ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ଦ୍ଵାରା ୧୦୮ କେ ଜି ଗଞ୍ଜେଇ ଜବତ

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅବକାରୀ ବିଭାଗ ପକ୍ଷରୁ ଆଜି ସକାଳ ସମୟରେ ପଦ୍ମପୁର ବ୍ଲକ୍ ର ସର୍ଦ୍ଧାପୁର ଗ୍ରାମରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ହଟାତ୍ ଏକ ଅଟୋ ଦୃତ ଗତିରେ ଆସୁଥିବା ଦେଖି ସନ୍ଦେହ କରି ଅଟୋ କୁ ଅଟକାଇ ପଚରା ଉଚୁରା କରିବା ପରେ ଅଟୋକୁ ତୋନୋଖୀ କରିବା ସମୟରେ ଚାରୋଟି ଜରି ବସ୍ତାରେ ୧୦୮ କେଜି ଗଞ୍ଜେଇ ଥିବା ଗୁଡ଼ାରୀ ଅବକାରୀ ବିଭାଗର ଓ ଆଇ ସି ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡା ଦେଖିଥିଲେ ।

ସେଠାରୁ ଜବତ କରିଥିବା ଗଞ୍ଜେଇ ଓ ଅଟୋ ସହ ଦୃବୁତ ଫାଲଗୁନି ଶବର କୁ ଗୁଡ଼ାରୀ ଅଫିସ ଆଣି ଥିଲେ । ଏହି ୧୦୮ କେ.ଜି ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା ଦିଆଯାଇଛି । P.R No -୨୨୬/୨୦୨୨-୨୩ ,U/S -୨୦ ( b ) ( II ) (C) of NDPS Act ରେ କୋର୍ଟ ଚାଲାଣ ସମୟ ରେ କନଷ୍ଟେବଳ ସନ୍ତୋଷ ଛତି ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଦୃବୁତ କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ମୁଣ୍ଡା ଜଣାଇଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଶିଶୁ ବଳାତ୍କାର ମାମଲାରେ ଯୁଵକ ଗିରଫ 

Sunil Chandra Nayak

ସରକାରୀ ଜାଗା ଜବରଦଖଲ କୁ ପ୍ରତିବାଦ କରିବାରୁ କଳାହାଣ୍ଡି ଆଟିଗାଁ ଆର ଆଇ ଅଫିସର ପିଅନ କୁ ହତ୍ଯା ମାମଲା

Sunil Chandra Nayak

ଫାଶୀ ଦେଇ ମହିଳାଙ୍କ ଆତ୍ମହତ୍ୟା

masiha

Leave a Comment

error: Content is protected !!