ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚେତନ ନାଗରିକ ମଞ୍ଚ ର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ 

ସଚେତନ ନାଗରିକ ମଞ୍ଚ ର ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ 

ରାଉରକେଲା: ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ର ୧୨ତମ ପ୍ରତିଷ୍ଠା ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଙ୍କ ଅଧ୍ୟକ୍ଷତା ଓ ସାଧାରଣ ସମ୍ପାଦକ ପି ପି ରାୟ ଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗତ ଫେବୃଆରୀ ମାସ ରେ ହୋଇଥିବା ୧୧ତମ ବାର୍ଷିକୋତ୍ସବ ରେ ହୋଇଥିବା ଆୟବ୍ୟୟ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ସେହିପରି ଆଗାମୀ ୧୬ ତାରିଖ ରେ ହେବାକୁ ଥିବା ପ୍ରତିଷ୍ଠା ଦିବସ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଉକ୍ତ ଦିନ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ, ସାମ୍ବାଦିକ ସମ୍ମିଳନୀ କରାଯିବ ବୋଲି ସ୍ଥିର କରାଯାଇଛି। ୧୬ ତାରିଖ ରେ ହେବାକୁ ଥିବା ଆସନ୍ତା ପ୍ରତିଷ୍ଠା ଦିବସ ଖଡ୍ଗ ଭବନ ଠାରେ ଦିବା ୧୧ଘଟିକା ସମୟରେ ଆରମ୍ଭ କରାଯିବ ବୋଲି ସ୍ଥିର କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଡା ବସନ୍ତ କୁମାର ଦାସ,ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀମନ୍ତ କୁମାର ବର୍ମା, ଉପେନ୍ଦ୍ର କୁମାର ନାୟକ, ବିଷ୍ଣୁ ଚରଣ ସାମଲ, ଜଟାଧାରୀ ମାଝୀ,ଅକ୍ଷୟ କୁମାର ଜେନା, ରମେଶ ଚନ୍ଦ୍ର ସେଠୀ, ଚକ୍ରାନ୍ତ ଜେନା, ସୁବ୍ରତ ମଲ୍ଲିକ, ସସ୍ମିତା ପ୍ରଧାନ, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମାଆ ଓ ପୁଅଙ୍କ ପରିବେଶ ଚିନ୍ତା

Sunil Chandra Nayak

ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟ ଉଦଘାଟନ 

masiha

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!