ସାହିତ୍ୟ ଅଗଣାପ୍ରତିମା ଶତପଥି ଙ୍କ କବିତା l lଭାବରେ ଖୋଜୁଛି ଭାବ ମଣିକୁ by Sunil Chandra NayakDecember 27, 2022December 28, 2022076 Share1 ଭାବରେ ଖୋଜୁଛି ଭାବ ମଣିକୁ ପ୍ରତିମା ଶତପଥି ଭାବର ଠାକୁର ଭାବ ମଣି ମୋର ନନ୍ଦ ରାଜା ସୁତ କାହ୍ନା ପରଶମଣି ସେ ତା ନାମ ରସରେ ପଥର ପାଲଟେ ସୁନା. ଭାବ ଦେଇ ଭାବ ନେଇଥାଏ ବୋଲି ଭାବ ମଣି ତାର ନାମ ନନ୍ଦ ରାଜାର ସେ ନେତ୍ରର ସଙ୍ଖାଳି ଯଶୋଦା ରାଣୀ ଜୀବନ. ଭାବ ବିନୋଦିଆ ସେ କଳା କହ୍ନେଇ ଭକତ ଭାବରେ ବନ୍ଧା ରାଧାରାଣୀ ସ୍ନେହ ବନ୍ଧନରେ ପୁଣି ମୀରାବାଇ ପ୍ରେମେ ବନ୍ଧା. ଶ୍ରମଣା ଶବରୀ ଭାବରେ ଉଚ୍ଚିଷ୍ଟ କୋଳି ଖାଇଲା ଖୁସିରେ ବିଦୁରର ଶାଗ, ସୁଦାମାର ଖୁଦ ଅମୃତ ଖାଦ୍ୟ ଭାବରେ. ଭାବରେ ନିକଟ ଅଭାବରେ ଦୂର ଭାବ ମଣି ହୋଇଥାଏ ଭାବରେ ଭଜିଲେ ଭାବଗ୍ରାହୀ ଙ୍କର କୃପାଦୃଷ୍ଟି ପ୍ରାପ୍ତ ହୁଏ. ଭାବ ଭକତିରେ ଦାସିଆ ନଡ଼ିଆ ନେଇଛି ନିଜ ହାତରେ ଛାଡି ନନ୍ଦିଘୋଷ ଭାବରେ ବସିଲା ବଳିଆ ବାଲି ରଥରେ. ଯେଉଁଠାରେ ଭାବ ସେଇଠି ମାଧବ ହୋଇଥାନ୍ତି ବିଦ୍ୟମାନ ହେଉ ଅବା ସିଏ ରାଜାର ଉଆସ ଅଥବା ହେଉ ଶ୍ମଶାନ. କାଳିଆ ଠାକୁର ଭାବର ଠାକୁର କଥା ଅଛି ଚାରିଯୁଗେ ଭକ୍ତର ଭାବରେ ବନ୍ଧା ଭଗବାନ ଉଦ୍ଧାରନ୍ତି କୃପା ନାବେ. ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ ଶ୍ରୀ କ୍ଷେତ୍ର ମଉଡମଣୀ ଭାବରେ ଖୋଜିଲେ ସବୁଠି ମିଳିବେ ମୋ ପ୍ରଭୁ ଭାବର ମଣି. ଜିଲ୍ଲା,, ଯାଜପୁର..