ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା // ଜଣାଣ

   ଜଣାଣ

ମାନଗୋବିନ୍ଦ ସ୍ବାଇଁ

ମୋଦେଶଠାକୁର ମୋଦେଶ ଦେଉଳ
      ପୂଜା ହୁଏ ନିତି ଦିନ
ସକାଳେ ସଞ୍ଜରେ ଭକ୍ତ ଗଣ ଭିଡ଼
        ଜଣାଇ ତା ଦୁଃଖ ମାନ।
ଆଖିର ଲୁହରେ ଭକତି ମନରେ
      ଗୁହାରୀ ଜଣାଇ କେତେ
ତା ଭାବ ବୁଝିବ ତା ଦୁଃଖ ହଟିବ
    ଭାବ କହେ ଜଗନ୍ନାଥେ ।
ବସନ୍ତ ପଞ୍ଚମୀ ରଥର ଆରମ୍ଭ
     ଭକ୍ତି କାରିଗର ଜନ
ଏକ ମନ ପ୍ରାଣ ଢାଳି ମୁ ଦେଇଛି
    ରଥ ଗଢ଼ା କରି ପୂର୍ଣ୍ଣ।
ସେ ଧର୍ଯ୍ୟ ସାହସ ହୃଦୟ ମଧ୍ୟରେ
     କରି ଦିଅ ମୋ ଆଶିଷ
ଏତିକି କରୁଣା ମାଗୁଛି ମିନତି 
     ବଢୁମୋ ଧର୍ଯ୍ୟ ଆୟୁଷ।
ଶରଣ ପଶୁଛି ଦୋଷ କ୍ଷମା କର
     ଭକ୍ତ ଦିନ ଦୀନ ଜନ
ପୁଣ୍ୟ କରି ଦିଅ ସଂସାର ମଧ୍ୟରୁ
     ବଞ୍ଚି ଯାଉ ତା ଜୀବନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ସୁଜାତା ଦାସ ଙ୍କ କବିତା ___ ତୁମେ ___

Sunil Chandra Nayak

ସ୍ମୃତିରଞ୍ଜନ ଦାସ ଙ୍କ କବିତା ।। ପ୍ରିୟା ଚିଠିର ଉତ୍ତର ।।

Sunil Chandra Nayak

କବିତା ସାହୁ   ଙ୍କ କବିତା // ଶିବରାତ୍ରୀ ଉଜାଗର 

Sunil Chandra Nayak

Leave a Comment

error: Content is protected !!