ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ଗିରଫ ସହ ୯ ମାମଲା ରୁଜୁ

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୨ ଗିରଫ ସହ ୯ ମାମଲା ରୁଜୁ

ରାଉରକେଲା ୧୦/୬, ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଡଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ, ରାଉରକେଲା ଅବକାରୀ ବିଭାଗ ପକ୍ଷରୁ କାରିଛପଲ, ଅଙ୍କୁରପାଲି, ଟଙ୍କାଟୋଲୀ ଅଞ୍ଚଳରେ ଚଢାଉ ସମେତ ବୀରମିତ୍ରପୁର ଥାନା, ହାତୀବାରି ଥାନା ପୋଲିସ ଏବଂ ଏପିଆର୍ ଫୋର୍ସଙ୍କ ସହାୟତାରେ ମାଜିଷ୍ଟ୍ରେଟ ଦ୍ୱାରା ମିଳିତ ଚଢ଼ାଉ କରାଯାଇ ୨ ଗୋଟି ଦାବିଦାର ମାମଲା (କ୍ଲେମ୍ କେସ) ଏବଂ ୭ ଗୋଟି ଦାବିଦାର ନଥିବା ମାମଲା (କ୍ଲେମ୍ କେସ) ମୋଟ ୦୯ ଗୋଟି ମାମଲା ରୁଜୁ କରାଯାଇଛି। 

     କରିଛାପଲ ଅଞ୍ଚଳରେ ମୋଟ ୨୨୦ ଲିଟର ବେଆଇନ ମହୁଲି ମଦ ଓ ୧୮,୭୨୦ କିଗ୍ରା ମହୁଲ ପୋଚ ଏବଂ ଅଙ୍କୁରପାଲି ଅଞ୍ଚଳରେ ମୋଟ ୩୦୦ ଲିଟର ବେଆଇନ ମହୁଲି ମଦ ଓ ୧୮,୮୦୦ କିଗ୍ରା ମହୁଲ ପୋଚ ଘଟଣା ସ୍ଥଳରେ ନଷ୍ଟ କରା ଯାଇଛି। ୨ ଜଣ ଆସାମୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଅବକାରୀ ଇନିସପେକ୍ଟର ମୋହନ ପଧାନ ଓ ଇନିସପେକ୍ଟର ହେମନ୍ତ ମହାନନ୍ଦିଆ, ଏସ୍ଆଇ ମିଲନ ତିର୍କୀ, ଏଏସ୍ଆଇ ବିନୋଦିନୀ ବେହେରା, ବିଦୂତ ଭୂଷଣ ଦାଶ ଓ ଯୁବରାଜ ବାଗ ଓ ଅନ୍ୟାନ୍ୟ ସହକର୍ମୀ ସାମିଲ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଯାତ୍ରା ଦେଖା ବେଳେ ଗଣ୍ଡଗୋଳ ହୋଇ ଛୁରାମାଡ ଘଟଣା, ୨ ଗିରଫ

masiha

ଏକାଧିକ ଦଫା ନେଇ ଉତ୍କଳ କାରଖାନା ସେକ୍ୟୁରୀଟି ଜିଏମ ଗିରଫ

Sunil Chandra Nayak

ମହିଳାଙ୍କୁ ବ୍ଲାକମେଲିଂ ଓ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଅଧ୍ୟାପକ

Sunil Chandra Nayak

Leave a Comment

error: Content is protected !!