ସାହିତ୍ୟ ଅଗଣାଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା l l l ଡିସେମ୍ବର l l l by Sunil Chandra NayakDecember 31, 2022061 Share0 l l l ଡିସେମ୍ବର l l l ଶ୍ଯାମା ପ୍ରସାଦ୍ ବୋଷ୍ ଡିସେମ୍ବର ମାସ ବରଷ ର ଶେଷ ସ୍ମୃତି ଅନୁଭୂତି ନେଇ ସୁଖ ଦୁଃଖ ଭରା ଅତୀତ ପସରା ଯାଉଛି ବିଦାୟ ହେଇ । ଡିସେମ୍ବର ସେତ କେତେ ଭୋଜିଭାତ ଆନନ୍ଦ ଉଲ୍ଲାସ ନେଇ ପୁରୁଣା ବର୍ଷ କୁ ବିଦାୟ ଦେଉଛି ନୂତନେ ସ୍ବାଗତ ଦେଇ । ଡିସେମ୍ବର ଶୀତ ବଢଇ ବହୁତ ଥିରି ପଦ ପାତ ନେଇ ଆସଇ ମରତ କରଇ ସ୍ବାଗତ ଆପଣା ପରଶ ଦେଇ । ଡିସେମ୍ବର ସରେ ନୂଆ ହାତ ଧରେ ନୂଆ ଉଦ୍ଦିପନ୍ନା ପାଇ ନୂତନ ତ୍ବ ଭରେ ବିଦାୟୀ ଆସରେ ଆଶା ଓ ଆକାଂକ୍ଷା ଥାଇ । ଡିସେମ୍ବର ମାସ ତାରିଖ ପଚିଷ ବଡ ଦିନ ଆରମ୍ଭଇ ରାତି ଛୋଟ ହୁଏ ଦିନ ବଢୁଥାଏ ସମୟ କୁ ଆପଣାଇ । ଡିସେମ୍ବର ମାସ ଉତ୍ସବ ବିଶେଷ ଭୋଜି ର ଆସର ନେଇ ପୁରୁଣା ବରଷେ ବିଦାୟ ପରଶେ ଭୁଲିବାକୁ ଚାହେଁ ସେଇ । ଡିସେମ୍ବର ପରା କରେ ଆତ୍ମହରା ନୂଆ ବରଷ ର ପାଇଁ ବିଶ୍ୱାସ ରେ ଭରା ଖୁସି ଦିଏ ଧରା ନୂତନ ଭାବନା ଧାଇଁ । ଶ୍ଯାମା ପ୍ରସାଦ୍ ବୋଷ୍ ଗ୍ରାମ :- ବେଗୁନିଁଆ , ମଲ୍ଲୀକ୍ ସାହି ପୋଷ୍ଟ :- ଗୋପ୍ , ଜିଲ୍ଲା :- ପୁରୀ