ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ୱିନ ସିଟି ପ୍ରେସ୍ରକ୍ଲବର ଅଧକ୍ଷ ତଥା ଜାତୀୟ ଦୁର୍ନୀତି ନିବାରଣ ତଥା ମାନବାଧିକାର କମିଟି ଅଫ ଇଣ୍ଡିଆର ଓଡିଶା ଶାଖା କାର୍ଯ୍ୟକାରୀ ସଭାପତି ସାମ୍ୱାଦିକ ପ୍ରଣବ ବିଶ୍ଵାଳ ସମ୍ବର୍ଦ୍ଧିତ

 କଟକ : କଳ୍ପନା ସାହିତ୍ୟ ଓ ସାଂସ୍କୃତିକ ପରିଷଦର ୧୮ ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ବୁଦ୍ଧ ମନ୍ଦିର ସ୍ଥିତ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଓଡ଼ିଶାର କୋଣ ଅନୁକୋଣରୁ ବରିଷ୍ଠ ଏବଂ ନୂତନ କବି,କବୀୟତ୍ରି ଓ ବୁଦ୍ଧିଜୀବ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ପଣ୍ଡିତ ଡ଼.ଅନ୍ତର୍ଯ୍ୟାମୀ ମିଶ୍ର (କେନ୍ଦ୍ର ସାହିତ୍ୟଏକାଡେମୀ ସଦସ୍ୟ, ଗବେଷକ)ଉଦଘାଟନ କରିଥିବା ବେଳେ,ମୂଖ୍ୟ ଅତିଥି ଭାବେ ଡ଼. ରକ୍ଷକ ନାୟକ(ବିଶିଷ୍ଟ କବି, ଲୋକ ସମ୍ପର୍କ ଅଧିକାରୀ ମହା ମହିମ ରାଜ୍ୟ ପାଳ, ଓଡ଼ିଶା ସରକାର),ମୂଖ୍ୟବକ୍ତା ପ୍ରଫେସର ବୈଷ୍ଣବ ଚରଣ ସାମଲ (ଅବସର ପ୍ରାପ୍ତ ପ୍ରଫେସର ଶାନ୍ତିନିକେତନ),ସଭାପତି ଡ଼ା.ରବି ନାରାୟଣ ପଣ୍ଡା(ସହକାରୀ ପ୍ରଫେସର,ନିୟୁରୋ ସର୍ଜରୀ ବିଭାଗ, ଏସ୍ ସି .ବି ମେଡିକାଲ କଲେଜ୍ କଟକ ଏବଂ ବରେଣ୍ୟ ଅତିଥି ଡ଼. ଚିତ୍ତରଞ୍ଜନ ପଣ୍ଡା (ଓଡ଼ିଆ ବିଭାଗୀୟ ମୁଖ୍ୟ,ଶୈଳବାଳା ମହିଳା ସ୍ୱୟଂ ଶାସିତ ମହା ବିଦ୍ୟାଳୟ) ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଟ୍ୱିନ ସିଟି ପ୍ରେସ୍ରକ୍ଲବର ଅଧକ୍ଷ ତଥା ଜାତୀୟ ଦୁର୍ନୀତି ନିବାରଣ ଓ ମାନବାଧିକାର କମିଟି ଅଫ ଇଣ୍ଡିଆର ଓଡିଶା ଶାଖା କାର୍ଯ୍ୟକାରୀ ସଭାପତି ସାମ୍ବାଦିକ ପ୍ରଣବ କୁମାର ବିଶ୍ୱାଳଙ୍କୁ ଦୁର୍ନୀତି ଏବଂ ମାନବାଧିକାର ଉପର କାର୍ଯ୍ୟ ଧାରା,ସମାଜସେବାକୁ ସିକୃତୀ ସ୍ୱରୂପ କଳ୍ପନା ସାହିତ୍ୟ ଓ ସାଂସ୍କୃତିକ ପରିଷଦ ପକ୍ଷରୁ ଶ୍ରେଷ୍ଠ ମାନବାଧିକାର କର୍ମୀ ରୂପେ ସମ୍ବର୍ଦ୍ଧିତ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ନର୍ଲା ଇନଡୋର ଷ୍ଟାଡିୟମ ଉଦଘାଟନ ସହ ନର୍ଲାରୁ ଭୁବନେଶ୍ୱର ଯାଏଁ ବସସେବାର ଶୁଭାରମ୍ଭ

masiha

ଧାମରା ସଂଘର ବିଭନ୍ନ ପ୍ରତିଯୋଗିତା

masiha

ସରକାର ବଦଳିଲା,ଇନ୍ଦ୍ରାବତୀ ଡେମ ସର୍କଲ ରେ ଚାଲୁଥିବା ପିସି ରାଜ ବନ୍ଦ ହେବ ? ଗାର୍ଡ ୱାଲ୍ ନିର୍ମାଣ ରାସ୍ତା ମରାମତି କାର୍ଯ୍ୟ ତଦାରଖ ହେଉନି:ପ୍ରଶାସନର ଦୃଷ୍ଟି ପଡୁ 

masiha

Leave a Comment

error: Content is protected !!