ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟିକା ସୀମାରାଣୀ ଙ୍କ ଉପସ୍ଥିତି ରେ ହିନ୍ଦୋଳ ଏନ୍ଏସି ର ସମୀକ୍ଷା ବୈଠକ ଅନୁଷ୍ଠିତ 

ଢେ଼ଙ୍କାନାଳ (ମ ସୀ ହା)୩୦/୧୨_ଗତକାଲି ହିନ୍ଦୋଳ ଏନଏସି ପରିଷଦ ରେ ହିନ୍ଦୋଳ ଏନଏସି ଅଧ୍ୟକ୍ଷ ଟିମା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକ ରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗ ଦେଇଥିଲେ l ଉକ୍ତ ବୈଠକ କୁ ନିର୍ବାହୀ ଅଧିକାରୀ ଶ୍ରୀ ଏସ ଶ୍ରୀନିବାସ ପରିଚାଳନା କରିଥିଲେ ।୨୦୨୨/୨୩ ଆର୍ଥିକ ବର୍ଷର ବହୁ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରାଯିବା ସହ ରାଜ୍ଯର ବରିଷ୍ଠ ଅଧିକାରୀଙ୍କ ସହ ଏନଏସିକୁ କିଭଳି ଅଧିକ ଅର୍ଥ ମଞ୍ଜୁର ହେବ ସେ ବିଷୟରେ ବିଧାୟିକା ଆଲୋଚନା କରିଥଲେ l

ଖୁବ ଶୀଘ୍ର ଏନଏସିରେ ବାକି ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ମତ ପ୍ରକାଶ କରିଥିଲେ l ଏହି ବୈଠକରେ ଏନଏସି ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ କାଉନସିଲର, ସାଂସଦଙ୍କ ପ୍ରତିନିଧି ପ୍ରିୟ ରଂଜନ ମାହୁନ୍ତ ଓ ଏନଏସି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

କଳାହାଣ୍ଡି ର ଯୁବକବି ସନ୍ତୋଷ କୁମାର ମେହେର ପାଇଲେ ଚଳିତବର୍ଷ ର ସର୍ବଶ୍ରେଷ୍ଠ କବିତା ପ୍ରତିଭା ସମ୍ମାନ

masiha

Leave a Comment

error: Content is protected !!