ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେଲା     ୦୮ ଗୋଟି ପୋଥି ସଂଗୃହୀତ 

       ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିହେଲା

    ୦୮ ଗୋଟି ପୋଥି ସଂଗୃହୀତ 

     ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହ ଅଭିଯାନ ନିରବଚ୍ଛିନ୍ନ ଭାବେ ଆଗେଇ ଚାଲିଛି । ପ୍ରାଚୀନ ପୋଥିର ଉଦ୍ଧାର ଓ ସଂରକ୍ଷଣ, ମୂଳପାଠ ନିର୍ଣ୍ଣୟ ସହିତ ଛାତ୍ରଛାତ୍ରୀଙ୍କୁ ପୋଥି ବିଷୟରେ ଅବଗତ କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ଓ ସ୍ନାତକୋତ୍ତର ଓଡ଼ିଆ ଭାଷା, ସାହିତ୍ଯ ଓ ଅନୁବାଦ ବିଭାଗର ସହକାରୀ ପ୍ରଫେସର ଶ୍ରୀ ଡୋଳାମଣି ଧରୁଆ ଓ ଡକ୍ଟର ଦାଶରଥି ଆଚାର୍ଯ୍ଯ ଏହି ପୋଥି ସଂଗ୍ରହ କ୍ଷେତ୍ରରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି । ଭବାନୀପାଟଣା ସହରସ୍ଥିତ ମନ୍ଦାର ବଗିଚାପଡାର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭିକାରୀଚରଣ ମିଶ୍ରଙ୍କ ଘରେ ଡକ୍ଟର ଦାଶରଥି ଆଚାର୍ଯ୍ଯ ପୋଥି ଠାବ କରିଥିଲେ । ଶ୍ରୀ ମିଶ୍ର ଜଣେ ସାହିତ୍ୟାନୁରାଗୀ ତଥା ବଦାନ୍ୟ ବ୍ୟକ୍ତି ହୋଇଥିବାରୁ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟକୁ ୦୮ ଗୋଟି ପୋଥି ପ୍ରଦାନ କରିଛନ୍ତି । ସେହି ପୋଥିଗୁଡିକ ମଧ୍ଯରେ ବିଷ୍ଣୁପ୍ରାସାଦ ପ୍ରତିଷ୍ଠା, ଦୁର୍ଗୋତ୍ସବ ଚନ୍ଦ୍ରିକା, ଦାନବିଧି, କାଣ୍ୟ ସଂହିତା, କାଳମାଧବ, ପାଣିନୀକୃତ ବ୍ୟାକରଣଶାସ୍ତ୍ର, ନୈଷଧଟୀକା , ଅନର୍ଘ ରାଘବ ଓ ମାଘ ମାହାତ୍ମ୍ୟ ପ୍ରଭୃତି । ଏହି ପୋଥିଗୁଡିକ ବିଶ୍ୱବିଦ୍ୟାଳୟର ପୋଥି ସଂଗ୍ରହାଳୟରେ ରଖାଯାଇଛି । ପୋଥିଗୁଡିକ ଓଡ଼ିଆ ଛାତ୍ରଛାତ୍ରୀ ତଥା ଗବେଷକ-ଗବେଷିକାଙ୍କ ଗବେଷଣା ପାଇଁ ନୂତନ ଦିଶା ଦେଖାଇବ ବୋଲି ସେ ସ୍ଵଇଚ୍ଛାରେ ପୋଥି ପ୍ରଦାନ କରିଛନ୍ତି । ଭାଷା, ସାହିତ୍ୟର ଉନ୍ନତି ନିମନ୍ତେ ପୋଥି ପ୍ରଦାନ କରିଥିବାରୁ ଭାରପ୍ରାପ୍ତ କୁଳପତି ଡକ୍ଟର ନିବେଦିତା ନାଥ ତଥା ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରଶଂସା ମଧ୍ଯ କରିଛନ୍ତି । 

( ମ ନି ସ ) 

     

Related posts

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Sunil Chandra Nayak

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

masiha

ଉଦଯାପିତ ହେଲା ବ୍ଲକ ସ୍ତରୀୟ କ୍ରୀଡା 

masiha

Leave a Comment

error: Content is protected !!