ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ବିଳାସିନୀ ପୃଷ୍ଟି ଙ୍କ କବିତା l l ବିଦାୟ,୨୦୨୨ l l

l l ବିଦାୟ,୨୦୨୨ l l

ଦୁଇ ହଜାର ବାଇଶି ହେ
ଯେବେ ତୁମେ ଆସିଲ
ମିଥ୍ୟା ପ୍ରଲୋଭନ ଦେଇ
ନେବା ଖାଲି ଭାବିଲ
କନ୍ୟା ବଳାତ୍କାର, ମୃତ୍ୟୁ
ବିଭୀଷିକା ରଚିଲ
ବାଛି ବାଛି କଳାକାର
ନେତା ସଙ୍ଗେ ଘେନିଲ
କିଛି ଜ୍ଵାଳା କିଛି କଳା
 ବିଶ୍ୱ ମୁଖେ ମାଖିଲ
କେତେ ଘର ବୁଡ଼ାଇଲ
ସନ୍ତୋଷ ନ ଲଭିଲ
ମାତୃଭୂମି, ଜନ୍ମଦାତ୍ରୀ
କାହାକୁ ନ ଛାଡ଼ିଲ
ଧର୍ମ ସ୍ଥାନେ କଳିଭେଇ
ବିଭାଜନ କରିଲ
ରାଜନୀତି ହିଂସାକାଣ୍ଡ
ବେଳୁ ବେଳ ବଢାଇ
ସତ୍ୟ ନାଶି ମିଥ୍ୟା ବାନା
ସଂସାରରେ ଉଡ଼ାଇ
ଆଉକିଛି ରଟିଥାନ୍ତ
ସରିଗଲା ସମୟ
ଉପସ୍ଥିତ ବେଳ ହେଲା
ନିଅ ଏବେ ବିଦାୟ
ଖଳ, ଦଳ, ବଳ ସହ
ଯାଅ ନିଜ ନିବାସ
ସେଥିପାଇଁ ତୁମ ମନୁ
ହଜିଯାଏ ହରଷ
କେତେ ସ୍ମୃତି ଦେଇଗଲ
କେତେ ବାକି ରଖିଲ
ତୁମ ଯୁଗ ସରିଗଲା
ନିଜ ରାସ୍ତା ବାଛିଲ
ବିଦାୟ ବେଳାର ସ୍ମୃତି
ସାଇତିକି ରଖିବ
କାଲି ପ୍ରଭାତ ହୋଇଲେ
ଇତିହାସ ହୋଇବ
ଇତିହାସ ହୋଇବ

ବିଳାସିନୀ ପୃଷ୍ଟି,

ଭୁବନ, ଢେଙ୍କାନାଳ

Related posts

ବିଜୟ କୁମାର ଜେନା ଙ୍କ କବିତା l l ସରିଗଲା ଏବେ l l

Sunil Chandra Nayak

ଶସ୍ମିତେଶ ସାହୁ ଙ୍କ କବିତା l l ତୁମ ପାଇଁ l l

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା = ପଖାଳ ମାହାତ୍ମ

Sunil Chandra Nayak

Leave a Comment

error: Content is protected !!