ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଆଚାର୍ଯ୍ୟଦବଙ୍କ ଜନ୍ମ ଦିବସ ପାଳିତ 

ଶ୍ରୀ ଶ୍ରୀ ଆଚାର୍ଯ୍ୟଦବଙ୍କ ଜନ୍ମ ଦିବସ ପାଳିତ 

ଆସିକା,୧୦/୬/୨୬ (ଶିବ ଶଙ୍କର ମିଶ୍ର ) ସ୍ଥାନୀୟ କଳିଙ୍ଗ ରୋଡ୍ ସ୍ଥିତ ସତ୍‌ସଙ୍ଗ ବିହାର ପରିସରରେ ଶ୍ରୀଶ୍ରୀ ଆଚାର୍ଯ୍ୟଦେବଙ୍କ ପୂଣ୍ୟ ୫୯ ତମ ଜନ୍ମଦିବସ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସତ୍‌ସଙ୍ଗ ବିହାର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହରତ, ଉଷା କୀର୍ତନ, ସମବେତ ବେତ ଉଷା ବିନତୀ, ମାତୃ ସମ୍ମିଳନୀ, ସନ୍ଧ୍ୟାବିନତୀ, ସତ୍ସଙ୍ଗ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଉତ୍ସବର ସଭାପତି କୁଳମଣି ସାହୁ ସଭାପତିତ୍ୱ କରିଥିଲେ। କଟକ ସତ୍‌ସଙ୍ଗ କେନ୍ଦ୍ରର କାର୍ଯ୍ୟକର୍ତ୍ତା ସହ ପ୍ରତିକ୍‌କ୍ରୀତିକ୍ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଅଧୁର୍ଯ୍ୟ ନାରାୟଣ ପାତ୍ର, ଯାଜକ ରବିନ୍ଦ୍ର କୁମାର ନାୟକ, ଆସିକା ସତ୍‌ସଙ୍ଗ ବିହାରର ମୁଖ୍ୟ ପରିଚାଳକ ନାରାୟଣ ବେହେରା,କୋଷାଧ୍ଯକ୍ଷ ଶିବରାମ ମହାରଣା, ହିସାବରକ୍ଷକ ଜିତେନ୍ଦ୍ର କୁମାର ସେଠୀ, ସହ ହିସାବରକ୍ଷକ ଦିନେଶ୍ କୁମାର ସେଠୀ ପ୍ରମୁଖ ଯୋଗଦେଇ ପରମପ୍ରେମମୟ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କର ଅବର୍ତ୍ତମାନରେ ପରମପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟଦେବ ଦୀର୍ଘ ବର୍ଷ ଧରି ଠାକୁରଙ୍କ ଭାବାଦର୍ଶକୁ ଆଗେଇ ନେବା ପାଇଁ ଜାରି ରଖୁଥ‌ିବା ପ୍ରୟାସ ସମ୍ପର୍କରେ ବହୁ ଉପାଦେୟ ସୂଚନା ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଭକ୍ତ କିରୋଶ ଚନ୍ଦ୍ର ନାହାକ, ଚନ୍ଦ୍ରଶେଖର ମହାରଣା, ଶ୍ରୀନିବାସ କାମ୍ପ, ରାମଚନ୍ଦ୍ର ଜେନା, ରଜନୀକାନ୍ତ ଦାଶ, ନୀଳମାଧବ ବେହେରା, ହିମାଂଶୁ ସ୍ବାଇଁ, ହଜାରୀ ବେହେରା, ସନ୍ୟାସୀ ଜେନା, ଇଂ ସଚ୍ଚିଦାନନ୍ଦ ରାଉତ, ନିଗମାନନ୍ଦ ରାଉତ, କିଶୋର ଚନ୍ଦ୍ର ନାହାକ, ଭିକାରୀ ଚରଣ ପାତ୍ର, ରବିନ୍ଦ୍ର କୁମାର ସାହୁ, ପପୁନ୍ କୁମାର ସାହୁ, ରାଜେନ୍ଦ୍ର ପାତ୍ର, ପ୍ରକାଶ ରାଓ ଦୋରା, ସନ୍ତୋଷ କୁମାର ମିଶ୍ର,ଗୋଲାପ ପ୍ରଧାନ, ଅନିତା ନାୟକ, ଭାଗ୍ୟଲତା ବେହେରା, ରୁନୁ ସାହୁ, ପ୍ରକାଶ ଚନ୍ଦ୍ର ରେଡି, ବିଜୟ କୁମାର ନାହାକ, ହରେକୃଷ୍ଣ ପ୍ରଧାନ, କାଳୀଚରଣ ପଟ୍ଟନାୟକ, ବଳରାମ ମହାରଣା, ସନ୍ତୋଷ କୁମାର ଗୌଡ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Related posts

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି ବର୍ଷା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ

Sunil Chandra Nayak

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

Sunil Chandra Nayak

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ୍-୨୦୨୩ ଉଦଯାପିତ

masiha

Leave a Comment

error: Content is protected !!