ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଳାସିନୀ ପୃଷ୍ଟି ଙ୍କ କବିତା l l ବିଦାୟ,୨୦୨୨ l l

l l ବିଦାୟ,୨୦୨୨ l l

ଦୁଇ ହଜାର ବାଇଶି ହେ
ଯେବେ ତୁମେ ଆସିଲ
ମିଥ୍ୟା ପ୍ରଲୋଭନ ଦେଇ
ନେବା ଖାଲି ଭାବିଲ
କନ୍ୟା ବଳାତ୍କାର, ମୃତ୍ୟୁ
ବିଭୀଷିକା ରଚିଲ
ବାଛି ବାଛି କଳାକାର
ନେତା ସଙ୍ଗେ ଘେନିଲ
କିଛି ଜ୍ଵାଳା କିଛି କଳା
 ବିଶ୍ୱ ମୁଖେ ମାଖିଲ
କେତେ ଘର ବୁଡ଼ାଇଲ
ସନ୍ତୋଷ ନ ଲଭିଲ
ମାତୃଭୂମି, ଜନ୍ମଦାତ୍ରୀ
କାହାକୁ ନ ଛାଡ଼ିଲ
ଧର୍ମ ସ୍ଥାନେ କଳିଭେଇ
ବିଭାଜନ କରିଲ
ରାଜନୀତି ହିଂସାକାଣ୍ଡ
ବେଳୁ ବେଳ ବଢାଇ
ସତ୍ୟ ନାଶି ମିଥ୍ୟା ବାନା
ସଂସାରରେ ଉଡ଼ାଇ
ଆଉକିଛି ରଟିଥାନ୍ତ
ସରିଗଲା ସମୟ
ଉପସ୍ଥିତ ବେଳ ହେଲା
ନିଅ ଏବେ ବିଦାୟ
ଖଳ, ଦଳ, ବଳ ସହ
ଯାଅ ନିଜ ନିବାସ
ସେଥିପାଇଁ ତୁମ ମନୁ
ହଜିଯାଏ ହରଷ
କେତେ ସ୍ମୃତି ଦେଇଗଲ
କେତେ ବାକି ରଖିଲ
ତୁମ ଯୁଗ ସରିଗଲା
ନିଜ ରାସ୍ତା ବାଛିଲ
ବିଦାୟ ବେଳାର ସ୍ମୃତି
ସାଇତିକି ରଖିବ
କାଲି ପ୍ରଭାତ ହୋଇଲେ
ଇତିହାସ ହୋଇବ
ଇତିହାସ ହୋଇବ

ବିଳାସିନୀ ପୃଷ୍ଟି,

ଭୁବନ, ଢେଙ୍କାନାଳ

Related posts

ଧର୍ମରାଜ ପ୍ରଧାନ ଙ୍କ କବିତା // ଖୁସି ସଭିଙ୍କୁ ବାଣ୍ଟିବା

Sunil Chandra Nayak

ବନଲକ୍ଷ୍ମୀ ମହାନ୍ତି  ଙ୍କ କବିତା = ଜୟ ଶ୍ରୀରାମ

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା// ନୂଆ ବରଷରେ ଶୁଭ କାମନା 

Sunil Chandra Nayak

Leave a Comment

error: Content is protected !!