ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସର୍ଗିଗୁଡା ଚାମ୍ପିୟାନ

ମାନସ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସର୍ଗିଗୁଡା ଚାମ୍ପିୟାନ

କୋକସରା,୨୦/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡହଗାଁ ଠାରେ ମାନସ ମେମୋରିଆଲ ଷଷ୍ଠ ଦିବସୀୟ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ଖେଳ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ଡ଼ହଗାଁ ଓ ସର୍ଗିଗୁଡା ଫୁଟବଲ୍ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସର୍ଗିଗୁଡା ଟିମ୍ ୨-୦ ଗୋଲ ସ୍କୋରରେ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ୍ ହୋଇଛି। ରେଫରି ଗଣପତି ପୁଝାରୀ ଖେଳ ପରିଚାଳନା କରିଥିବା ବେଳେ ଲାଇନମେନ ଭାବେ ଗୋବିନ୍ଦ ପୁଝାରୀ ଓ ପବିତ୍ର ପୁଝାରୀ ଦାୟିତ୍ୱ ନିର୍ବାହ କରିଥିଲେ। ଦେବେନ୍ଦ୍ର କୁମାର ପୁଝାରୀ ଓ ବାବୁଲାଲ ଶବର ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତିକ ଫେସନ ଡିଜାଇନର ଯୁବନେତା ସୁଜିତ ମେହେର, ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ମନିଷା ମିଶ୍ର, ଡ଼ହଗାଁ ପେକ୍ସ ସଭାପତି ବ୍ରଜରାଜ ନାଏକ, ବାୟବ୍ୟ ବାଗ, ମାଙ୍ଗେଲାର ନାଏକ, ବିନୋଦ ଦାସ, ସମାଜସେବୀ ବିବେକ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉଭୟ ବିଜେତା ସର୍ଗିଗୁଡ଼ା ଓ ଉପବିଜେତା ଡହଗାଁ ଦଳକୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା। ଲଙ୍କେଶ୍ୱରୀ କ୍ଳବର ସଭାପତି ମହେନ୍ଦ୍ର କୁମାର ଦାସ, ସମ୍ପାଦକ ରାମକୃଷ୍ଣ ପୁଝାରୀ, କୋଷାଧ୍ୟକ୍ଷ ଦୁଷ୍ମନ୍ତ ବନ୍ଦିଛୋଡ, ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଓଡିଶା ସିତୋରିଓ କରାଟେ ଆସୋସିଏସନର ରକି ଖାଡିଆଙ୍କ ଆନ୍ତର୍ଜାତିକ ପଦକ ଲାଭ

ରାୟଗଡା ବ୍ଲକ ସ୍ତରୀୟ କ୍ରୀଡା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଫୁଟବଲ ମହାକୁମ୍ବ ର ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!