ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ -ଯୁବ ଓଡ଼ିଶା-ନବୀନ ଓଡ଼ିଶା ଆନୁକୁଲ୍ୟରେ ସାହିତ୍ୟ ପ୍ରତିଯୋଗିତା

ଗୋଲାମୁଣ୍ଡା, .21, I,24 // ସର୍ବ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ #ନୂଆ-ଓ #ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିବା ଅଭିନବ ପଦକ୍ଷେପ ସାହିତ୍ୟ ପ୍ରତିଯୋଗିତା ଗତ ୧୮ ତାରିଖରେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରାଧ୍ୟାପକ ଜୟନ୍ତ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ଉଦ୍ଘାଟିତ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ପର୍ଯ୍ଯାୟକ୍ରମେ ହାତକୁ ନିଆଯାଇଥିବା ପ୍ରସ୍ତାବିତ କାର୍ଯ୍ୟକ୍ରମଗୁଡ଼ିକ ମଧ୍ଯରୁ ଓଡ଼ିଆ କବିତା ଲିଖନ, ଓଡ଼ିଆ ଭାଗବତ ପଠନ, ଓଡ଼ିଆ କବିତା ପଠନ, ଓଡ଼ିଆ ଗୀତ ଗାୟନ,ଓଡ଼ିଆ ହସ୍ତାକ୍ଷର ଲିଖନ,କୁଇଜ୍ ଏବଂ ଓଡ଼ିଆ ବ୍ଯାକରଣ ଦକ୍ଷତା ଆଦି ପ୍ରତିଯୋଗିତା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇ ଯାଇଛି। ନୋଡ଼ାଲ ଅଧିକାରୀ ଭାଷା ସାହିତ୍ୟର ଅଧ୍ଯାପକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହିତ #ନୂଆ-ଓ# ଯୁବ ଓଡ଼ିଶା-ନବୀନ ଓଡ଼ିଶାର ନୋଡ଼ାଲ ଅଧିକାରୀ ଅଧ୍ଯାପକ ପ୍ରବୀର କୁମାର ରାୟ ,ପ୍ରାଧ୍ୟାପକ ସରୋଜ କାନ୍ତ ରଥ, ଅଧ୍ଯାପକ ବିଜୟ କୁମାର ସାହୁ, ଶାନ୍ତନୁ କୁମାର ପରିଡ଼ା, ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ, ପ୍ରଦୀପ କୁମାର ମିଶ୍ର, ସନ୍ଦୀପ କୁମାର କାନୁନଗୋ, ଅଧ୍ୟାପିକା ଶୋଭାଗିନୀ ନାୟକ,ଅଧ୍ଯାପକ ତ୍ରିନାଥ ପଟ୍ଟନାୟକଙ୍କ ସମେତ ଦିଲ୍ଲୀପ କୁମାର ସ୍ବାଇଁ,ପ୍ରସନ୍ନ କୁମାର ପ୍ରଧାନ, ପ୍ରମୋଦ କୁମାର ମହାନ୍ତି,ଖେଳ ଶିକ୍ଷକ ସନ୍ତୋଷ କୁମାର ବାରିକ ଏବଂ ସମସ୍ତ କର୍ମଚାରୀ ଭାଗ ନେଇ କାର୍ଯକ୍ରମକୁ ସାଫଲ୍ଯମଣ୍ଡିତ କରିଥିଲେ।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷାନ୍ତ ଦିବସ ପାଳିତ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ହନୁମାନ ଚାଳିଶା ପାଠ , ସଂକୀର୍ତ୍ତନ , ଭଜନ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଏନ୍.ସି.ସି ଶିବିରରେ ଡିଏଭି ଛାତ୍ରଛାତ୍ରୀଙ୍କ ଯୋଗଦାନ

masiha

Leave a Comment

error: Content is protected !!