ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହରମୋହନ ମିଶ୍ର ଙ୍କ ଲିଖିତ ପୁସ୍ତକ ସ୍ପର୍ଶ ଉନ୍ମୋଚିତ

ହରମୋହନ ମିଶ୍ର ଙ୍କ ଲିଖିତ ପୁସ୍ତକ ସ୍ପର୍ଶ ଉନ୍ମୋଚିତ

ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ହରମୋହନ ମିଶ୍ର ଙ୍କ ଦ୍ବାରା ଲିଖିତ କବିତା ପୁସ୍ତକ ‘ସ୍ପର୍ଶ ‘ ର ଲୋକାର୍ପଣ ଉତ୍ସବ ସଂସଦରେ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଡ ଅଶ୍ୱିନୀ ରାୟ ବରେଣ୍ୟ ଅତିଥି ଭାବେ ଏବଂ କବି ସୁସ୍ମିତା ମହାପାତ୍ର ପୁସ୍ତକ ସମୀକ୍ଷିକା ଭାବେ ଯୋଗଦାନ କରିଥିଲେ। ଅଲଇଣ୍ଡିଆ ରେଡ଼ିଓ ର ଉଦଘୋଷିକା ଅନିତା ଧଳଙ୍କ ସଂଯୋଜନାରେ ରେ ଅନୁଷ୍ଠିତ ଏହି ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମଞ୍ଚାସୀନ ଅତିଥି ମାନେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଗୀତାରାଣୀ ବେହେରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ଵାଳ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ଓ ପ୍ରକାଶକ ମନୋଜ କୁମାର ନନ୍ଦ ପୁସ୍ତକ ପ୍ରକାଶନ ବାବଦରେ ଆଲୋକପାତ କରିଥିଲେ। କବି ହରମୋହନ ମିଶ୍ର ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ। କବି ଅର୍ଚ୍ଚନା ପାତ୍ର, ତ୍ରିନାଥ ସିଂ, ବିଜୟିନୀ ଜେନା, ପ୍ରତାପ କୁମାର ପଣ୍ଡା, ଗୌତମ ଦାସ,ଉପେନ୍ଦ୍ର ବସ୍ତିଆ ଏବଂ ସସ୍ମିତା ପ୍ରଧାନ ସ୍ପର୍ଶ କବିତା ପୁସ୍ତକର ନିର୍ବାଚିତ କବିତା ପାଠ କରିଥିଲେ। ଇତ୍ୟବସରରେ ବରିଷ୍ଠ କବି ବିଷ୍ଣୁପ୍ରିୟା ମହାପାତ୍ର ଓ ଉମେଶ ଚନ୍ଦ୍ର ନାୟକ ଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା। ଅତିଥି ମାନଙ୍କ ଦ୍ଵାରା ଶ୍ରୀମତୀ କଲ୍ୟାଣୀ ଦାସ, ଅରୁନ୍ଧତୀ ସ୍ବାଇଁ,କ୍ଷୀରୋଦା ବାରିକ୍ ଓ ଭୁବନେଶ୍ଵରୀ ପଟ୍ଟନାୟକଙ୍କୁ ବିଶ୍ବ ମହିଳା ଦିବସ ଅବସରରେ ନାରୀ ଶକ୍ତି ସମ୍ମାନ ପ୍ରଦାନ କରାଯାଇଥିଲା। କବି ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ,କବି ଯୋଗଦେଇଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହିଞ୍ଜିଳିରେ ଗର୍ଭବତୀ ମହିଳାଙ୍କୁ ହତ୍ୟା: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ ଶିଶୁକୁ ସହାୟତା ଦାବି 

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ବାଲ ବିଜ୍ଞାନ ପ୍ରଦର୍ଶନୀ 

masiha

Leave a Comment

error: Content is protected !!