ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡ଼ିଓ ଙ୍କ ଉପସ୍ଥିତିରେ ବନ୍ଧୁଗାଁ ପଞ୍ଚାୟତର ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବନ୍ଧୁଗାଁ ତା ୨୭/୩/୨୩ ଆଜି ବନ୍ଧୁଗାଁ ପଞ୍ଚାୟତ କାର୍ଯ୍ୟଳୟ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଓ ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ । ଆଜିର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଠାରେ ସ୍ଥାନୀୟ ସରପଞ୍ଚ ଙ୍କ ଦ୍ଵାରା ପଞ୍ଚାୟତ ଠାରେ ଥିବା ସ୍କୁଲ ର ଶିକ୍ଷା ବ୍ୟବସ୍ଥା ସ୍ଥିତି ଉପରେ ଲିଖିତ ଭାବରେ ବନ୍ଧୁଗାଁ ଏକ୍ସ୍ ବୋର୍ଡ ୟୁପି ସ୍କୁଲର ୨ ଜଣ ଶିକ୍ଷକ ଅଭାବ ଥିବା ବେଳେ ଜଣେ ଦକ୍ଷ ପୁରୁଷ ପ୍ରଧାନ ଶିକ୍ଷକ ଦେବା, ଝୁମୁକା ଗ୍ରାମର ବନ୍ଦ ହେବାକୁ ଥିବା ସ୍କୁଲ ବନ୍ଦ ନ କରିବାକୁ, ଗୋତିପୁଟ ସ୍କୁଲ ଠାରେ ଜଣେ ଶିକ୍ଷକ ଥିବା ବେଳେ ଆଉ ଜଣେ ଶିକ୍ଷକଙ୍କୁ ଦେବା, ତୁରୁକୁପେଟା କେଜିବିପି ସ୍କୁଲ୍ ରେ ଜଣେ ଶିକ୍ଷକ ଅଭାବ, ବାଉଁଶପୁଟ ଆଶ୍ରମ ସ୍କୁଲ ଠାରେ ଅତିଶୀଘ୍ର ୱାଡେନ ସହିତ ଦୁଇ ଜଣ ଶିକ୍ଷକ ଦେବା, ସିଙ୍ଗିପୁଟ ଉପର ପ୍ରାଇମେରୀ ସ୍କୁଲରେ ସବଜେକ୍ଟ ଅନୁଯାଇ ୫ ଜଣ ଶିକ୍ଷକ ଅଭାବ ସମେତ ସମସ୍ତ ସ୍କୁଲ୍ ଗୁଡ଼ିକରେ ବିଜୁଳି ସଂଯୋଗ କରି ଗ୍ରୀଷ୍ମ ଦିନରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଦାବି ଜଣାଇ ଥିଲେ । ଏହା ସହିତ କାଟ୍ରାଗଡ଼ା ଗ୍ରାମରେ ଲିମନ୍ ଗ୍ରାସ ଟେଙ୍କ ବହିଷ୍କୃତ ଏମ୍ ବି କେ ନିଜେ ଚଳାଉ ଥିବା ଯୋଗୁଁ ଅତି ଶୀଘ୍ର ସ୍ଥିତି ଅନୁଧ୍ୟାନ କରି ବିଡିଓ ଙ୍କୁ ଅବଗତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ, ଜଙ୍ଗଲ ଜମି ପଟ୍ଟା ପାଇଥିବା ପରିବାରଙ୍କର ଜମି କୁ ଚିହ୍ନଟ କରି ଲୋକଙ୍କୁ ଦେବା ପାଇଁ ଅନୁରୋଧ କରାଯାଇଛି । ବର୍ତ୍ତମାନ ସୁଦ୍ଧା କୁଞ୍ଜେରି ୱାର୍ଡର ଉପର ଡାବାରି ଓ ତଳ ଡ଼ାବାରି ଗ୍ରାମର ଜଣେ ମଧ୍ଯ ପିଲା ପାଠ ପଢ଼ୁ ନ ଥିବା ବେଳେ ଝୁମୁକା ଗ୍ରାମର ସ୍କୁଲ ବନ୍ଦ ହେଉଥିବାରୁ ଚିନ୍ତାରେ ବ୍ଲକ ପ୍ରଶାସନ ଏଥିପାଇଁ ଗାଁ ରେ ସ୍କୁଲ ବୟସ ପିଲା ତଥ୍ୟ ସଂଗ୍ରହ କରିବା ସହିତ ଅବିଭାବକ ମାନଙ୍କୁ ମିଳିତ ଭାବେ  ଯାଇ ସଚେତନ କରିବା ପାଇଁ ସ୍ଥିର କରାଯାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀ,ତିନି ମନ୍ତ୍ରୀ ,ଦୁଇ ସାଂସଦ ସମେତ ଜିଲ୍ଲାର ୬ ବିଧାୟକଙ୍କ ରାଇରଙ୍ଗପୁର ଠାରେ ଆୟୋଜିତ ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମବାର୍ଷିକୀ ଉତ୍ସବରେ ଯୋଗଦାନ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

ବହଳଦା ର କେନ୍ଦୁଆ ଗାଁ ରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ।

masiha

Leave a Comment

error: Content is protected !!