ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

ରଚନା ସାହୁଙ୍କୁ ନ୍ୟାୟ ପାଇଁ ନିଜ ଜନ୍ମ ମାଟିରେ କେଣ୍ଡେଲ ରାଲି  

ବନ୍ଧୁଗାଁ ତା, ୧୨/୧/୨୫,ରଚନା ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ନ୍ୟାୟ ଦାବୀରେ ଜାଗୁଗୁଡା ଠାରେ କ୍ୟାଣ୍ଡେଲ ରାଲି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ବେହେରାଗୁଡ଼ା ଗ୍ରାମରେ ରଚନା ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି  I ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି । ଏଥିପାଇଁ ଆଜି ସଂଧ୍ଯା ୭ଟା ସମୟରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଜାଗୁଗୁଡା ଠାରେ ରଚନା ସାହୁଙ୍କ ନିଜ ଜନ୍ମ ମାଟିରେ ଗାଁର ସମସ୍ତ ଲୋକେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଗାଁରେ ପହଁଞ୍ଚି ଗାଁ ପରୀକ୍ରମା କରି କ୍ୟାଣ୍ଡେଲ ରାଲି କରି ଘଟଣାର ପ୍ରତିବାଦ କରାଯାଇଛି । ଉକ୍ତ କ୍ୟାଣ୍ଡେଲ ରାଲି ରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ସାମିଲ ହୋଇଥିଲେ । ରଚନା ସାହୁଙ୍କୁ ନ୍ୟାୟ ମିଳୁ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଥିଲା ।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଜୀବନ, ଜୀବିକା ଓ ପରିବେଶର ସୁରକ୍ଷା ପାଇଁ ପଥର କ୍ରସରକୁ ୫ଟି ଗାଁର ଗ୍ରାମବାସୀଙ୍କ ବିରୋଧ

ବିଭିନ୍ନ କଲେଜ ଛାତ୍ରଛାତ୍ରୀ ଙ୍କ ସମସ୍ୟା କୁ ନେଇ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନ୍ ଏ ସି ଆଲୋଚନା ଚକ୍ର

Sunil Chandra Nayak

ଅଣ ଗେଜେଟେଡ଼ ବନସେବା ସମୂହ ଛୁଟି ନେଇ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!