ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିକ୍ଷକ ଙ୍କ ମାଡ଼ରେ ଛାତ୍ର ଲହୁ ଲୁହାଣ 

ଶିକ୍ଷକ ଙ୍କ ମାଡ଼ରେ ଛାତ୍ର ଲହୁ ଲୁହାଣ 

ରାଇଘର ୨୧/୩:-କୁନ୍ଦେଇ ଥାନା ଅଧୀନରେ ଥିବା କାନାଡିହି ଗ୍ରାମର ଜଣେ ଛାତ୍ର ଶିକ୍ଷକ ଙ୍କ ମାଡ଼ରେ ଲହୁ ଲୁହାଣ ହୋଇଥିବା ଜଣାପଡିଛି |କୁନ୍ଦେଇ ଥାନାରେ ଦିଆ ଯାଇଥିବା ଏତଲା ଅନୁଯାୟୀ କାନାଡିହି ଗ୍ରାମର ଲଗନୁ ଶତନାମି ଙ୍କ ପୁଅ ଧନରାଜ ସତନାମୀ ନର୍ସରୀ ରେ ପାଠ ପଢୁଥିଲା ହାଟଭରଣ୍ଡି ସହିଦ ବିର୍ସାମୁଣ୍ଡା ଘରୋଇ ସ୍କୁଲ ରେ |ପ୍ରତିଦିନ ପରି ଗୁରୁବାର ମଧ୍ୟ ସକାଳ ୮ଟା ସମୟରେ ଓଟୋ ରେ ସ୍କୁଲ ଯାଇଥିଲା |ଦିନ ଗୋଟାଏ ବେଳେ ଓଟୋ ଵାଲା ଘରେ ପିଲାକୁ ଛାଡିବା ସମୟରେ କହିଥିଲା ଆଜି ପିଲାକୁ ସ୍କୁଲ ରେ ମାଡ଼ ହୋଇଛି |ଏହା ପରେ ପିଲାର ସାର୍ଟ ଖୋଲି ଦେଖିଲା ବେଳକୁ ପିଠି ସାରା ନୋଲା ଫାଟି ଯାଇଥିବା ଦେଖିବାକୁ ପାଇଥିଲେ |ପିଲାକୁ ପଚାରିବାରୁ କହିଥିଲା ସ୍କୁଲ ରେ ସାର ବାଡ଼ିରେ ପ୍ରବଳ ମାରିଥିବା କଥା |ଏହା ପରେ ଲଗନୁ କୁନ୍ଦେଇ ଥାନାରେ ଶିକ୍ଷକ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଥିଲେ |ଉକ୍ତ ଘଟଣାକୁ ନେଇ କୁନ୍ଦେଇ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ପଚାରିବାରୁ ଶିକ୍ଷକ ଜୟରାମ ଗଣ୍ଡ ଙ୍କୁ ଅଟକ ରଖିଥିବା ସହ ଥାନାରେ ଏକ ମାମଲା କେସ ନୋ ୪୯/୨୪ ରେ ରୁଜୁ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି ପ୍ରକାଶ କରିଛନ୍ତି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଜ୍ୟ ବାହାର କୁ ଫେରାର ବେଳେ ମାଡି ବସିଲା ପୋଲିସ ନାବାଳିକା ଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଗିରଫ 

Sunil Chandra Nayak

ଘରୁ ସୁନା ଅଳଙ୍କାର ଚୋରି ଅଭିଯୋଗ 

masiha

ବ୍ୟାପକ ଅବକାରୀ ଚଢ଼ାଉ ୩ଜଣକୁ ଗିରଫ 

Sunil Chandra Nayak

Leave a Comment

error: Content is protected !!