ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡବ୍ଲ୍ୟୁ ଜେ ୟୁ ର କାର୍ଯ୍ୟକାରିଣୀ ବୈଠକ

ଡବ୍ଲ୍ୟୁ ଜେ ୟୁ ର କାର୍ଯ୍ୟକାରିଣୀ ବୈଠକ

ନବରଙ୍ଗପୁର(୨୧|୧) ନବରଙ୍ଗପୁର ୱ୲ର୍କିଂ ଜର୍ଣାଲିଷ୍ଟ ୟୁନିଅନ (ଡବ୍ଲ୍ୟୁ ଜେ ୟୁ) ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲକ୍ଷ୍ମୀ ଚନ୍ଦ୍ର ଦାଶ ପ୍ରେସ୍ କ୍ଳବ ଠାରେ ଅନୁଷ୍ଠିତ ଏହି ବୈଠକରେ ସଙ୍ଘର ସଭାପତି ପି ପ୍ରକାଶ ଅଧ୍ୟକ୍ଷତା କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ବ୍ଲକ ରୁ କାର୍ଯ୍ୟକାରିଣୀ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଏଥିରେ ମୁଖ୍ୟତଃ ସଂଘର ସାଙ୍ଗଠନିକ ସ୍ଥିତି ସଂପର୍କରେ ଆଲୋଚନା ହେବା ସହ ଖବର ସଂଗ୍ରହ ବେଳେ ଉପୁଜିଥିବା ବିଭିନ୍ନ ପ୍ରତିବନ୍ଧକକୁ ନେଇ ଏକ କର୍ମଶାଳା ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିରେ ସଙ୍ଘର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ମିଶ୍ର, ଉପ ସଭାପତି କିଶୋର ପଟ୍ଟନାୟକ, ସାଧାରଣ ସଂପାଦକ ଏ ସତୀଶ, ସଂଗଠନ ସମ୍ପାଦକ ଶୁଶାନ୍ତ ଶତପଥୀ, ଯୁଗ୍ମ ସମ୍ପାଦକ ସ୍ୱାଧୀନ ପଣ୍ଡା, କାହ୍ନୁ ଚରଣ ନଦିଆ, କୋଷାଧ୍ୟକ୍ଷ ରବି ନାରାୟଣ ପଟ୍ଟନାୟକ, କାର୍ଯ୍ୟ କାରିଣୀ ସଦସ୍ୟ ନବ ଘନ ବିଷୋୟୀ, ଗୌରାଙ୍ଗ ପାତ୍ର, କିରଣ ପଟ୍ଟନାୟକ, ଶ୍ରୀଧର ପାତ୍ର, ଅଜିତ ନାୟକ, ରାମ ଦଳେଇ, ସି ଏଚ ଈଶ୍ୱର ରାଓ, ସାଇ କ୍ରିଷ୍ଟ୍ନା ,ମଧୁ ସୁଦନ ସାହୁ , କରେସ ଉପାଶି , ଦେଵୀ ପ୍ରସାଦ ପଟ୍ଟନାୟକ, କେ ସନ୍ତୋଷ ପ୍ରମୁଖ ଉପସ୍ଥିତ ରହିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ସାଧାରଣ ସଭା.

masiha

ଭାନ୍ଦିପୁର ଗ୍ରାମରେ ହାତୀ ଆତଙ୍କ

masiha

ଜନଜାତି ଆଦିବାସୀ ସାଂସ୍କୃତିକ ଓ କ୍ରୀଡ଼ା ମହୋତ୍ସବ ଉଦଘାଟିତ

masiha

Leave a Comment

error: Content is protected !!