ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରତିମା ଶତପଥି ଙ୍କ କବିତା l lଭାବରେ ଖୋଜୁଛି ଭାବ ମଣିକୁ

ଭାବରେ ଖୋଜୁଛି ଭାବ ମଣିକୁ

    ପ୍ରତିମା ଶତପଥି

ଭାବର ଠାକୁର ଭାବ ମଣି ମୋର
       ନନ୍ଦ ରାଜା ସୁତ କାହ୍ନା
ପରଶମଣି ସେ ତା ନାମ ରସରେ
      ପଥର ପାଲଟେ ସୁନା.
ଭାବ ଦେଇ ଭାବ ନେଇଥାଏ ବୋଲି
       ଭାବ ମଣି ତାର ନାମ
ନନ୍ଦ ରାଜାର ସେ ନେତ୍ରର ସଙ୍ଖାଳି
       ଯଶୋଦା ରାଣୀ ଜୀବନ.
ଭାବ ବିନୋଦିଆ ସେ କଳା କହ୍ନେଇ
      ଭକତ ଭାବରେ ବନ୍ଧା
ରାଧାରାଣୀ ସ୍ନେହ ବନ୍ଧନରେ ପୁଣି
      ମୀରାବାଇ ପ୍ରେମେ ବନ୍ଧା.
ଶ୍ରମଣା ଶବରୀ ଭାବରେ ଉଚ୍ଚିଷ୍ଟ
      କୋଳି ଖାଇଲା ଖୁସିରେ
ବିଦୁରର ଶାଗ, ସୁଦାମାର ଖୁଦ
     ଅମୃତ ଖାଦ୍ୟ ଭାବରେ.
ଭାବରେ ନିକଟ ଅଭାବରେ ଦୂର
      ଭାବ ମଣି ହୋଇଥାଏ
ଭାବରେ ଭଜିଲେ ଭାବଗ୍ରାହୀ ଙ୍କର
      କୃପାଦୃଷ୍ଟି ପ୍ରାପ୍ତ ହୁଏ.
ଭାବ ଭକତିରେ ଦାସିଆ ନଡ଼ିଆ
     ନେଇଛି ନିଜ ହାତରେ
ଛାଡି ନନ୍ଦିଘୋଷ ଭାବରେ ବସିଲା
     ବଳିଆ ବାଲି ରଥରେ.
ଯେଉଁଠାରେ ଭାବ ସେଇଠି ମାଧବ
       ହୋଇଥାନ୍ତି ବିଦ୍ୟମାନ
ହେଉ ଅବା ସିଏ ରାଜାର ଉଆସ
     ଅଥବା ହେଉ ଶ୍ମଶାନ.
କାଳିଆ ଠାକୁର ଭାବର ଠାକୁର
     କଥା ଅଛି ଚାରିଯୁଗେ
ଭକ୍ତର ଭାବରେ ବନ୍ଧା ଭଗବାନ
    ଉଦ୍ଧାରନ୍ତି କୃପା ନାବେ.
ଅନନ୍ତ କୋଟି ବ୍ରହ୍ମାଣ୍ଡର ନାୟକ
      ଶ୍ରୀ କ୍ଷେତ୍ର ମଉଡମଣୀ
ଭାବରେ ଖୋଜିଲେ ସବୁଠି ମିଳିବେ
     ମୋ ପ୍ରଭୁ ଭାବର ମଣି.

  ଜିଲ୍ଲା,, ଯାଜପୁର..

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

Sunil Chandra Nayak

ଚନ୍ଦ୍ର ଶେଖର ଶବର ଙ୍କ କବିତା = ବସନ୍ତ ନିବସରେ ବସନ୍ତ ପ୍ରବେଶ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା – ଜୟ ହେ ଶ୍ରମିକ ଜୟ 

masiha

Leave a Comment

error: Content is protected !!