ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ହକି ଖେଳାଳି ସ୍ୱିଟି କୁଜୁର ଓ ଅର୍ମାନ ଲାକ୍ରା ସମ୍ବର୍ଦ୍ଧିତ

ହକି ଖେଳାଳି ସ୍ୱିଟି କୁଜୁର ଓ ଅର୍ମାନ ଲାକ୍ରା ସମ୍ବର୍ଦ୍ଧିତ

ରାଉରକେଲା, ୧୦ ଜୁନ ୨୦୨୬ : ସୁନ୍ଦରଗଡ଼ ଜିଲ୍ଲା ଏବଂ ଓଡ଼ିଶା କ୍ରୀଡ଼ା ଜଗତ ପାଇଁ ଏକ ଗର୍ବର ମୁହୂର୍ତ୍ତରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏବଂ କ୍ରୀଡ଼ା ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସୁଶ୍ରୀ ଦୀନା ଦସ୍ତଗୀର ଆଜି ନିକଟରେ ସମ୍ପନ୍ନ ହୋଇଥିବା ଅଣ୍ଡର-୧୮ ଏସିଆ କପ୍ ହକି ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଦୁଇଜଣ ଯୁବ ହକି ଖେଳାଳି ଅର୍ମାନ ଲାକ୍ରା (୧୬ ବର୍ଷ) ଏବଂ ସ୍ୱିଟି କୁଜୁର (୧୬ ବର୍ଷ)ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ଅର୍ମାନ ଲାକ୍ରା ଭାରତୀୟ ଅଣ୍ଡର-୧୮ ପୁରୁଷ ହକି ଦଳର ସଦସ୍ୟ ଭାବେ ଏସିଆ କପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, ସ୍ୱିଟି କୁଜୁର ଭାରତୀୟ ଅଣ୍ଡର-୧୮ ମହିଳା ହକି ଦଳର ଅଧିନାୟିକା ଭାବେ ଦଳକୁ ନେତୃତ୍ୱ ପ୍ରଦାନ କରି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ଉଭୟ ଖେଳାଳିଙ୍କୁ ପୁଷ୍ପଗୁଛ୍ଛ ପ୍ରଦାନ କରିବା ସହିତ ସେମାନଙ୍କର ଉଜ୍ଜ୍ୱଳ କ୍ରୀଡ଼ା ଜୀବନ ପାଇଁ ଶୁଭେଚ୍ଛା ଜଣାଇଥିଲେ । 

ଉଭୟ ଖେଳାଳି ରାଉରକେଲାସ୍ଥିତ ପାନପୋଷ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ହୋଇଥିବାରୁ ସେମାନଙ୍କର ଏହି ସଫଳତା ରାଜ୍ୟର କ୍ରୀଡ଼ା ପ୍ରଶିକ୍ଷଣ ବ୍ୟବସ୍ଥା ଓ ଖେଳାଳି ବିକାଶ କାର୍ଯ୍ୟକ୍ରମର ଏକ ଉଜ୍ଜ୍ୱଳ ଉଦାହରଣ ଭାବେ ପରିଗଣିତ ହୋଇଛି।

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଉଭୟ ଖେଳାଳିଙ୍କୁ ସେମାନଙ୍କର କଠିନ ପରିଶ୍ରମ, ଶୃଙ୍ଖଳାବଦ୍ଧତା ଓ ଉତ୍ସର୍ଗୀକୃତ ମନୋଭାବ ପାଇଁ ପ୍ରଶଂସା କରିଥିଲେ ଏବଂ ଭବିଷ୍ୟତରେ ଦେଶ ଓ ରାଜ୍ୟ ପାଇଁ ଆହୁରି ସଫଳତା ଆଣିବାକୁ ଶୁଭେଚ୍ଛା ଜଣାଇଥିଲେ।

ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ କ୍ରୀଡ଼ା, ରାଉରକେଲା ସୁଦୀପ୍ତ କୁମାର ନାୟକ ଏବଂ ଡେପୁଟି କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା ମଧ୍ୟ ଉପସ୍ଥିତ ରହି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ଖେଳାଳିମାନଙ୍କ ସଫଳତା ପଛରେ ଥିବା ପ୍ରଶିକ୍ଷକ, ସହାୟକ କର୍ମଚାରୀ, ଅଭିଭାବକ ଏବଂ କ୍ରୀଡ଼ା ସଂସ୍ଥାଗୁଡ଼ିକର ଅବଦାନକୁ ମଧ୍ୟ ସ୍ମରଣ କରାଯାଇଥିଲା ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆନ୍ତଃରାଜ୍ୟ ବ୍ୟାଡ୍‌ମିଣ୍ଟନ ଟୁୁର୍ଣ୍ଣାମେଣ୍ଟ ଫାଇନାଲରେ ବାଜି ମାରିଲା ଅନୁଗୁଳ ଦଳ 

Sunil Chandra Nayak

ରେଣ୍ଡୋ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଧୁମାଭଟା ଦଳ ବିଜୟୀ

masiha

ନବରଙ୍ଗପୁର ଠାରେ ଓଡିଶା କ୍ରୀଡ଼ା ମହକୁମ୍ବ ମୁଖ୍ୟମନ୍ତ୍ରୀ କପ୍ ଭଲିବଲ୍ , କବାଡି , ଫୁଟବଲ୍ ଓ ଖୋକୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

Leave a Comment

error: Content is protected !!