ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ.

ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ.

ରାଉରକେଲା : ଅବୈଧ ଲଟେରୀ କାର୍ଯ୍ୟ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ରାଉରକେଲା ପୋଲିସ ଆଜି ଡିସେମ୍ବର ୨୦ ତାରିଖରେ ରାଉରକେଲା ସହର ସୀମା ମଧ୍ୟରେ କାର୍ଯ୍ୟ କରୁଥିବା ଏକ ନକଲି ଲଟେରୀ ରାକେଟର ପର୍ଦ୍ଦାଫାଶ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୨୫ ଲକ୍ଷ ୩୭ ହଜାର ୨୬୦ ଟଙ୍କା ଜବତ୍ କରାଯାଇଛି ବୋଲି ରାଉରକେଲା ପୋଲିସ୍ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ବିଶ୍ୱସ୍ତ ସୂଚନା ପାଇ ରାଉରକେଲା ପୋଲିସ ସହରରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଚଢାଉ ସମୟରେ, ବିପୁଳ ପରିମାଣର ବେଆଇନ ଏବଂ ନକଲି ଲଟେରୀ ଜବତ କରାଯାଇଥିଲା। ଏଥିସହିତ ନଗଦ ୨୫,୩୭,୨୬୦ ଟଙ୍କା ସହ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କରାଯାଇଥିଲା। ଏହି ରାକେଟର ମୁଖ୍ୟ ଅଭିଯୁକ୍ତ ବର୍ତ୍ତମାନ ରାଉରକେଲା ମେନ୍ ରୋଡରେ ରହୁଥିବା ସଞ୍ଜୟ ସାହୁ (୫୧)ଙ୍କୁ ଗିରଫ କରାଯାଇଛି। ସେ ତାଙ୍କ ସହଯୋଗୀ ଉତ୍ତମ କୁମାର ଘୋଷ ଏବଂ ବିନୋଦ କୁମାର ସାହୁଙ୍କ ସହ ମିଶି ଏହି ରାକେଟକୁ ପରିଚାଳନା କରୁଥିଲେ ଏବଂ ସେମାନଙ୍କ ଏଜେଣ୍ଟ ମାନଙ୍କ ମାଧ୍ୟମରେ ଏହାକୁ ବଣ୍ଟନ କରୁଥିଲେ। ସେମାନେ ଅଧିକ ଲାଭର ପ୍ରତିଶ୍ରୁତି ଦେଇ ଲଟେରୀ କିଣିବାକୁ ଲୋକଙ୍କୁ ପ୍ରଲୋଭିତ କରୁଥିଲେ। ଅଭିଯୁକ୍ତମାନେ ଲଟେରୀ ଜାଲ କରି ସାଧାରଣ ଲୋକଙ୍କୁ ଏବଂ ସରକାରଙ୍କୁ ଠକୁଥିଲେ। ଗିରଫ ଅଭିଯୁକ୍ତମାନଙ୍କ ମଧ୍ଯରେ ବିହାର ରୋହତାସ ଜିଲ୍ଲାର ସାସାରାମ ଗ୍ରାମର ହୋଇଥିଲା ବେଳେ ବର୍ତ୍ତମାନ ରାଉରକେଲା ମେନ୍ ରୋଡରେ ରହୁଥିବା ସଞ୍ଜୟ ସାହୁ (ବୟସ ୫୧ ବର୍ଷ), ଦ୍ବିତୀୟ ଅଭିଯୁକ୍ତ ପଶ୍ଚିମବଙ୍ଗ ବାଙ୍କୁରା ଜିଲ୍ଲାର ଛାତନା ଥାନା ଅନ୍ତର୍ଗତ ଖିରପାଇ ଗ୍ରାମର ହୋଇଥିଲା ବେଳେ ବର୍ତ୍ତମାନ ରାଉରକେଲା ସେକ୍ଟର-୧୬ରେ ରହୁଥିବା ରାଜେଶ କୁଣ୍ଡୁ (ବୟସ ୫୦ ବର୍ଷ), ତୃତୀୟ ଅଭିଯୁକ୍ତ ଓଡିଶାର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ରାଣିଗୋଲା ଗ୍ରାମର ହୋଇଥିଲା ବେଳେ ବର୍ତ୍ତମାନ ରାଉରକେଲା ସେକ୍ଟର-୨ରେ ରହୁଥିବା ଟୁକୁନା ମଲ୍ଲିକ (ବୟସ ୪୮ ବର୍ଷ) ଏବଂ ଚତୁର୍ଥ ଅଭିଯୁକ୍ତ ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ଜଗଦା କ୍ବାର୍ଟର ନମ୍ବର ଜେଏଫ୍/୨୦୧ର ଉତ୍ତମ କୁମାର ଘୋଷ (ବୟସ ୬୬ ବର୍ଷ) ଅଛନ୍ତି ।

    ଅଭିଯୁକ୍ତମାନଙ୍କ ନିକଟରୁ ନଗଦ ୨୫,୩୭,୨୬୦/- ଟଙ୍କା (ପଚିଶ ଲକ୍ଷ ସଇଁତିରିଶ ହଜାର ଦୁଇ ଶହ ଷାଠିଏ ଟଙ୍କା କେବଳ) ବିଭିନ୍ନ ମୂଲ୍ୟର ବିଭିନ୍ନ ପ୍ରକାରର ୮ଟି ମୋବାଇଲ୍ ଫୋନ୍, ୫ଟି ନୋଟ୍ ଖାତା, ସାମସଙ୍ଗ୍ ମନିଟର୍, ଆଇବଲ୍ ୟୁଫିଏସ୍, ଆଇବଲ୍ ସିପିୟୁ, ଗୋଟିଏ କୀ-ବୋର୍ଡ ଥିବା ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟର ସେଟ୍, ଗୋଟିଏ କାନନ୍ (Canon) ପ୍ରିଣ୍ଟର୍ ଜବତ କରାଯାଇଛି।

      ଅଭିଯୁକ୍ତଙ୍କ ବିରୋଧରେ ପ୍ଲାଣ୍ଟସାଇଟ୍ ଥାନାର ମାମଲା ନମ୍ବର ୧୧୩୯, ତାରିଖ ୨୦.୧୨.୨୦୨୫ ଲଟେରୀ (ନିୟନ୍ତ୍ରଣ) ଆଇନ ୧୯୯୮ର ଧାରା ୭(୩) ଅନୁଯାୟୀ ମାମଲା ରୁଜୁ କରାଯାଇ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଅଧିକ ତଦନ୍ତ ଜାରି ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ଓ୍ବାଧଓ୍ବାନୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ମିଶ୍ର, ପାନପୋଷ ଏସଡିପିଓ ରଶ୍ମିରଞ୍ଜନ ମହାପାତ୍ର, ଡିଏସପି ଯୋଗେଶ୍ଵର ପଣ୍ଡାଙ୍କ ସହ ଅନ୍ୟାନ୍ୟ ପୋଲିସ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ, ୧ ଗିରଫ 

masiha

ଜଙ୍ଗଲ ରେ ନିଆ ଲଗେଇବା ଅଭିଯୋଗ ରେ ଜଣେ ଗିରଫ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନା! ମୁଣ୍ଡିଆ ଖେଳ ପଡିଆ ନିକଟସ୍ଥ ନିମ୍ବ ଗଛରୁ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

masiha

Leave a Comment

error: Content is protected !!