ସାହିତ୍ୟ ଅଗଣାକାଙ୍ଗାଳୀ ଚରଣ ସେଠୀ ଙ୍କ କବିତା l l ସ୍ମୃତିରେ ସ୍ମୃତିରେ ୨୦୨୨ l l by Sunil Chandra NayakDecember 31, 20220125 Share0 ସ୍ମୃତିରେ ସ୍ମୃତିରେ ୨୦୨୨ କାଙ୍ଗାଳୀ ଚରଣ ସେଠୀ ଡ଼ାଏରୀରୁ ଦୃଷ୍ଟି ଫେରେ ଡୁବି ଯାଏ ଡିସେମ୍ଵର ମାସ ଏଇ ଏବେ ଫିଟେଇବ ଜାନୁଆରୀ ଫାଇଲର ଫାଶ । ମକର ସଂକ୍ରାନ୍ତୀ ବୁଡ ମନେପଡ଼େ ମାଘମାସ ଜାଡ ଫଗୁଣର ଫଗୁ ବୋଳା ରକ୍ତିମ ପଳାଶ କଢ଼ । କୋଇଲିର କୁହୁତାନ ବଉଳ ବଉଳ ବାସ ଚୋରା ଚଇତର ପ୍ରୀତି ମଳୟ ମଳୟ ହସ । ବୈଶାଖ ନବାତପଣା ବାସ ମଲ୍ଲୀ ଫୁଲମାନ ଜ୍ୟେଷ୍ଠର ରଜ ମଉଜ ଗ୍ରୀଷମ ଗ୍ରୀଷମ ଦିନ । ନୂଆ ଆଷାଢ଼ର ମଉସୁମୀ କଦମ୍ବ କିଆ କେତକୀ ଶ୍ରୀବଣେ ଶ୍ରୀବଣୀ ଝୁରେ ମଦାଳସୀ ମାନସୀ । ଭୋଦୁଅ ଖୁଦୁରୁକୁଣୀ ଆଶ୍ଵିନେ ଅଷ୍ଟଭୁଜା କାର୍ତ୍ତିକରେ ଦୀପଦାନ ମଗୁଶିରେ ଲକ୍ଷ୍ମୀପୂଜା । ସ୍ମୃତିରେ ସ୍ମୃତିରେ ପୌଷ ପ୍ରୀତି ଗୀତି ସରିଲା ବାଇଶି ନୂଆ ସମ୍ଭାବନା ନେଇ ଆସିଯିବ କୋଡିଏ ତେଇଶି । ବର୍ତ୍ତଣ୍ଡା, ସୁକିନ୍ଦା, ଯାଜପୁର ,