ୍କ ହେଲେ ଏହି ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଯନ୍ତାରିବୋଲ ଗ୍ରାମର ସତ୍ୟାନନ୍ଦ ସାହୁ (୩୮ ) l ସତ୍ୟାନନ୍ଦ ସାହୁ ଏକ ବାହାଘର ରେ ଯୋଗ ଦେବାକୁ ଶ୍ୱଶୁର ଘର ଯମୁନାକୋଟ ଗ୍ରାମକୁ ଯାଉଥିବା ବେଳେ ଜାତୀୟ ରାଜପଥ ର ମଠକରଗୋଳାଠାରେ ଏକ ଦ୍ରୁତଗାମୀ ଟ୍ରକ ସହିତ ଧକ୍କା ହୋଇଥିଲା l ଘଟଣା ସ୍ଥଳରେ ସତ୍ୟାନନ୍ଦଙ୍କର ମୃତ୍ୟୁ ହୋଇଛି l ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଛେଦ ର ବ୍ୟବସ୍ଥା କରିଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବାବା ପଞ୍ଚଲିଙ୍ଗେଶ୍ଵର ପୀଠ ନିକଟବର୍ତ୍ତୀ ଗୁତି ସାହି ରେ ବସ୍ତ୍ର ବଣ୍ଟନ

masiha

ତିନୋଟି ସନ୍ତାନ ଥାଇ ସରପଞ୍ଚ ହୋଇଥିବାରୁ ପଦ ରୋଦ୍ଧ କଲେ କୋରାପୁଟ ଜିଲ୍ଲା ପାଳ ଭି କିର୍ତ୍ତୀବାସନ 

masiha

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମିଳିତ ଅମଲା ମଞ୍ଚ , ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଜିଲ୍ଲା ଅମଲା ମାନଙ୍କ ଦରମା ନିର୍ଦ୍ଧାରଣ କର

Sunil Chandra Nayak

Leave a Comment

error: Content is protected !!