ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ଦ୍ଵାରା ୧୦୮ କେ ଜି ଗଞ୍ଜେଇ ଜବତ

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳ ସମୟରେ ପଦ୍ମପୁର ବ୍ଲକ୍ ର ସର୍ଦ୍ଧାପୁର ଗ୍ରାମରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ହଟାତ୍ ଏକ ଅଟୋ ଦୃତ ଗତିରେ ଆସୁଥିବା ଦେଖି ସନ୍ଦେହ କରି ଅଟୋ କୁ ଅଟକାଇ ପଚରା ଉଚୁରା କରିବା ପରେ ଅଟୋକୁ ତୋନୋଖୀ କରିବା ସମୟରେ ଚାରୋଟି ଜରି ବସ୍ତାରେ ୧୦୮ କେଜି ଗଞ୍ଜେଇ ଥିବା ଗୁଡ଼ାରୀ ଅବକାରୀ ବିଭାଗର ଓ ଆଇ ସି ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡା ଦେଖିଥିଲେ ।

ସେଠାରୁ ଜବତ କରିଥିବା ଗଞ୍ଜେଇ ଓ ଅଟୋ ସହ ଦୃବୁତ ଫାଲଗୁନି ଶବର କୁ ଗୁଡ଼ାରୀ ଅଫିସ ଆଣି ଥିଲେ । ଏହି ୧୦୮ କେ.ଜି ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା ଦିଆଯାଇଛି । P.R No -୨୨୬/୨୦୨୨-୨୩ ,U/S -୨୦ ( b ) ( II ) (C) of NDPS Act ରେ କୋର୍ଟ ଚାଲାଣ ସମୟ ରେ କନଷ୍ଟେବଳ ସନ୍ତୋଷ ଛତି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଦୃବୁତ କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡା ଜଣାଇଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ପାଟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି 

masiha

ସାମ୍ନାକୁ ଆସିଲା ରାଜ୍ୟରେ ସାଇବର ଠକେଇର ବାର୍ଷିକ ରିପୋର୍ଟ; ବର୍ଷକରେ ୧୨.୯୬ କୋଟି ଲୁଟିନେଲେ ସାଇବର ଠକ

Sunil Chandra Nayak

ଚୋରା ଗଞ୍ଜେଇ ବେପାରୀଙ୍କୁ କୋର୍ଟ ଚାଲାଣ

masiha

Leave a Comment

error: Content is protected !!