ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଧର୍ଷଣ ନେଇ ଥାନାରେ ମାମଲା 

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଧର୍ଷଣ ନେଇ ଥାନାରେ ମାମଲା 

ଡାବୁଗାଁ, ୨୨/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀ ଧର୍ଷଣ ର ଶିକାର ହୋଇଥିବା ନେଇ ଗୁରୁବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳରେ ୨୨ ବର୍ଷୀୟ ଜଣେ ଯୁବତୀ ୨୦୧୯ ମସିହାରେ ତାଙ୍କ ଗ୍ରାମର ଚନ୍ଦନ ଭତ୍ରା ଙ୍କ ବନ୍ଧୁତା ସ୍ଥାପନ ହୋଇଥିଲା | ପରେ ୨ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଯୁବକ ଜଣଙ୍କ ଯୁବତୀର ଅନିଚ୍ଛା ସତ୍ତ୍ୱେ ସମ୍ପର୍କ ଶାରେରୀକ ସମ୍ପର୍କ ରଖିଥିଲା | ଶାରେରୀକ ସମ୍ପର୍କ ରଖିବା ପରେ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ଏକଥା କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲା | ଭୟରେ ଯୁବତୀ କାହାରୀକୁ କିଛି କହିନଥିଲେ | ଯୁବକ ଯୁବତୀ କୁ ଡରାଇ ବାରମ୍ବାର ଶାରେରୀକ ସମ୍ପର୍କ ରଖିଥିଲା | ଯାହା ଦ୍ଵାରା ଯୁବତୀ ଗର୍ଭବତୀ ହୋଇଥିଲେ | ଯୁବତୀ ଗର୍ଭବତୀ ହୋଇଥିବା ନେଇ ଯୁବକଙ୍କୁ ଜଣାଇବା ପରେ ଯୁବକ ଜଣଙ୍କ ଔଷଧ ଦେଇ ଯୁବତୀର ଗର୍ଭପାତ କରାଇଥିଲେ | ଯୁବକ ଅନ୍ୟ ଜଣେ ଯୁବତୀକୁ ବିବାହ କରିବା ଖବର ପାଇ ଯୁବତୀ ଜଣଙ୍କ ଯୁବକ ଙ୍କ ଘରକୁ ଯାଇ ବିବାହ କରିବାକୁ କହିଥିଲେ | ଏହାପରେ ଯୁବକ ଜଣଙ୍କ ଯୁବତୀ ଙ୍କୁ ନିଜ ଘରେ ରଖି ସ୍ଵାମୀ ସ୍ତ୍ରୀ ହୋଇ ରହିଥିଲେ | ଏପରି ରହିବା ପରେ କିଛି ଦିନ ତଳେ ଯୁବକ ଜଣଙ୍କ ଯୁବତୀଙ୍କୁ ନିଜ ଘରେ ଆଣି ଛାଡି ଚାଲି ଯାଇଥିଲେ | ପରେ ଗ୍ରାମରେ ବୈଠକ କରାଯାଇଥିଲା ସେଠାରେ ଯୁବକ ଜଣଙ୍କ ଯୁବତୀଙ୍କୁ ନିଜ ଘରକୁ ନେବେ ବୋଲି କହିଥିଲେ | କିନ୍ତୁ ଯୁବତୀ ଙ୍କୁ ନିଜ ଘରକୁ ନେଇନଥିଲେ | ୧୩/୫/୨୫ ଦିନ ସନ୍ଧ୍ୟାରେ ଯୁବକ ଜଣଙ୍କ ଯୁବତୀ ଘରକୁ ଆସି ନେଇଯିବ ବୋଲି କହିଥିଲା | କିନ୍ତୁ ରାତ୍ର ୧୧.୩୦ ସମୟରେ ଯୁବକ ଜଣଙ୍କ ଯୁବତୀଙ୍କ ଘରକୁ ଯୁବତୀଙ୍କୁ ଘର ର ବାଡି ପଛକୁ ନେଇ ଯୁବତୀଙ୍କ ବେକ ଚିପି ମାରିଦେବାକୁ ଉଦ୍ୟମ କରିବାରୁ ଯୁବତୀ ପାଟି କରିଥିଲେ | ଯାହା ଦ୍ଵାରା ଯୁବତୀଙ୍କ ପରିବାର ଲୋକେ ଓ ଆଖପାଖ ଲୋକେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ | ଏ ନେଇ ପୀଡ଼ିତା ଗୁରୁବାର ସନ୍ଧ୍ୟାରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୧୪/୨୫ ରେ ଏକ ମାମଲା ରୁଜୁ କରାଯାଇଛି | ଏଥିରେ ସମ୍ପୃକ୍ତ ଯୁବକ ଚନ୍ଦନ ଭତ୍ରା ଙ୍କୁ ଥାନାରେ ଅଟକ ରଖାଯାଇଛି | ଯୁବତୀ ଙ୍କୁ ଡାବୁଗାଁ ସ୍ଵଧାର ଗୃହରେ ରଖାଯାଇଛି | ଶୁକ୍ରବାର ଯୁବତୀ ଓ ଯୁବକ ଙ୍କର ଡାକ୍ତରୀ ମାଇନା କରାଯିବ | ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଉକ୍ତ ମାମଲାର ତଦନ୍ତ କରୁଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ରିପୋର୍ଟ

Related posts

ଦେଓଦରା ଗାଁ  ରୁ ଦେଶୀ ବନ୍ଧୁକ ସହ ଦୁଇ ଧନୁତିର ଜବତ ଜଣେ ଗିରଫ 

Sunil Chandra Nayak

ବିପୁଳ ପରିମାଣର ଦେଶୀ ମଦ ସହିତ ୦୩ ବାଇକ ଜବତ, ୦୩ ଗିରଫ 

masiha

ଦିବାଲୋକରେ ଦୃବୁତ ପୋଲିସ କୁ ଦେଲେ ଟକର : ଗମ୍ଭାରୀ ମୁଣ୍ଡା ବିଟ୍ ହାଉସରୁ ପୋଲିସ ଅଧିକାରୀଙ୍କ ବାଇକ୍ କଲେ ଚୋରି !!!

Sunil Chandra Nayak

Leave a Comment

error: Content is protected !!