ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

ବନ୍ଧୁଗାଁ ତା, ୨୧/୫/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସାନ ସରପଲି ଗ୍ରାମ ଠାରେ ଗତ ୧୧ ତାରିଖ ଦିନରୁ ବହୁ ଆଡ଼ମ୍ବରରେ   ମା ମାଝୀ ଗୌରୀ ଗାଁ ଘଟ ଯାତରା ପାଳିତ ହୋଇଯାଇଛି I ଏହି ଘଟ ଯାତରା  ୯ ଦିନ ଦିନ ଧରି ଚାଲିଥିଲା I ଏଥିରେ ମା ଙ୍କ ଅଷ୍ଟମ ଓ ନବମ ଦିନ ଦୁଇ ରାତିରେ ଲୋକ ମନଙ୍କ ଉତ୍ସାହ ପାଇଁ ରଙ୍ଗାରଙ୍ଗର କୋରାପୁଟିଆ ଦେଶିଆ ନାଟକ ଆୟୋଜନ ହୋଇଥିଲ I ପ୍ରଥମ ଦିନରେ ମା ସ୍ଥାୟୀ ମନ୍ଦିର ରୁ ଅସ୍ଥାୟୀ ମନ୍ଦିରକୁ ଯିବେ I ଦ୍ୱିତୀୟ ଦିନରେ ନବ ଘଟର ଶୃଙ୍ଗାର ନିତି I ତୃତୀୟ ଦିନରେ ମା ଗାଁ ପରିକ୍ରମା,ଚତୁର୍ଥ ଦିନରେ ନବ ଘଟ ଓ ଗାଁ ପରୀକ୍ରମା କରି ନଅ ଦିନଧରି ମା ଗାଁର ଘରେ ଘରେ ବୁଲି ବୁଗ ସହ ପୂଜା ପାଇଥାନ୍ତି I ମାଙ୍କୁ ଅତିବାହିତ ଭାବରେ ଅସ୍ଥାୟୀ ମନ୍ଦିରକୁ ଆଣି ନଅ ଦିନ ଧରି ରିତିନିତି ଅନୁଯାଇ ମାଙ୍କୁ ସେବା କରନ୍ତି ଓ ମାଝୀ ଗୌରୀ ମାଙ୍କ ନାମରେ ମନ୍ନତ କରିଥିବା ଶ୍ରଦ୍ଧାଳୁ ଙ୍କ ମନର ଦୁଃଖ ବୁଝି ଭକ୍ତଙ୍କ ମନକୁ ନିରାସ ନଁ କରି ମନ ସ୍କାମନା ପୁରା କରିଥାନ୍ତି I 

 ପୂର୍ବ ପୁରୁଷଙ୍କ ଠାରୁ ଚାଲି ଆସିଥିବା ଏହି ସାନ ସରପଲି ଗ୍ରାମ ର ରକ୍ଷା ଦେବି ମା ମାଝୀ ଗୌରୀ ଙ୍କ ନାମରେ ପାରମ୍ଫାରିକ ରୀତିନୀତି ଅନୁଯାଇ ପ୍ରତେକ ବର୍ଷର ମେ ମାସରେ ମାଙ୍କୁ ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ୯ ଦିନ ଘର ଓ ଗାଁର ଶାନ୍ତି ଓ ମଙ୍ଗଳ ପାଇଁ ଆଣି ଘଟ ଯାତରା ଆଣିଥାନ୍ତି I ଚଳିତ ବର୍ଷ ମାଙ୍କ ଦର୍ଶନ ପାଇଁ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ଆସି ଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା ଓ ବହୁତ ଧୂମଧାମ ର ସହ ଦେଶିଆ ନାଟ ଦୁଇଦିନ କରେଇ ଲୋକଙ୍କ ମନକୁ ଖୁସି କରେଇବା ବ୍ୟବସ୍ଥା ମଧ୍ୟ ହୋଇଥିଲା I ମା ଆଜି ବର୍ଷ ଯାକ ପୂଜା ପାଉଥିବା ସ୍ଥାୟୀ ମନ୍ଦିରକୁ ଚାଲିଗଲେ I  ମା ଙ୍କ ନାମରେ ଅତ୍ୟଧିକ ମାତ୍ରାରେ ଛେଳି ଓ କୁକୁଡ଼ା ବଳି ପଡିଥିଲା I ଯେଉଁ ଯେଉଁ ଭକ୍ତ ଘର ଓ ପରିବାରର ଲୋକଙ୍କ ନାମରେ ମାନସିକ କରିଥାନ୍ତି ମନସ୍କାମନା ପରେ ଆଜି ମାଙ୍କ ନାମରେ ମାଙ୍କୁ ଭୋଗ ଚଡେଇଥାନ୍ତି I ଆଜି ମାଙ୍କୁ ବିଦାୟ କରିବା ସମୟରେ ବାଜା ମାରି ନାଚ ସହିତ ବହୁତ ଖୁସିରେ ମାଙ୍କୁ ବିଦାୟ କରେଇ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

‘ ମା’ ଆସୁଛନ୍ତି ‘ ୬୫ ବର୍ଷରେ ପଦାର୍ପଣ କଲା ବାଦାମ ପାହାଡ଼ ଷ୍ଟେସନ ବଜାର ଦୁର୍ଗାପୂଜା: ପଶ୍ଚିମବଙ୍ଗର କାରିଗରୀ କଳା ରେ ଏଥର ଝଲସିବେ ମାଁ :

Sunil Chandra Nayak

ଜି. କାମତା ଗ୍ରାମରେ ମାଁ ଠାକୁରାଣୀ ଯାତ୍ରା

Sunil Chandra Nayak

କନକପୁରରେ ବିରାଟ କଳସ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!