ସାହିତ୍ୟ ଅଗଣାସଂଯୁକ୍ତା ସାହୁ ଙ୍କ କବିତା l l ନଶ୍ୱର ଶରୀର by Sunil Chandra NayakDecember 27, 2022December 28, 2022053 Share0 l l l ନଶ୍ୱର ଶରୀର l l l ଜନ୍ମ ମୃତ୍ୟୁ ତ ଏକ ନିଷ୍ଠୁର ସତ୍ୟ ଏମିତି ନିଶ୍ଚୟ ଥରେ ଭେଟ ହେବ , ଇଛାର ବାଧ୍ୟ ହେବ ନାହିଁ କେବେ ସେ ସବୁକୁ ସାମ୍ନା କରିବାକୁ ପଡିବ । ଏଇ ନଶ୍ୱର ଶରୀର ଦିନେ ମାଟିରେ ମିଶିଵ ଛ ଖଣ୍ଡ ବାଉଁଶରେ ବନ୍ଧା ହୋଇ , ଜୁଇର ପାଉଁଶରେ ଲୀନ ହୋଇଯିବ ଖାଲି କିଛି ଜଣଙ୍କ ମନରେ ସ୍ମୃତି ନେଇ । ଶରୀରଟି ଯେ ରକ୍ତ ମାଂସରେ ଗଢ଼ା ଅନେକ ସମ୍ଭାବନା ନେଇ ଚାଲୁଥାଏ , ଖୋଜିବା ପାଇବା ମାୟାରେ ବୁଡି ରହି ଅଧିକ ଆଶାର ତାଜମହଲ ଗଢୁଥାଏ । ମରୀଚିକାର ମାୟାର ପଟଳରେ ଭିଜି ସବୁଜ ଗାଳିଚାର ମୋହରେ ନିମଗ୍ନ , ବୁଝି ପାରେ ନାହିଁ ସତ୍ୟ ଯେ ଏକାନ୍ତ କେତେବେଳେ ସ୍ୱପ୍ନ ସବୁ ହୁଏ ଭଗ୍ନ । ଏଇ ମାଟିରେ ଆସିଛେ ମାଟିରେ ବିଲୟ ସେଇ ଜୀବନଟା ଯେ ପାଣି ଫୋଟକା କ୍ଷଣକରେ ମିଳେଇଯିବ ନିୟତିର ଭାଗ୍ୟ ଭାବିବାକୁ ନ ଥିବ ପାଇବାକୁ ମଉକା । ସଂଯୁକ୍ତା ସାହୁ ରାହାମା , ଜଗତସିଂହପୁର ।