ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେସିଙ୍ଗା ରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

କେସିଙ୍ଗା ରେ ଡିଫାଇନ୍ କଳାହାଣ୍ଡିର ବିଶାଲ ସମାବେଶ

ମୁଁ ରାଜନୀତି ପାଇଁ ଆସିନି ଆସିଛି ସେବା ପାଇଁ….

କଳାହାଣ୍ଡି ମାଟି’ରେ ଜନ୍ମିତ ହୋଇ ମଧୁ ମହାନ୍ତି ଆଜି ରାଜ୍ୟର ସାମ୍ବାଦିକତା କ୍ଷେତ୍ରରେ ନୂତନ ଜାଗରଣ ଆଣି ପାରିଛନ୍ତି। କଳାହାଣ୍ଡି ମାଟି ପବନର ମାଦକତା ନିଆରା ଓ ଏହି ମାଟି ସେବା ମନୋବୃତ୍ତି, ପରୋପକାର ଓ ସହନଶୀଳଗୁଣ ସିଖାଇ ଥାଏ ବୋଲି କେସିଙ୍ଗା ରେ ଆୟୋଜିତ ଡିଫାଇନ୍ କଳାହାଣ୍ଡିର ସମାବେଶରେ ଯୋଗଦେଇ ପ୍ରକାଶ କରିଛନ୍ତି ସମାଜସେବୀ ତଥା ସାମ୍ବାଦିକ ମଧୁ ମହାନ୍ତି। ରବିବାର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ସମାଜସେବୀ ମଧୁ ମହାନ୍ତି କେସିଙ୍ଗା ରେ ଭବ୍ୟ ସ୍ଵାଗତ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି। କେସିଙ୍ଗା ଗୌରୀଶଙ୍କର ମନ୍ଦିର ଠାରୁ ଜଗନ୍ନାଥ ମନ୍ଦିର ପଡ଼ିଆ ପର୍ଯ୍ୟନ୍ତ ହଜାର ହଜାର ସଂଖ୍ୟାରେ ମା’ ଭଉଣୀ ଓ ଅଞ୍ଚଳର ସଚେତନ ନାଗରିକ ମାନେ ମଧୁ ମହାନ୍ତି ଙ୍କୁ ପାଛୋଟି ଆଣିଥିଲେ। ଏହି ସମୟରେ କଳାହାଣ୍ଡିର ବିରବାଦ୍ୟ ‘ଘୁମୁରା’ ଓ ଆଦିବାସୀ ନୃତ୍ୟ ,ମହିଳା କୀର୍ତ୍ତନ ମଣ୍ଡଳୀ ଧ୍ବନିରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠିଥିଲା। କଳାହାଣ୍ଡିର ବିକାଶରେ ମଧୁ ମହାନ୍ତିଙ୍କ ଭାଗିଦାରୀକୁ ମନେପକାଇ ଉପସ୍ଥିତ ଜନସାଧାରଣ ନାରାବାଜି କରିଥିଲେ। ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଜିଲ୍ଲାର ବିକାଶ ତାଙ୍କର ଏକମାତ୍ର ଲକ୍ଷ ସେଥିପାଇଁ ସମସ୍ତ ଆଗେଇ ଆସିବାକୁ ଶ୍ରୀମହାନ୍ତି ଆହ୍ବାନ ଦେଇଥିଲେ। ଏହି ଅବସରରେ ମଧୁ ମହାନ୍ତି ଯେଉଁଭଳି ଭାବେ କଳାହାଣ୍ଡି ଜିଲ୍ଲା ବିକାଶର ସ୍ବପ୍ନ ଦେଖିଛନ୍ତି ଓ ସାମାଜିକ ସେବା କରି ଆସୁଛନ୍ତି ତାଙ୍କୁ ହାତକୁ ଆହୁରି ମଜବୁତ କରିବା ପାଇଁ ଆପଣ ମାନଙ୍କ ସହଯୋଗ ରହିଛି। ଯୁବଗୋଷ୍ଠୀଙ୍କୁ କିପରି ରୋଜଗାର ଦିଆଯିବ, ସ୍ବଚ୍ଛ ଶାସନ, ସ୍ବଚ୍ଛ ସେବା ପାଇଁ ଆପଣ ମାନଙ୍କ ସହଯୋଗ ଜରୁରୀ ତେଣୁ ସମସ୍ତେ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହି ସମାବେଶର କେସିଙ୍ଗା ର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲେ। ଶେଷରେ ଡିଫାଇନ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜାତଳା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ବିଜାତଳା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା

masiha

ଜନ ସମର୍ଥନ ପାଇଁ କୋକସରା ବ୍ଲକରେ ବିଜେପି ସାଂସଦ ପ୍ରାର୍ଥିନୀ ମାଲବିକା କେଶରୀ ଦେଓ

masiha

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

Leave a Comment

error: Content is protected !!