ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଏନ ଏ ସି ର କାଉନିସଲ ବୈଠକ

ଆସିକା ଏନ ଏ ସି ର କାଉନିସଲ ବୈଠକ

ଆସିକା, ୨୬/୧୧/୨୫ଆଜି ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ର ସାଧାରଣ ପରିଷଦ ବୈଠକ ପରିଷଦ ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଆସିକା ନଗରପାଳିକା ବିନେତା ସ୍ଵାଇଁ ଙ୍କ ଅଧକ୍ଷତା ରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଉପାଧକ୍ଷା ଜୟନ୍ତୀ ବିଷୋୟୀ,ଏନ ଏ ସି ର କାର୍ଯ୍ୟ ନିର୍ବାହୀ ଅଧୂକାରୀ ରାଜେଶ କୁମାର ମହାପାତ୍ର ସମେତ ଅନେକ କାଉନସିଲର ଉପସ୍ଥିତ ଥିଲେ l ଆଜିର ବୈଠକ ରେ ପରିଷଦ ର ଆୟ ବ୍ୟୟ ପଠନ, ଆସିକା କୁ ମୁନିସିପାଲିଟି ଘୋଷଣା ହେବାପରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ, ଷ୍ଟ୍ରମ ୱାଟର ଯୋଜନା ନିମନ୍ତେ ଏକ କୋଟି ର ପ୍ରସ୍ତାବ,ରାଜ୍ୟ ସରକାରଙ୍କ ଦ୍ଵାରା ପାଇଥିବା ୦୨ କୋଟି ଅନୁଦାନ ରାଶିର ପ୍ରକଳ୍ପ ର ପ୍ରସ୍ତାବ, ଲଛମନପଲ୍ଲୀ ର ଗ୍ରାମ୍ୟ ପୋଖରୀ କୁ ଏନ ଏ ସି କୁ ହସ୍ତାନ୍ତର ବିଷୟ, ନୂତନ ସାନିଷ୍ଟେସନ ଏଜେନସି ନିମନ୍ତେ ଟେଣ୍ଡର ବିଷୟ ଏନ ଏ ସି ଆଇନଜୀବୀ ନିଯୁକ୍ତି,ଷ୍ଟ୍ରିଟ ଲାଇଟ ଏବଂ ଅନ୍ୟନ୍ୟ ବିଷୟ ଉପରେ ଆଲୋଚନା ହୋଇଥିବା ଜଣାପଡିଛି l ଆଗାମୀ ଦିନ ରେ ପ୍ରତ୍ୟେକ ୱାର୍ଡ ର ସଫେଇ, ଆଲୋକ, ବିଭିନ୍ନ କାର୍ଯ୍ୟକ୍ରମ ର ସଫଳ ରୂପାୟନ ଉପର ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଏନ ଏ ସି କର୍ମଚାରୀ ମାନେ ସହଯୋଗ କରିଥିଲେ l

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଗୋଚର ଜମି ଜବରଦଖଲ ଉଚ୍ଛେଦ ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଚୋରନିଦୁଆର ଗ୍ରାମବାସୀ

Sunil Chandra Nayak

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେବ ବିଜାଘାଟିର କାଲିଆମାଳି ପାହାଡ 

masiha

Leave a Comment

error: Content is protected !!