ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀ ଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ

ଶ୍ରଦ୍ଧା ରେ ଇର୍ଣ୍ଟନସିଭ୍ ବିଦ୍ୟାର୍ଥୀ ଙ୍କୁ ସାର୍ଟିଫିକେଟ ପ୍ରଦାନ ସମାରୋହ

ରାଉରକେଲା: ନୂତନ ଶିକ୍ଷାନୀତି ଅନୁଯାୟୀ ପିଲାମାନଙ୍କ ର ଗ୍ରାଜୁଏସନ ଶିକ୍ଷା ପୂର୍ବରୁ ବାଧ୍ୟତାମୂଳକ ଭାବେ ସମର ଭାକେସନ ସମୟରେ ୧୨୦ ଘଣ୍ଟା କୈ।ଣସି ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ନେବାକୁ କାର୍ଯ୍ୟକ୍ରମ ରଖାଯାଇଛି । ଏଥିପାଇଁ ରାଉରକେଲା , ଭୁବନେଶ୍ୱର, କଟକ ତଥା ରାଜ୍ୟ ବାହାରୁ ଟିସ୍ ମୁମ୍ବାଇ, ଲଭଲି ଉନିଭରସିଟ୍ ଚଣ୍ଡୀଗଡ଼ ର ବିଭିନ୍ନ କଲେଜ ରୁ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଶ୍ରଦ୍ଧା ସାମାଜିକ ଅନୁଷ୍ଠାନ ମାଧ୍ୟମରେ ଇର୍ଣ୍ଟନସିଭ୍ ପ୍ରୋଗ୍ରାମ ରେ ସାମିଲ ହୋଇଥିଲେ। ଗତ ଏପ୍ରିଲ ମାସ ୨୨ ତାରିଖ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ଆଜି ଶେଷ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାର୍ଥୀ ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କାର୍ଯ୍ୟକ୍ରମ ଶ୍ରଦ୍ଧା ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ୟୁଥ ହଷ୍ଟେଲ ର ସଭାପତି ତଥା ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଟାଉନସିପ ର ପ୍ରାକ୍ତନ ସି.ଜି.ଏମ୍ ପ୍ରତାପ କୁମାର ସ୍ଵାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସମାଜ ସେବା ର ଆବଶ୍ୟକତା ଓ ନିଜର କର୍ତ୍ତବ୍ୟ ସାଧନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ମନୁଷ୍ୟ ଜନ୍ମ କେବଳ ନିଜ ପାଇଁ ନୁହେଁ । ଯେ ଯେଉଁ ଜାଗା ରେ ଥାଉନା କାହିଁକି ଆବଶ୍ୟକ ଲୋଡୁ ଥିବା ଭିନ୍ନକ୍ଷମ, ବରିଷ୍ଠ ନାଗରିକ , ଅନାଥ ମାନଙ୍କୁ ସେବା ଯୋଗାଇଦେବାକୁ ସମାଜର ସବୁ ବର୍ଗର ଲୋକଙ୍କର କର୍ତ୍ତବ୍ୟ ରହିଛି। ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିବା ସମୟରେ ବହୁ ମହାପୁରୁଷଙ୍କ ବିଷୟରେ ପଢ଼ିବାକୁ ପାଇଥିବେ । ପ୍ରାକ୍ଟିକାଲରେ ସେ ଗୁଡ଼ିକୁ କାମରେ ଲଗାଇବା ଓ ସମାଜସେବା ବ୍ରତୀ ହେବା ଏହି ଇର୍ଣ୍ଟନସିଭ୍ ର ଉଦ୍ଦେଶ୍ୟ। କାରଣ ସମାଜ ଗଠନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅନ୍ୟତମ ସମ୍ମାନିୟ ଅତିଥିଭାବେ ଶିକ୍ଷାବିତ୍ ରାଜା ମହାନ୍ତି ଏଥିରେ ଯୋଗ ଦେଇ କହିଥିଲେ ଯେ, ଛାତ୍ର ଛାତ୍ରୀ ମାନେ ସମାଜ ରେ ଥିବା ବିଭିନ୍ନ ପ୍ରକାରର କୁସଂସ୍କାର ର ପରିବର୍ତ୍ତନ ତଥା ନୂତନ ଦିଗନ୍ତ ର ସଂଚାର କରିପାରିବେ। ସେବା ମାଧ୍ୟମରେ ଅନେକ ଆଖିଦୃଶିଆ କାମ କରିପାରିବେ । ଏଥିପାଇଁ ଦୃଢ଼ ମନୋବଳ ରହିବା ଦରକାର । ଅନୁଷ୍ଠାନ ର ସଭାପତି ଡ଼ ରାମକୃଷ୍ଣ ବିଶ୍ଵାଳ ଏବଂ କାର୍ଯ୍ୟକାରୀ ସଭାପତି ପଶୁପତିନାଥ ଚାଟାର୍ଜୀ ଏହି ମର୍ମରେ ବିଦ୍ୟାର୍ଥୀ ମାନଙ୍କୁ ସମାଜ ଗଠନରେ ଛାତ୍ରଛାତ୍ରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । ଶ୍ରୀ ଚାଟାର୍ଜୀ ଦିବ୍ୟାଙ୍ଗ ପିଲାଙ୍କ ପ୍ରତି ଦୃଷ୍ଟି ଦେବା ଓ ସ୍ଵତନ୍ତ୍ର ଶିକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ କୁ ପ୍ରୋତ୍ସାହନ ଦେବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଡ଼. ବିଶ୍ଵାଳ ତାଙ୍କ ବ୍ୟକ୍ତବ୍ୟରେ ଦର୍ଶାଇଥିଲେ ଯେ, ୧୨୦ ଘଣ୍ଟା ର କାର୍ଯ୍ୟକ୍ରମ ସାରିଦେଇ ସାର୍ଟିଫିକେଟ ନେଇଗଲେ ହେବ ନାହିଁ । ଏହି ସାର୍ଟିଫିକେଟ ର ପ୍ରକୃତ ମୂଲ୍ୟାଙ୍କନ ସେତେବେଳେ ହେବ ଯେତେବେଳେ ଶ୍ରଦ୍ଧା ରୁ ପାଇଥିବା ପ୍ରାକ୍ଟିକାଲ ଜ୍ଞାନ କୁ ଆନ୍ତରିକ ଭାବେ କାମରେ ଲଗାଇବ । ମାନବିକତା ର ମୂଲ୍ୟବୋଧ ଏଥିରୁ ଆହରଣ କରାଯାଇଥାଏ । ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କ ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। କଲେଜରୁ ଆସିଥିବା ଛାତ୍ର ଛାତ୍ରୀ ମାନେ ଶ୍ରଦ୍ଧା ର ଯେଉଁ ସବୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଥିଲେ ଯଥା ଥେରାପି, ଗାର୍ଡେନିଙ୍ଗ , ହୋମ ଭିଜିଟ, ସର୍ଭେ, ଭେକେସନାଲ ଟ୍ରେନିଙ୍ଗ , କର୍ମଶାଳା ଏବଂ ଅନ୍ତେବାସୀ ଙ୍କ ସାମୁହିକ ଜନ୍ମଦିନ ପାଳନ ଇତ୍ୟାଦି ସେମାନଙ୍କ ର ପ୍ରମୁଖ କାର୍ଯ୍ୟ ଥିଲା ବୋଲି ଶ୍ରୀ ପାଣ୍ଡବ ସୂଚନା ଦେଇଥିଲେ । ଈଶ୍ୱର ହେମ୍ବ୍ରମ ଏବଂ ମଧୁସ୍ମିତା ପଶାୟତ ଇର୍ଣ୍ଟନସିଭ୍ ର ଅଂଶ ଗ୍ରହଣକାରୀ ସେମାନଙ୍କ ର ଉପକାରିତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶ୍ରଦ୍ଧା ର ସୁକୁମାର ପାଣ୍ଡବ, ଅର୍ଚ୍ଚନା ମିଞ୍ଜ୍, ଧୀରେନ୍ କୁମାର ଓଝା, ଇତିଶ୍ରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ

masiha

ରୁରାଲ୍ ପାର୍କ ନିର୍ମିତ ହୋଇଛି କିନ୍ତୁ ଅବ୍ୟବହୃତ :ଅସାମାଜିକ ଙ୍କ ଆଡ୍ଡା ପାଲଟିଛି

masiha

ଜିଲ୍ଲା ସ୍ତରୀୟ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Leave a Comment

error: Content is protected !!