ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନ ସରକାରୀ ଯାଗା ଉପରୁ ଭାଙ୍ଗିଲା ଘର 

ପ୍ରଶାସନ ସରକାରୀ ଯାଗା ଉପରୁ ଭାଙ୍ଗିଲା ଘର 

ଆସିକା,୯/୬/୨୬ (ଶିବ ଶଙ୍କର ମିଶ୍ର) ଆସିକା ତହସିଲ ଅନ୍ତର୍ଗତ ଗୁଣ୍ଠପଡା ରାଜସ୍ୱ କାର୍ଯ୍ୟାଳୟ ଅନ୍ତର୍ଗତ ମଙ୍ଗଳପୁର ର ସାହି ମଝିରେ ସରକାରୀ ଯାଗା ରେ ଗଢି ଉଠିଥ‌ିବା ଘର, ଦୋକାନ, ପାଇଖାନା ଘରକୁ ଭାଙ୍ଗିଲା ପ୍ରଶାସନ ହେଲେ ଗାଁ ମଝିରେ ମଦ ଦୋକାନ ଏବଂ ତାକୁ ପଟା ପ୍ରଦାନ ନେଇ ଗ୍ରାମବାସୀ ପକ୍ଷରୁ ବିରୋଧ କୁ ସାମ୍ନା କଲେ ପ୍ରଶାସନିକ ଅଧିକାରୀ ମାନେ। ପୂର୍ବରୁ କୁଆଡେ ତହସିଲ ପକ୍ଷରୁ ପତ୍ର ସଂଖ୍ୟା ୬୩୮୯ ତାରିଖ ୦୧/୦୬/୨୬ ପ୍ରକାର ରେ ପ୍ଲଟ ନମ୍ବର ୧୪୯୯, ଖାତା ନମ୍ବର ୧୫୨୩ ଅନୁସାରେ ମୋଟ ୦୯ ଜଣଙ୍କ ନାମରେ ଭାଙ୍ଗିବାକୁ ନୋଟିସ ହୋଇଛି । ପୂର୍ବରୁ କିନ୍ତୁ ୧୬ ଜଣଙ୍କୁ ନୋଟିସ ହେଉଥିବା ବେଳେ ବର୍ତମାନ କିଭଳି ୦୯ ଜଣଙ୍କୁ ଆସିଲା ତାହା ଗ୍ରାମରେ ସମସ୍ତଙ୍କୁ ଚକିତ କରିଛି । ଗାଁ ମଝିରେ ମଦ ଦୋକାନ କୁ ଅଧିକାରୀ ଦେଲେ ପଟା କିନ୍ତୁ ଗରିବ ର ଭାଙ୍ଗିଲେ କୋଠା । ଏହି ଘଟଣା ସ୍ଥଳରେ ତହସିଲଦାର ସଂଗୀତା ସେନ,ଅତିରିକ୍ତ ତହସିଲଦାର ଅମରେଶ ସାବତ,ଏସ ଡି ପି ଓ ସୌରଭ ରଞ୍ଜନ ପ୍ରଧାନ, ଥାନା ଅଧିକାରୀ ସୁଧୀର ସାହୁ ସମେତ ତହସିଲ ଟିମ ଏବଂ ପୋଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।

Related posts

ଡାବୁଗାଁ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ 

masiha

ୟୁନାଇଟେଡ଼ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନର( ୟୁଏଫ୍ ଵିୟୁ) ଡାକରାରେ ଦିନିକିଆ ଵ୍ଯାଙ୍କ ଧର୍ମଘଟ; ରାଇରଙ୍ଗପୁର ସମସ୍ତ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ

Sunil Chandra Nayak

ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

Leave a Comment

error: Content is protected !!