ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସଂଯୁକ୍ତା ସାହୁ ଙ୍କ କବିତା l l ନଶ୍ୱର ଶରୀର

l l l ନଶ୍ୱର ଶରୀର l l l

ଜନ୍ମ ମୃତ୍ୟୁ ତ ଏକ ନିଷ୍ଠୁର ସତ୍ୟ
ଏମିତି ନିଶ୍ଚୟ ଥରେ ଭେଟ ହେବ ,
ଇଛାର ବାଧ୍ୟ ହେବ ନାହିଁ କେବେ
ସେ ସବୁକୁ ସାମ୍ନା କରିବାକୁ ପଡିବ ।
ଏଇ ନଶ୍ୱର ଶରୀର ଦିନେ ମାଟିରେ
ମିଶିଵ ଛ ଖଣ୍ଡ ବାଉଁଶରେ ବନ୍ଧା ହୋଇ ,
ଜୁଇର ପାଉଁଶରେ ଲୀନ ହୋଇଯିବ
ଖାଲି କିଛି ଜଣଙ୍କ ମନରେ ସ୍ମୃତି ନେଇ ।
ଶରୀରଟି ଯେ ରକ୍ତ ମାଂସରେ ଗଢ଼ା
ଅନେକ ସମ୍ଭାବନା ନେଇ ଚାଲୁଥାଏ ,
ଖୋଜିବା ପାଇବା ମାୟାରେ ବୁଡି ରହି
ଅଧିକ ଆଶାର ତାଜମହଲ ଗଢୁଥାଏ ।
ମରୀଚିକାର ମାୟାର ପଟଳରେ ଭିଜି
ସବୁଜ ଗାଳିଚାର ମୋହରେ ନିମଗ୍ନ ,
ବୁଝି ପାରେ ନାହିଁ ସତ୍ୟ ଯେ ଏକାନ୍ତ
କେତେବେଳେ ସ୍ୱପ୍ନ ସବୁ ହୁଏ ଭଗ୍ନ ।
ଏଇ ମାଟିରେ ଆସିଛେ ମାଟିରେ ବିଲୟ
ସେଇ ଜୀବନଟା ଯେ ପାଣି ଫୋଟକା
କ୍ଷଣକରେ ମିଳେଇଯିବ ନିୟତିର ଭାଗ୍ୟ
ଭାବିବାକୁ ନ ଥିବ ପାଇବାକୁ ମଉକା ।

ସଂଯୁକ୍ତା ସାହୁ

ରାହାମା , ଜଗତସିଂହପୁର ।

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା = ଶ୍ରମିକର ଅନ୍ତର୍ଦାହ

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା // ଗାଁ ରେ ଶୀତ ଦିନ

Sunil Chandra Nayak

ଉପେନ୍ଦ୍ର ବସ୍ତିଆ ଙ୍କ କବିତା l l ଚଳିତ ବରଷ ଅନ୍ତିମ  ଦିବସ l l

Sunil Chandra Nayak

Leave a Comment

error: Content is protected !!