ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଲ ଙ୍କ ଜନ ଅଭିଯୋଗ ଶୁଣାଣି ଶିବିର ରେ ମେଡିକାଲ ଓ ବିଭିନ୍ନ ସମସ୍ୟା ନେଇ ଦାବିପତ୍ର

ଜୁନାଗଡ଼,୨୭/୩(ନି.ପ୍ର) ଜୁନାଗଡ ବ୍ଲକ ପରିସରରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜୁନାଗଡ ସଚେତନ ସଂଗ୍ରାମ ସମିତି ତରଫରୁ ସ୍ତାନୀୟ ମେଡିକାଲ ଓ ବିଭିନ୍ନ ପ୍ରମୁଖ ସମସ୍ୟା ନେଇ ଜିଲ୍ଲା ପାଲ୍ ଙ୍କୁ ଦାବିପତ୍ର ଦିଆଯାଇଥିଲା l ଜୁନାଗଡ ସଚେତନ ସଂଗ୍ରାମ ସମିତି ପକ୍ଷରୁ ଜୁନାଗଡ ଡାକ୍ତର ଖାନା ରେ ଡାକ୍ତର ଓ ଟେକ୍ନିସିଅନ୍ ନିଯୁକ୍ତି ସହ ଜୁନାଗଡ ସି ଏଚ ସି କୁ ଉପଖଣ୍ଡ ସ୍ତରୀୟ ଡାକ୍ତର ଖାନା କୁ ଉନ୍ନୀତ ପ୍ରଭୁତି ଦାବି ନେଇ କିଛି ଦିନ ତଳେ ସଂଗ୍ରାମ ସମିତି ର ରଶ୍ମି ରଞ୍ଜନ ନାୟକ ଓ ପ୍ରଭାତ ଦାଶ ଡାକ୍ତର ଖାନା ସମୁଖ ରେ ଆମରଣ ଅନଶନ କରିଥିଲେ l ଏଥିନେଇ ଜିଲ୍ଲା ପ୍ରଶାସନ ଅବଗତ ହୋଇ ୧୫ ଦିନ ମଧ୍ୟ ରେ ଦାବି ସମୂହ ପୂରଣ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ l ସେଥି ମଧ୍ୟ ରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କିଛି ଦାବି ପୁରଣ୍ କରିଥିବା ବେଳେ ଆଉ କିଛି ଦାବି ହୋଇ ନ ଥିବା ରୁ ପୁଣିଥରେ ସଂଗ୍ରାମ ସମିତି ପକ୍ଷରୁ ଅନୁଷ୍ଠିତ ଜିଲ୍ଲା ପାଲ ଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ଯକ୍ରମ ରେ ଭେଟି ତୁରନ୍ତ ସମସ୍ତ ଦାବି ପୁରଣ୍ ପାଇଁ ଲିଖିତ ଭାବେ ଦାବି କରିଥିଲେ l ଏଥିରେ ସଗ୍ରାମ ସମିତି ର ରଶ୍ମି ରଞ୍ଜନ ନାୟକ,ପ୍ରଭାତ ଦାଶ, କୁବଲେ ପାଣିଗ୍ରାହୀ ଏବ୍ଂ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ l ସେହି ପରି ଜୁନାଗଡ ସିଟିଜେନ଼ ଫୋରମ୍ ତରଫରୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ଜୁନାଗଡ ର ବିଭିନ୍ନ୍ ସମସ୍ୟା ନେଇ ଜିଲ୍ଲା ପାଲ ଙ୍କୁ ଏକ ଦାବି ପତ୍ର ଦେଇଥିଲେ l ଏଥିରେ ଜୁନାଗଡ ତହସିଲ ରୁ ଡେପୁଟେସନ ଯାଇଥିବା ଅତିରିକ୍ତ ତହସିଲଦାର ଙ୍କୁ ଜୁନାଗଡ ମୁଳ ସ୍ତlନକୁ ଫେରାଇ ଆଣିବା,କେବଳ ଗୁରୁବାର ଦିନ ହେଉଥିବା ରେଜିଷ୍ଟ୍ରୀ କାର୍ଯ୍ୟ କୁ ତିନି ଦିନ କୁ ବୃଦ୍ଧି ଏବ୍ଂ ଜୁନାଗଡ ସହର୍ ରେ ଦେଖା ଦେଇଥିବା ଟ୍ରାଫିକ୍ ସମସ୍ୟା କୁ ଦୃଷ୍ଟି ରେ ରଖି ତାଲିମ୍ ପ୍ରାପ୍ତ ଟ୍ରାଫିକ କର୍ମ ଚାରି ନିଯୁକ୍ତି ଓ ଦୀର୍ଘ ଦିନ ରୁ ପ୍ରସ୍ତାବିତ ସହର ରେ ସି ସି ଟିଭି ତୁରନ୍ତ ଲଗାଇବା ପ୍ରଭୂତି ଦାବି ରଖିଛନ୍ତି l ଏଥିରେ ସଂଗଠନ ର ସଭାପତି ଅଶୋକ ପାତ୍ର, ବିଜୟ କୁମାର ବେହେରା, ଇଶ୍ଵର ପୁଝାରୀ, କୁବଲେ ପାଣିଗ୍ରାହୀ, ଯୁଗଳ ନାୟକ, ସନ୍ତୋଷ ସିଂହଦେଓ ପ୍ରମୂଖ ଉପସ୍ଥିତ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଲୋଧଣୀ ହାଇସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ     

Sunil Chandra Nayak

ରାଉଲକେଲା ସହରରୁ ହକି ବିଶ୍ଵ କପ୍ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଉଦେଶ୍ୟରେ ଵାହାରିଥିଵା ସାଇକେଲ ଯାତ୍ରୀ ଙ୍କୁ ସ୍ଵାଗତ ଜଣାଇଲେ ନଗରପାଳ ଧର୍ମାନନ୍ଦ

Sunil Chandra Nayak

ପଞ୍ଚାୟତ ରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ଗୋଟିଏ ଲକ୍ଷ୍ୟ ସରକାରୀ ଯୋଜନା ବାବଦରେ ଗ୍ରାମବାସୀ ଙ୍କୁ ସଚେତନତା

masiha

Leave a Comment

error: Content is protected !!