ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରେମଲତା ଙ୍କ କବିତା  l l l ଡିସେମ୍ୱର l l l

 l l l ଡିସେମ୍ୱର l l l

         ପ୍ରେମଲତା

ମଗୁଶୁର ଝୋଟି
ପୁଷମାସ ଖଇ 
    ଡିସେମ୍ବର ନେଇ ଆସେ
ଇଂରାଜୀ ହେଲେବି ଓଡିଆ ଓଡିଆ
    ଗୋଲାପ ଓଠରେ ହସେ। 
କୁହୁଡ଼ି କାକର ବୋଳା ଦେହସାରା
    ଫୁଲଫୁଲେ ଦେହ ବାସେ
ପୁରୁଣା ପ୍ରୁଷ୍ଠାର ହିସାବ ନିକାସ
  ଦିନବାରଧରି ବସେ। 
ଶେଷ ଠିକଣା ସେ ତମାମ ବର୍ଷ ର
    ପୁଟୁଳା ଖେଳେଇ ଦେଖେ
ଫଳକ ନାମାରେ ଶୀତ ଜୁଡୁବୁଡୁ
     ଚଦର ଘୋଡେଇ ରଖେ। 
ପହିଲି ଭୋଗର ଖିରି ଖେଚେଡ଼ି ରେ
    ବଡଦାଣ୍ଡ ପୁରିଉଠେ
ବଡଦିନ ବଡ ଚାତର କାତର
   ଏହିପରା ଖ୍ରୀଷ୍ଟ ମାସେ। 
 ଆମ୍ୱଗଛ ବାନ୍ଧେ ବଉଳର ବେଣୀ
   ଗଇଁଠାର ଗଇଁଠାଳେ
ମେରିମୂଳ ଭୋଗ ଖଳାଉଠାଦିନ
    ହେଉଥିଲା ଆଗ ଦିନେ। 
ନୂଆପୁରୁଣା ର ଯିବା ଆସିବାରେ
      ଭେଟାଭେଟ ଡିସେମ୍ୱରେ
କେତେ ଯେ ସ୍ୱାଗତ ସମ୍ୱର୍ଦ୍ଧନା ପର୍ବ
    ନୂଆବର୍ଷ ଆଗମନେ। 

        କେନ୍ଦ୍ରାପଡ଼ା

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା// ଇଏ କି କଥା

Sunil Chandra Nayak

ପ୍ରେମଶିଳା ବେହେରା ଙ୍କ କବିତା – ରଥଯାତ୍ରା

Sunil Chandra Nayak

ସୁଜାତା ଦାସ ଙ୍କ କବିତା ___ ତୁମେ ___

Sunil Chandra Nayak

Leave a Comment

error: Content is protected !!