ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳକା ନଦୀରୁ ମିଳିଥିବା ଡଲଫିନର ମୃତ୍ୟୁ ବନ ବିଭାଗ ହତାଶ

ଜଳକା ନଦୀରୁ ମିଳିଥିବା ଡଲଫିନର ମୃତ୍ୟୁ ବନ ବିଭାଗ ହତାଶ

ବସ୍ତା,21/01 ବସ୍ତାଥାନା ନଳବାହାର ଗୋଠଗଡିଆସ୍ଥିତ ଜଳକା ନଦୀରୁ ମିଳିଥିବା ଡଲଫିନର ଶେଷରେ ଆଜି ମୃତ୍ୟୁ ହୋଇଯାଇଛି ।ମାଛଟିକୁ ଚାରିଦିନ ପରେ ଆଜି ବନ ବିଭାଗ ଜବତ କରି ବୁଢ଼ା ବଳଙ୍ଗ ନଦୀକୁ ନେଇଥିବା ବେଳେ ସେଠାରେ ସେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି।ଗତ ଗୁରୁବାର ଦିନ ଜଳକା ନଦୀରୁ ମାଛଟିକୁ ଧରି ସ୍ଥାନୀୟ ଲୋକେ ହାଟ ପୋଖରୀରେ ଛାଡିଥିଲେ। ଖବର ପାଇ ବନ ବିଭାଗର ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଡଲଫିନ ଟିକୁ ଉଦ୍ଧାର କରିବାକୁ ବିଫଳ ହୋଇଥିଲେ । ଏହି ଡଲଫିନ ଟିକୁ ଧରିବା ପାଇଇଁ ଆଜି ସକାଳେ ପ୍ରଥମେ ଏକ ଟିମ ଜାଲ ଟାଣିଥିଲେ। ମାତ୍ର ଅଳ୍ପକେ ଡଲଫିନ ଟି ସେମାନଙ୍କ ଠାରୁ ଖସିଯାଇଥିଲା। ପରେ ଅନ୍ୟଏକ ଟିମ ପୁଣିଥରେ ଜାଲ ଟାଣିଥିଲେ। ଶେଷରେ ଦିନ 4ଟା ସମୟରେ ମାଛଟିକୁ ବନ ବିଭାଗ ନିଜ ହେପାଜତକୁ ନେଇଥିଲା। ବନ ବିଭାଗ ପକ୍ଷରୁ ଡିଏଫଓ ଖୁସୱନ୍ତ ସିଂ,ଚାନ୍ଦିପୁର ରେଞ୍ଜର ଗଣେଶ ପ୍ରସାଦ ଲେଙ୍କା, ଜଳେଶ୍ବର ରେଞ୍ଜର ଜୟଶ୍ରୀ ମୂର୍ମୁ ପ୍ରମୁଖ ଡଲଫିନ ଟିକୁ ଉଦ୍ଧାର କରି ବୁଢ଼ା ବଳଙ୍ଗ ନଦୀକୁ ନେଇଥିଲେ ମାତ୍ର ସେଠାରେ ଡଲଫିନ ଟି ମୃତ୍ୟୁ ବରଣ କରିଥିବା ଜଣା ପଡ଼ିଛି।ଆସନ୍ତା କାଲି ଏହାର ବ୍ୟବଚ୍ଛେଦ କରାଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ। ଥାଉକି ଗତ ଗୁରୁବାର ଦିନ ମାଛଟି ଗୋଠଗାଡିଆ ନିକଟ ଜଳକା ନଦୀରେ ଖେଳୁଥିବା ସମୟରେ ସ୍ଥାନୀୟ ଲୋକେ ଉକ୍ତ ଡଲଫିନ ଟିକୁ ଧରି ନଳବାହାରସ୍ଥିତ ଚନ୍ଦନ ପୋଖରୀରେ ଛାଡିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗୋଟିଏ ବି ଶିଶୁ ବିଦ୍ୟାଳୟ ବାହାରେ ରହିବେ ନାହିଁ, ସମସ୍ତ ବିଦ୍ୟାଳୟର ବାହାରେ ଥିବା ଶିଶୁଙ୍କୁ ଚିହ୍ନଟ କରି ନିୟମିତ କରାଯିବ

Sunil Chandra Nayak

ଜେଏସଡ଼ବ୍ଲୁ ସ୍କାମର ଭାଇରାଲ ଦୃଶ୍ୟ ନୂଆ ନିର୍ଦ୍ଧେଶକଙ୍କୁ ଘାରିବ”ଅଣଓଡ଼ିଆ ନିର୍ଦ୍ଧେଶକ ବିଦା,ଏବେ ଦୁଇ ଅଯୋଗ୍ୟ ସ୍କ୍ୱାଡ଼

masiha

ଖଇରା-ଔପଦା ଫଟୋଗ୍ରାଫି ଆସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ

masiha

Leave a Comment

error: Content is protected !!