ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସ୍ଥା ର ମହିଳା ଦିବସ ଆସନ୍ତା ୧୬ ରେ….

ଆସ୍ଥା ର ମହିଳା ଦିବସ ଆସନ୍ତା ୧୬ ରେ….

ରାଉରକେଲା: ସରକାରୀ ସୀକୃତି ପ୍ରାପ୍ତ ରାଉରକେଲାର ଅଗ୍ରଣୀ ସାମାଜିକ ଓ ସଂସ୍କୃତିକ ଅନୁଷ୍ଠାନ ଆସ୍ଥା ତରଫରୁ ସ୍ଥାନୀୟ ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀ ରେ ଅନୁଷ୍ଠାନ ପକ୍ଷ ରୁ ଏକ ମହିଳା ଦିବସ ଉପଲକ୍ଷେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ (ଅନନ୍ୟା ନାରୀ) ସମ୍ବନ୍ଧ ରେ ବିଷଦ ବିବରଣୀ ଦିଆଯାଇଥିଲା । ଆସନ୍ତା ମାର୍ଚ୍ଚ ୧୬ ତାରିଖ ଦିନ ରାଉରକେଲାର ସିଭିକ ସେଣ୍ଟର ଠାରେ କିଛି ବିଶିଷ୍ଟ ମହିଳା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବାର କାର୍ଯ୍ୟକ୍ରମ ସ୍ଥିର କର।ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଲିଉଡ ସିନେତାରକା ଡକ୍ଟର ଅନୁରାଧା ପାଣିଗ୍ରାହୀ ଆସିବାର ଯୋଜନା ରହିଅଛି । କାର୍ଯ୍ୟକ୍ରମରେ ରାଉରକେଲା ତଥା ଅନ୍ୟ ଜିଲ୍ଲା ମାନଙ୍କରୁ ବିଶିଷ୍ଠ ମହିଳା ମାନଙ୍କୁ ଆସ୍ଥା ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯିବାର ଲକ୍ଷ୍ୟ ରଖାଯାଇଛି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସହିତ ଉକ୍ତ ସନ୍ଧ୍ୟା କୁ ଆକର୍ଷଣ କରିବା ପାଇଁ ନୃତ୍ୟ, ସଙ୍ଗୀତ ଓ ଫ୍ୟାଶନ ସୋ ଆୟୋଜନ କରା ଯାଇଛି । ରାଉରକେଲାରେ ତୃତୀୟ ଥର ପାଇଁ ଏପରି ବିଭିନ୍ନ ବର୍ଗର ପ୍ରତିଭାବାନ ମହିଳା ମାନଙ୍କୁ ଏକତ୍ର ଭାବେ ସମ୍ମାନିତ କରାଯିବାର ଯୋଜନା ଅଛି ଏବଂ ଏହା ଏକ ନିଆରା ଅନୁଭୂତି ପରିଲକ୍ଷିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀ କୁ ଆସ୍ଥାର ବରିଷ୍ଠ ସଦସ୍ୟ ସୁରେଶ ରାଉତରାୟ ଅଧ୍ୟକ୍ଷତା କରିଥିଲେ । ସଭାପତି ବିଷ୍ଣୁ ମୋହନ ମିଶ୍ର ସ୍ଵାଗତ ସମ୍ବର୍ଦ୍ଧନ କରି ସମ୍ମିଳନୀ କୁ ପ୍ରାରମ୍ଭ କରିଥିଲେ, ଉପ ସଭାପତି ରାଜ କୁମାର ପଣ୍ଡା ପରିଚୟ ପ୍ରଦାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ଆଲୋକ ଜେନା ନୂତନ ଭାବେ ନାମକରଣ ହୋଇଥିବା ଅନନ୍ୟା ନାରୀ ବିଷୟରେ ସମ୍ୟକ ବିବରଣୀ ଦେଇଥିଲେ । ସଂସ୍କୃତିକ ସମ୍ପାଦିକା ଶିବାନୀ ରଣା ସାଂସ୍କୃତିକ କାର୍ଯ୍ୟକ୍ରମର ବିଭିନ୍ନ ସ୍ତର ସହିତ ଆସ୍ଥା ର ଆଭିମୁଖ୍ୟ ଏବଂ ଓଲିଉଡ ତରକାଙ୍କ ବିଷୟରେ ବିଷଦ ବିବରଣୀ ପ୍ରଦାନ କରିଥିଲା ବେଳେ କାର୍ଯ୍ୟସୂଚୀ ଅଧିକାରୀ କୁନୁରାଣୀ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।    

ସାମ୍ବାଦିକ ସମ୍ମିଳନୀ ରେ ପର୍ଶୁରାମ ମଲ୍ଲିକ, ମଧୁମିତା ପଣ୍ଡା, ମନୋରମା ଜେନା, ପ୍ରଜ୍ଞା ପରମିତା ଦାସ, ସରୋଜିନୀ ପତି, ପ୍ରାଞ୍ଜଳୀ ନାଗ, ସୁଶାନ୍ତ ସାହୁ, କାର୍ତ୍ତିକ ଖଣ୍ଡୁଆଳ, ପ୍ରତୀକ୍ଷା ସାହୁ, ମୂରଲୀଧର ମଥାନ, ସୁଜିତ ମହାନ୍ତି, ବସନ୍ତ ପତି, ଅକ୍ଷୟ ସିଆ, ସାବିତ୍ରୀ ସାହୁ, ସଂଯୁକ୍ତା ସିଆ, ବୈଜୟନ୍ତୀ ବକ୍ସି, ପୁର୍ଣ୍ଣିମା ଭଟ୍ଟାଚାର୍ଯ୍ୟ, ରାଜା ତେଜ ଭଗତ, ଅନିତା ମହାପାତ୍ର, ଅରବିନ୍ଦ ସାହୁ, ମଧୁସ୍ମିତା ମଣ୍ଡଳ, ସୁରେଶ ରାଉତରାୟ ଏବଂ କ୍ଷିତିଷ ଜେନା ପ୍ରମୁଖ ସମ୍ମିଳନୀ ରେ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନାଟ୍ୟ ପଦଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଗଳ୍ପ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ ରଶ୍ମିରେଖା ସାହୁ 

masiha

ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!